ଓଡିଶା

ଟ୍ଯୂବ ରୁ ଲକ୍ଷପତି ହେଲେ ଆଉ ଏବେ ଜେଲ ଯିବେ । ମିଛ ଭିଡିଓ ପାଇଁ ବନ୍ଧା ହେବେ ୟୂଟ୍ଯୂବର । ଦିନେ ୟୂଟ୍ଯୂବ ରୁ ରୋଜଗାର କରୁଥିଲେ ଲକ୍ଷ ଲକ୍ଷ ଟଙ୍କା । ଏବେ କିନ୍ତୁ ଜେଲରେ ଯାଇ ଚକି ପେଶିବେ । ଆଉ କରି ପାରିବେ ନାହି ଭିଡିଓ । ଆଉ ଚ୍ଯାନେଲ ମଧ୍ୟ ବନ୍ଦ କରା ଯାଇପାରେ । କାରଣ ୟୂଟ୍ଯୂବର ଜଣକ ତାଙ୍କ ଦର୍ଶକ ଙ୍କ ପାଇଁ ତିଆରି କରୁଥିଲେ ମିଛ ଭିଡିଓ । ମନିଷ କଶ୍ୟପ ବିହାରର ଜଣେ ପ୍ରସିଦ୍ଧ ୟୂଟ୍ଯୂବର । by TaboolaSponsored Links You May Like The Most Successful Way of Intraday Trading is “Market Profile” TradeWise ଯାହାକୁ ପୁରା ଦେଶ ଜାଣିଛି । ଯିଏ ଭିଡିଓ ପୋଷ୍ଟ କରିଲେ ମିଲିୟନ ମିଲିୟନ ଦର୍ଶକ ତାଙ୍କ ଭିଡିଓ କୁ ଦେଖନ୍ତି । ହଁ ଦର୍ଶକ ବନ୍ଧୁ ଏ ହେଉଛନ୍ତି ସେ ମନୀଷ କଶ୍ୟପ ଯିଏ ଅଧିକ ସମୟରେ କେନ୍ଦ୍ର ସରକାର ଙ୍କୁ ନେଇ ଟାର୍ଗେଟ କରିଛନ୍ତି । ଅ-ଶା-ଳୀ-ନ ଭା-ଷା-ରେ ଗା-ଳି ମଧ୍ୟ ଦିଅନ୍ତି ମନୀଷ । ଯେଉଁଥି ରୁ ସେ ରୋଜଗାର କରନ୍ତି ଲକ୍ଷ ଲକ୍ଷ ଟଙ୍କା । କିନ୍ତୁ ଏବେ ମନୀଷ କୁ ଘାରିଛି ଗିରଫ ହେବାର ଭୟ । ଭିଲିଲାନ୍ସ ମନୀଷ ଙ୍କ 4ଟି ବ୍ଯାଙ୍କ ଆକାଉଣ୍ଟ କୁ ଶିଚ କରି ଦେଇଛି । ଯେଉଁଥି ରେ 42 ଲକ୍ଷ ରୁ ଅଧିକ ଟଙ୍କା ଥିଲା । ମନୀଷ ଙ୍କ ବିରୁଦ୍ଧରେ ବିହାର ପୋଲିସ ରେ ଏକ ମାମଲା ରୁଜୁ କରିଛି । ଅଭିଯୋଗ ମୁତାବିକ ମନୀଷ ତାମିଲନାଡୁ ରେ ବିହାର ଶ୍ରମିକ ବିରୁଦ୍ଧରେ ହୋଇଥିବା ହିଂସା ର ମିଛ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ । ତେବେ ପୂର୍ବରୁ ମଧ୍ୟ ଅ-ପ-ରା-ଧି-କ ମାମଲାରେ ମନୀଷ ଙ୍କ ବିରୁଦ୍ଧରେ କାର୍ଯ୍ୟ ଅନୁଷ୍ଠାନ ନିଆ ଯାଇଛି । ଏପରିକି ମିଛ ଭିଡିଓ କରୁ ଥିବାରୁ ଭିଜିଲାନ୍ସ ରେଡ କରିବା ସହ ମନୀଷ କଶ୍ୟପ ଓ ଯୁବରାଜ ସିଂ ରାଜପୁତ ଙ୍କୁ କୌଣସି ବି ସମୟରେ ଗି-ର-ଫ କରିପାରେ । ଏହି 2 ଜଣଙ୍କୁ ଗି-ର-ଫ କରିବା ପାଇଁ ଏକ ସ୍ଵତନ୍ତ୍ର ଟିମ ଗଠନ କରା ଯାଇଛି । ଦୁହେଁ ଏବେ ଫେରାର ଥିବାରୁ ଦୁଇ ଜଣଙ୍କୁ ଖୋଜିବା ପରେ ବିହାର ପୋଲିସ ଚାରି ଆଡେ ଖୋଜିବାରେ ଲାଗିଛି । ଯାହାକୁ ନେଇ ବିହାର ପୋଲିସ ତାଙ୍କ ଟ୍ବିଟ ରେ ସେୟାର କରିଛନ୍ତି । ତେବେ ଏହି ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ବିହାର ପୋଲିସ ଏବେ ଏହି ଦୁଇ ଜଣଙ୍କୁ ଖୋଜିବା ପାଇଁ ଏକ ଟିମ ଗଠନ କରିଛି ।

