ଓଡିଶା

କୂଅରୁ ମହିଳାଙ୍କ ମୃତଦେହ ଉଦ୍ଧାର, ସ୍ୱାମୀ ଅଟକ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ବାଲିବୋ ଗାଁରେ ଅଭାବନୀୟ ଘଟଣା ଘଟିଛି। କୂଅରେ ଭାସୁଛି ମହିଳାଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ। ମୃତ ମହିଳା ଜଣକ ବାସନ୍ତୀ ରାଉତ ବୋଲି ଜଣାପଡିଛି। ଆଜି ସକାଳେ କିଛି ସ୍ଥାନୀୟ ଲୋକ କୂଅକୁ ପାଣି ଆଣିବାକୁ ଯାଇଥିବାବେଳେ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ବାସନ୍ତୀଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ।

ପରେ ଏ ନେଇ ଗ୍ରାମବାସୀମାନେ ପରିବାର ଲୋକଙ୍କୁ ଜଣାଇବା ସହ ପୁଲିସକୁ ଖବର ଦେଇଥିଲେ। ପୁଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବାସନ୍ତୀଙ୍କୁ କୂଅରୁ ଉଦ୍ଧାର କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନାହିଁ। ସେପଟେ ପୁଲିସ ମୃତକଙ୍କ ସ୍ଵାମୀ ଦୁଃଖବନ୍ଧୁ ରାଉତଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button