ଦେଶ ବିଦେଶ

୪୦୦ ଟଙ୍କାରେ ଏଲପିଜି ସିଲିଣ୍ଡର, ଗରିବଙ୍କୁ ଫ୍ଲାଟ୍ ଦେବୁ : କେସିଆରଙ୍କ ନିର୍ବାଚନୀ ଘୋଷଣା – Utkal Mail


ହାଇଦ୍ରାବାଦ : ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ କ୍ଷମତାରେ ଥିବା ଭାରତ ରାଷ୍ଟ୍ର ସମିତି (ବିଆରଏସ)  ରବିବାର ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଛି। ବିଆରଏସ୍ ଇସ୍ତାହାରରେ ଜନସାଧାରଣଙ୍କୁ ଅନେକ ଲୋଭନୀୟ ପ୍ରତିଶ୍ରୁତି ଦିଆଯାଇଛି।

ଇସ୍ତାହାରରେ ବିଆରଏସ୍ ସମସ୍ତ ଯୋଗ୍ୟ ପରିବାରକୁ ୪୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି। ଇସ୍ତାହାରରେ କୁହାଯାଇଛି ଯେ ଦଳ ଧୀରେ ଧୀରେ ରାଇତୁ ବନ୍ଧୁ ଯୋଜନାରେ ମିଳୁଥିବା ରାଶିକୁ ବାର୍ଷିକ ୧୦,୦୦୦ ଟଙ୍କାରୁ ୧୬,୦୦୦ ଟଙ୍କାକୁ ବୃଦ୍ଧି କରିବ।

ଇସ୍ତାହାର ଜାରି କରି ଦଳର ମୁଖ୍ୟ କେ ଚନ୍ଦ୍ରଶେଖର ରାଓ (କେସିଆର) କହିଛନ୍ତି ଯେ ଭିନ୍ନକ୍ଷମଙ୍କ ପାଇଁ ସାମାଜିକ ସୁରକ୍ଷା ଭତ୍ତା ୬,୦୦୦ ଟଙ୍କାକୁ ବୃଦ୍ଧି କରାଯିବ। ଏହାବ୍ୟତୀତ ତେଲେଙ୍ଗାନାରେ ୯୩ ଲକ୍ଷ ବିପିଏଲ ପରିବାରଙ୍କୁ କେସିଆର ବୀମା ଯୋଜନାରେ ୫ ଲକ୍ଷ ଟଙ୍କାର ବୀମା ମିଳିବ ।

ପରିବାର ପିଛା ୧୦ ଲକ୍ଷ ଟଙ୍କାର ଅନୁଦାନର ‘ଦଳିତ ବନ୍ଧୁ’ ଯୋଜନାକୁ ଦଳ ଜାରି ରଖିବ। ଇସ୍ତାହାର ଅନୁଯାୟୀ, କେସିଆର୍ ଆରୋଗ୍ୟ ରକ୍ଷା ଯୋଜନା ଏବଂ ଆରୋଗ୍ୟଶ୍ରୀ ଭୀମ ଯୋଜନାର କଭରେଜ୍ ୧୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ।

ଇସ୍ତାହାରରେ କୁହାଯାଇଛି ଯେ ହାଇଦ୍ରାବାଦରେ ୧ ଲକ୍ଷ ୨ବିଏଚକେ ଘର ନିର୍ମାଣ କରାଯିବ ଏବଂ ଯେଉଁମାନଙ୍କ ପାଖରେ ଜମି ନାହିଁ ସେମାନଙ୍କୁ ଚିହ୍ନଟ କରାଯାଇ ଗୃହ ଲକ୍ଷ୍ମୀ ଯୋଜନାଅଧୀନରେ ସୁବିଧା ପ୍ରଦାନ କରାଯିବ। ଏହାବ୍ୟତୀତ ରାଜ୍ୟରେ ଆର୍ଥିକ ଦୃଷ୍ଟିରୁ ପଛୁଆ ଛାତ୍ରଛାତ୍ରୀଙ୍କ ପାଇଁ ୧୧୯ଟି ଆବାସିକ ବିଦ୍ୟାଳୟ ନିର୍ମାଣ କରିବାକୁ ଦଳ ପ୍ରତିଶ୍ରୁତି ଦେଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button