ସମସ୍ତେ ଏକଜୁଟ ହୋଇ ଦଳ ପାଇଁ କାମ କର : ନବୀନ

ନଵରଙ୍ଗପୁର, ୨୩/୯(ଆପ୍ର) : ବର୍ଷା ଋତୁ ଚାଲିଗଲା ପରେ ମୁଁ ନଵରଙ୍ଗପୁର ଜିଲ୍ଲା ଗସ୍ତରେ ଆସୁଛି । ଏହା କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଠାରେ ଆୟୋଜିତ ନଵରଙ୍ଗପୁର ଜିଲ୍ଲା ସାଙ୍ଗଠନିକ ବୈଠକରେ ବିଜେଡି ନେତା ଓ କର୍ମୀମାନଙ୍କୁ ନବୀନ ପଟ୍ଟନାୟକଙ୍କ ଏହା କହି ଆଶ୍ବସ୍ତ କରିଛନ୍ତି।
ସମସ୍ତେ ଏକଜୁଟ ହୋଇ ଦଳ ପାଇଁ କାମ କର ।
ଆମ ସରକାର ଲୋକଙ୍କ ପାଇଁ ଭଲ କାମ କରିଛି। ଆମେ ପୁଣି ସରକାରକୁ ଫେରିବା । କାରଣ ବିଜେଡି ଓଡ଼ିଶାରେ ସରକାର ଗଢ଼ିବା ବେଳେ ୭୦ ପ୍ରତିଶତ ଗରିବ ଥିଲେ । ଓଡିଶାରେ ଏବେ ୧୦ ପ୍ରତିଶତ ଗରିବ ଅଛନ୍ତି। ସେତେବେଳେ ଓଡିଶା ଦେବାଳିଆ ଅବସ୍ଥାରେ ଥିଲା । ଆର୍ଥିକ କ୍ଷେତ୍ରରେ ଓଡ଼ିଶା ବହୁତ ଆଗକୁ ଯାଇଛି। ଅନେକ ରାଜ୍ୟ ସହିତ ସମକକ୍ଷ ହୋଇପାରିଛି। ଏକଥା ଲୋକେ ଜାଣିଛନ୍ତି, ଆଗକୁ ମଧ୍ୟ ଅନୁଭବ କରିବେ। ତେଣୁ ଆପଣ ମାନଙ୍କ ସହିତ ମୁଁ ଅଛି, ଏକଜୁଟ ହୋଇ ଦଳ ପାଇଁ କାମ କର। ପ୍ରତି ଥାନାରେ ପୁଲିସ୍ କେମିତି କାମ କରୁଛି ତାହା ଉପରେ ନଜର ରଖ। ବର୍ଷା ଋତୁ ଚାଲିଯିବା ପରେ ମୁଁ ନବରଙ୍ଗପୁର ଜିଲ୍ଲା ସମେତ ପ୍ରତି ଜିଲ୍ଲା ଗସ୍ତରେ ଯିବି ବୋଲି କର୍ମୀ ମାନଙ୍କୁ କହି ଉତ୍ସାହିତ କରିଛନ୍ତି ନବୀନ।
ଏହି ସାଙ୍ଗଠନିକ ବୈଠକରେ ବିଜେଡି ଜିଲ୍ଲା ସଭାପତି ରମେଶ ମାଝୀ, ପ୍ରଦୀପ ମାଝୀ, ଡାଵୁଗା ବିଧାୟକ ମନୋହର ରନ୍ଧାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଲିପିକା ବରୋଇ, ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ ସମେତ ସମସ୍ତ ଦଳୀୟ ବିଜେଡିର ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟା ଏହି ବୈଠକରେ ଯୋଗଦେଇଥିଲେ ।