ଦେଶ ବିଦେଶ

ବିଦ୍ୟୁତ୍ କାଟ୍ ହେଲେ ଏବେ ଉପଭୋକ୍ତାଙ୍କୁ ଘଂଟା ପ୍ରତି ମିଳିବ ୫୦ ଟଙ୍କା ଜୋରିମାନା ! ଜାଣନ୍ତୁ କେଉଁଠି ଓ କେମିତି କରିବେ ଅଭିଯୋଗ

ଏହି ନିୟମ ଦିଲ୍ଲୀବାସୀଙ୍କ ପାଇଁ ଲାଗୁ ହେଲା

ମିଳିଥିବା ସୂଚନା ଅନୁସାରେ,ଦିଲ୍ଲୀରେ ହେଉଥିବା ଅନିୟମିତ ବିଜୁଳୀ କାଟ୍ ଉପରେ ରୋକ ଲଗାଇବା ପାଇଁ କେଜରିୱାଲ ସରକାରଙ୍କ ତରଫରୁ ଡିଇଆରସି ନିକଟକୁ ଜରିମାନ ଲାଗୁ କରାଯିବା ନେଇ ପୂର୍ବରୁ ଏକ ପ୍ରସ୍ତାବ ପଠାଯାଇଥିଲା । ଯାହାକୁ ବର୍ତ୍ତମାନ ଡିଇଆରସି ପକ୍ଷରୁ କିଛି ମଂଜରୁୀ ମିଳିବା ସହ ଲାଗୁ କରିଦିଆଯାଇଛି ।  ତେବେ ଏଭଳି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆଉ ଦିଲ୍ଲୀ ସରକାରଙ୍କ ଏଭଳି ନିଷ୍ପତି ଦ୍ୱାରା ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ମିଳିବ ।

ତେବେ ଏହି ଯୋଜନା ଆଧାରରେ ଯଦି କୌଣସି ବିଦ୍ୟୁତ କଂପାନୀ ବିନା କାରଣରେ କିମ୍ବା ପୂର୍ବରୁ ଘୋଷଣା ନକରି ବିଦ୍ୟୁତ୍ କାଟନ୍ତି ତେବେ ତାଙ୍କୁ ଘଂଟା ପ୍ରତି ୫୦ ଟଙ୍କା ଲେଖାଏଁ ଗ୍ରାହକଙ୍କୁ ଜରିମାନା ବାବଦକୁ ଦେବାକୁ ପଡିବ । ସେହିପରି ଯଦି ଏହାଠାରୁ ଅଧିକ ସମୟ ଯାଏଁ ବିଦ୍ୟୁତ କାଟ୍ ହୁଏ ତେବେ କଂପାନୀ ଗ୍ରାହକଙ୍କୁ ୧୦୦ ଟଙ୍କା ଘଂଟା ପ୍ରତି ଜରିମାନା ଦେବା ପାଇଁ ବାଧ୍ୟ ହେବେ ବୋଲି ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଏହି ନୂଆ ପ୍ରସ୍ତାବ ଅନୁସାରେ, ପ୍ରଥମ ଦୁଇ ଘଂଟା ବିଦ୍ୟୁତ କାଟ ଉପରେ ବିଜ୍ୟୁତ୍ ଯୋଗାଣ କଂପାନୀକୁ ୫୦ ଟଙ୍କା ପ୍ରତି ଘଂଟା ହିସାବରେ ଜରିମାନା ଦେବାକୁ ପଡିବ । ସେହିପରି ଯଦି ବିଦ୍ୟୁତ୍ କାଟ୍ ୨ ଘଂଟାରୁ ଅଧିକ ହୁଏ ତେବେ କଂପାନୀକୁ ୧୦୦ଟଙ୍କା ପ୍ରତି ଘଂଟା ହିସାବରେ ଜରିମାନା ଦେବାକୁ ହେବ ।

 

ଯଦି କେବଳ ଗୋଟିଏ ପରିବାର କିମ୍ବା ଗୋଟିଏ କଲୋନୀ ଏହି ସମସ୍ୟାର ବାରମ୍ବାର ଶିକାର ହେଉଛନ୍ତି ତେବେ ଏନେଇ ସେମାନେ ଏସଏମଏସ, ଇମେଲ, ଫୋନ କିମ୍ବା ଅନଲାଇନ ଜରିଆରେ ନୋ କରେଂଟ ଆଧାରରେ ଅଭିଯୋଗ କରିପାରିବେ । ସରକାରଙ୍କ ନିୟମାନୁସାରେ, ଗୋଟିଏ ଦିନରେ ମାତ୍ର ଘଂଟାକ ପାଇଁ ହିଁ ବିଦ୍ୟୁତ କାଟ ଉପରେ ଜରିମାନା ଦେବାରୁ ବଂଚିତ ହୋଇପାରିବେ କଂପାନୀମାନେ । ହେଲେ ଏହାଠୁ ଅଧିକ ଥର କାଟିଲେ କଂପାନୀକୁ ଘଂଟା ହିସାବରେ ଜରିମାନା ନିଜର ଗ୍ରାହକଙ୍କୁ ଦେବାକୁ ପଡିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button