ହେୟାର ଫଲ୍ ପାଇଁ ଏଭଳି ବ୍ୟବହାର କରନ୍ତୁ ଭିଟାମିନ୍ E, ମିଳିବ ନରମ ସୁନ୍ଦର କେଶ

ତ୍ୱଚାରୁ ଆରମ୍ଭ କରି କେଶ ପର୍ଯ୍ୟନ୍ତ ଭିଟାମିନ୍ E ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହାକୁ ବ୍ୟବହାର କରି ଆପଣ ନିଜ ରୁଖା ଶୁଖା କେଶକୁ ଜୀବନ୍ତ କରିପାରିବ । ଏହି ଭିଟାମିନ୍ କେଶର ଗଠନକୁ ଉନ୍ନତ କରିଥାଏ ଏବଂ କୋଲାଜେନ୍ କୁ ବଢ଼ାଇଥାଏ । ଏହା ବ୍ୟତୀତ ଏହା କେଶର ବୃଦ୍ଧିକୁ ବଢାଇଥାଏ ଏବଂ ହେୟାର ଫଲ୍ ରୋକିଥାଏ । କେବଳ ଏତିକି ନୁହେଁ, ଏହି ଭିଟାମିନ୍ ରକ୍ତ ସଞ୍ଚାଳନକୁ ତ୍ୱରାନ୍ୱିତ କରିଥାଏ ଏବଂ କେଶକୁ ଭିତରୁ ବଢ଼ାଇଥାଏ ।
ତେବେ ଆସନ୍ତୁ ଜାଣିବା ହେୟାର ଫଲ୍ ନିୟନ୍ତ୍ରଣରେ ଭିଟାମିନ୍ E କିପରି ପ୍ରଭାବଶାଳୀ ଏବଂ ଏହାକୁ ଆପଣ ନିଜ କେଶରେ କିପରି ବ୍ୟବହାର କରାଯିବ ।
ଭିଟାମିନ୍ E ସୁସ୍ଥ ତ୍ୱଚା ବଜାୟ ରଖେ ଏବଂ ହେୟାର ଫଲ୍ ନିୟନ୍ତ୍ରଣ କରେ । ଏହାର ପ୍ରାକୃତିକ ଆଣ୍ଟିଅକ୍ସିଡାଣ୍ଟ ପ୍ରଭାବ ରହିଛି ଯାହା କେଶର ବୃଦ୍ଧିରେ ସାହାଯ୍ୟ କରିଥାଏ । ଭିଟାମିନ୍ E ଆଣ୍ଟିଅକ୍ସିଡାଣ୍ଟ ଗୁଣ ଅକ୍ସିଡେଟିଭ୍ ଷ୍ଟ୍ରେସ ଏବଂ ମୁକ୍ତ ରେଡିକାଲସ ପରିମାଣକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ଯାହା କେଶ ଝଡିବାର କାରଣ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି ସହଜ ଘରୋଇ ଉପଚାର କହିବାକୁ ଯାଉଛୁ ଯାହା ଦ୍ୱାରା ଆପଣ ହେୟାର ଫଲ୍ କଣ୍ଟ୍ରୋଲ କରିପାରିବେ । ଆସନ୍ତୁ ଜାଣିବା ଏହା ବିଷୟରେ…..
ଆଲୋ ଭେରା ସହିତ ଭିଟାମିନ୍ E:
ଯଦି ଆପଣଙ୍କର କେଶ ବହୁତ ଡ୍ରାଏ ଏବଂ ଆପଣଙ୍କର ଡାଣ୍ଡ୍ରଫ୍ ସମସ୍ୟା ଅଛି, ତେବେ ଆପଣ ଭିଟାମିନ୍ E କୁ ଆଲୋ ଭେରା ସହିତ ମିଶାଇ କେଶରେ ଲଗାଇବା ଉଚିତ୍ । ବାସ୍ତବରେ, ଏହି ଦୁଇଟି ସ୍କାଲ୍ପରେ ଆଦ୍ରତା ଆଣିଥାଏ ଏବଂ ଡାଣ୍ଡ୍ରଫ ସମସ୍ୟା ହ୍ରାସ କରିବାରେ ସାହାଯ୍ୟ କରିଥାଏ । ସ୍କାଲ୍ପ ସଫା କରିବା ଏବଂ ସ୍କିନ ଇନଫେକ୍ସନକୁ ରୋକିବାରେ ଏହି ଦୁଇଟି ଅତ୍ୟନ୍ତ ସାହାଯ୍ୟକାରୀ । ତେଣୁ, ଏହି କାରଣଗୁଡିକ ପାଇଁ ଆପଣ ଆଲୋ ଭେରା ଏବଂ ଭିଟାମିନ୍ E ବ୍ୟବହାର କରିବା ଉଚିତ୍ ।