ଦେଖୁ ଦେଖୁ ମାସି ଆସିଲା ବନ୍ୟା 23 ଭାରତୀୟ ଯବାନ ଭାସିଗଲେ, ଖୋଜାଖୋଜି ଜାରି ରଖିଛନ୍ତି ଉଦ୍ଧାରକାରୀ ଦଳ
ମାଡି ଆସିଲା ବନ୍ୟା ଆଉ 23 ଜଣ ଭାରତୀୟ ଯବାନ ପାଣି ରେ ଭାସିଗଲେ । କେହି କାହାରୀକୁ ବଞ୍ଚାଇ ପାରିଲେ ନାହିଁ । ଆଖି ପିଛୁଳାକେ ବନ୍ୟା ପାଣି ମାଡି ଆସିଲା । ଏତେ ଜୋର ରେ ଆସିଲା ଯେ ଯବାନ ମାନେ ବଞ୍ଚିବାକୁ ଚେଷ୍ଟା କରିଥିଲେ ବି ବଞ୍ଚିପାରି ନ ଥିଲେ । ଏକ ସହ ସମସ୍ତ 23 ଜଣ ଭାରତୀୟ ଯବାନ ପାଣି ରେ ଭାସି ଚାଲି ଯାଇଛନ୍ତି । ଯାହାଙ୍କର ଏବେ ଯାଏ କିଛି ବି ସନ୍ଧାନ ମିଳିପାରୁ ନାହିଁ ।
ମାନେ ସମସ୍ତର ଉଧାର କାର୍ଯ୍ୟ ରେ ନିୟୋଜିତ ହୋଇଥିବା ଯବାନ ଥିଲେ । ଲୋକଙ୍କୁ ଉଧାର କରିବାକୁ ଯାଇ ନିଜେ ଏବେ ପାଣି ରେ ଭାସି ଯାଇଛନ୍ତି । ଜେଣ କି ଦୁଇ ଜଣ ନୁହେଁ ଏକ ସହ 23 ଜଣ ଯବାନ ପାଣି ରେ ଭାସି ଯାଇଛନ୍ତି । ସିକିମ ର ଲ୍ୟାଛେନଭାଲି ରେ ଏବେ ବାଦଲ ଫଟା ବର୍ଷା ଜାରି ରହିଛି । ଆଜି ସକାଳୁ ହୋଇଥିଲା ବାଦଲ ଫଟା ବର୍ଷା । ଫଳରେ ହଠାତ ମାଡି ଆସିଥିଲା ବନ୍ୟା ।
ଚାଙ୍କା ସବୁ କିଛି ଭସାଇ ନେଇ ପଳାଇଥିଲା । ଯାହାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ବନ୍ୟା ପାଣିରେ ଭାସି ଯାଇଛନ୍ତି 23 ଜଣ ଯବାନ । କେତେ ଯେ ଭୟଙ୍କର ଦେଖା ଯାଉଛି ଏ ବନ୍ୟା । ତେବେ ପାହାଡିଆ ଅଞ୍ଚଳରେ ଏମିତି ଅଚାନକ ହୋଇଯାଏ । ସୂଚନା ଅନୁଯାୟୀ ବନ୍ୟା ପାଣି ଅଚାନକ ମାଡି ଆସିଲା ।
5ଟି ଟିମ ଏବେ ସର୍ଚ୍ଚ ଅପରେସନ ରେ ଲାଗି ପଡିଛନ୍ତି । ଦେଖାଯାଉ ଯବାନ ମାନଙ୍କର କେବେ ସନ୍ଧାନ ମିଳୁଛି । ହଠାତ ଏମିତି କିଛି ଅଘଟଣ ଘଟିଯିବ ତାହା ଯବାନ ମାନେ ନିଜେ ମଧ୍ୟ ଜାଣି ପାରି ନ ଥିଲେ । ଯେଉଁ ମାନେ ଦେଶର ସୁରକ୍ଷା କରୁଥିଲେ ଆଜି ସେମାନଙ୍କ ଜୀବନ ବିପଦରେ ପଡିଛି କହିଲେ କିଛି ଅତ୍ଯୁକ୍ତି ହେବ ନାହିଁ ।