ନମସ୍କାର ବନ୍ଧୁଗଣ, ଆପଣ ମାନେ ସମସ୍ତେ ଜାଣିଥିବେ ଭାଲୁ ହେଉଛି ଗୋଟେ ହିଂସ୍ର ଜନ୍ତୁ । ଯାହାକୁ ଦେଖିଲେ ମାତ୍ରେ ମନରେ ଛନକା ପଶିଥାଏ । ଏବେ ଭାଲୁ କୁ ନେଇ ଏକ ବଡ ଖବର ଆସି ପହଞ୍ଚିଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗାଁ ଦାଣ୍ଡରେ ବୁଲୁଛି ଭାଲୁ । ଅନ୍ଧାର ରାତି ନୁହେଁ ଉଦୂଉଦିଆ ଖରା ବେଳରେ ଗାଁ ଦାଣ୍ଡରେ ବୁଲୁଛି ଭାଲୁ ।

ହଁ ଦର୍ଶକ ବନ୍ଧୁ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ଏ ଭିଡିଓ ଦେଖିଲେ ଯେତିକି ମଜାଳିଆ ଲାଗୁଛି ସେତିକି ଚିନ୍ତା ମଧ୍ୟ ଲାଗୁଛି । କାହିଁକି ନା ଏ କୌଣସି ପୋଷା ପଶୁ ନୁହେଁ ଏ ଏକ ହିଂସ୍ର ଭାଲୁ । ଏ ଭାଲୁକୁ ଦେଖିବା ପାଇଁ ଲୋକଙ୍କ ଭିଡ ଯେତିକି ଯମୁଛି ଘଉଡାଇବା ପାଇଁ ସେତିକି ଭିଡ ଯମୁଛି ।

ଏ ଦୃଶ୍ୟ ହେଉଛି ନବରଙ୍ଗପୁର ଜିଲ୍ଲା ନନ୍ଦହାଣ୍ଡି ବ୍ଲକ କାର୍ଜ୍ୟାଳୟ ପରିସର ର । ବନ ବିଭାଗକୁ ମଧ୍ୟ ସ୍ଥାନୀୟ ଲୋକ ଖବର ଦେଇଛନ୍ତି । ଏବେ ଟିକେ ଏହି ଦୃଶ୍ୟକୁ ଦେଖନ୍ତୁ । କିଭଳି ଭାବେ ଭାଲୁ ଟି ଘର ମୁହାଁ ହେଉଛି ଓ ଲୋକେ ଘରେ କବାଟ ବନ୍ଦ କରି ଦେବାକୁ କହୁଛନ୍ତି । କାରଣ ଏମିତି ବି ନ ହେଉ ଯେ ଘର ଭିତରେ କେହି ଛୋଟ ଛୁଆ ଥିବେ ଏବଂ କିଛି ବି କ୍ଷତି ହୋଇଯିବ ।

ସେ ଯାହା ବି ହେଉ ଗାଁ ଭିତରେ ଏକ ହିଂସ୍ର ଜନ୍ତୁ ଏଭଳି ଦିନ ବେଳା ପଶିବା ଗାଁ ଲୋକଙ୍କ ଚିନ୍ତା ବଢାଇ ଦେଇଛି । ତେବେ ଏହା କୌଣସି ନୂଆ ଘଟଣା ନୁହେଁ ଆଗରୁ ଏମିତି ଅନେକ ବାର ଜଙ୍ଗଲରୁ ଖାଦ୍ୟ ଅଭାବ ନେଇ ପ୍ରତେକ ଦିନ ଇଲ୍ଲା ର ବିଭିନ୍ନ ଜନ ବସତିରେ ପଶୁଚି ଭାଲୁ । ହେଲେ ବନ ବିଭାଗ କରୁଛି କଣ ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି ।

ଜଙ୍ଗଲ ଅଭାବ ଓ ଖାଦ୍ୟ ଅଭାବ ହିଁ ଜଙ୍ଗଲି ଜନ୍ତୁ ଙ୍କ ଗାଁ ମୁହାଁ ହେବାର ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହେଉଛି । ଯାହା ପ୍ରତି ବନ ବିଭାଗ ଧ୍ୟାନ ଦେବା ଉଚିତ । ଖାଲି ବନ ବିଭାଗ ନୁହେଁ ସାଧାରଣ ଲୋକେ ବି ଜଙ୍ଗଲ ସୁରକ୍ଷା ପ୍ରତି ସଚେତନ ହେବା ଆବଶ୍ୟକ ।  ନଚେତ କେତେବେଳେ କଣ ହୋଇଯିବ ଆଉ କାହା ଜୀବନ ପ୍ରତି ବିପଦ ଆସିବ ତାହା କେହି କହି ପାରିବେ ନାହି । ତେବେ ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button