ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ

ଧର୍ମଗଡ,୦୬/୧୦: ବିଳମ୍ବିତ ରାତିରେ ଜଣେ ଅଜଣା ବ୍ୟକ୍ତିଙ୍କୁ ଧକ୍କା ଦେଲା ଅଜଣା ଗାଡି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବାବେଳେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମ ପାଣି ଥାନା ବିଜୁ ଏକ୍ସପ୍ରେସ ୱେ କୁଲେରଗୁଡ଼ା ନିକଟରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଜଣେ ବ୍ୟକ୍ତି ବିଜୁ ଏକ୍ସପ୍ରେସ ୱେ କୁଲେରଗୁଡ଼ା ନିକଟରେ ଶନିବାର ବିଳମ୍ୱିତ ରାତିରେ ଯାତ୍ରା କରୁଥିଲେ ।
ଏହି ସମୟରେ ଏକ ଅଜଣା ଗାଡ଼ି ଆସି ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବ୍ୟକ୍ତି ଜଣକ ପ୍ରାଣ ହରାଇଥିଲେ । ତେବେ ରବିବାର ସକାଳୁ ବ୍ୟକ୍ତିଙ୍କ ମୃତଦେହ ରାସ୍ତାରେ ପଡ଼ି ରହିଥିବାର ଦେଖିଥିଲେ ସ୍ଥାନୀୟଲୋକେ । ଏହା ଦେଖି ତୁରନ୍ତ ଆମ ପାଣି ଥାନା ପୋଲିସକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ ।
ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବ୍ୟକ୍ତିଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଏହା ସହ ଘଟଣାସ୍ଥଳରେ ଉପସ୍ଥିତ ରହି ମୃତ ବ୍ୟକ୍ତିଙ୍କ ପରିଚୟ ଖୋଜି ଘଟଣାର ତଦନ୍ତ ଚଳାଇଛି ପୋଲିସ । ତେବେ ବର୍ତ୍ତମାନ ସୁଦ୍ଧା ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ପାରିନାହିଁ ।