ରାଜନୀତି

ରାହୁଲଙ୍କୁ ବାପା ରାଜୀବଙ୍କ କାର୍ଯ୍ୟକାଳ ମନେପକାଇଦେଲେ ବିଜେପି ନେତା

ନୂଆଦିଲ୍ଲୀ: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆମେରିକାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ବିଜେପି ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍ଏସ୍ଏସ୍)କୁ କଡ଼ା ସମାଲୋଚନା କରିଥିଲେ। ଆଉ ରାହୁଲଙ୍କ ବିବୃତ୍ତି ପରେ ଏବେ ବିଜେପି ନେତାମାନେ ତାଙ୍କୁ ଜୋରଦାର ଟାର୍ଗେଟ କରୁଛନ୍ତି | ଶିଖମାନଙ୍କ ବିଷୟରେ ରାହୁଲ ଗାନ୍ଧୀଙ୍କ ବିବୃତ୍ତି ଉପରେ ଅନୁରାଗ ଠାକୁର କହିଛନ୍ତି, ‘ବ୍ରିଟିଶମାନେ ସିନା ଚାଲିଗଲେ କିନ୍ତୁ ସେମାନେ ସେମାନଙ୍କ ବିଚାରଧାରା କଂଗ୍ରେସକୁ ଦେଇଛନ୍ତି।

ରାହୁଲ ଗାନ୍ଧୀ ନିଜ ଦେଶକୁ ବିଦେଶୀ ମାଟିରେ ବଦନାମ କରିଛନ୍ତି। ରାହୁଲ ଜୀ, ଚାଇନାରୁ ପାଣ୍ଠି ନେଇ କିଛି ହାସଲ ହେବ ନାହିଁ, ପାକିସ୍ତାନରୁ ସାହାଯ୍ୟ ନେଇ କିଛି ହାସଲ ହେବ ନାହିଁ। ତାଙ୍କ ପିତା ରାଜୀବ ଗାନ୍ଧୀଙ୍କ ସମୟରେ ଶିଖମାନଙ୍କ କେଶ କାଟି ଦିଆଯାଇଥିଲା। ଶିଖମାନଙ୍କୁ ଅତ୍ୟାଚାର କରିଥିଲେ।

କଂଗ୍ରେସ ପରିବାର ଏବଂ ରାହୁଲ ଗାନ୍ଧୀ ଏଥିପାଇଁ ଦେଶକୁ କ୍ଷମା ପ୍ରାର୍ଥନା କରିବା ଉଚିତ୍। ଜ୍ଞାନ ଦିଅ ନାହିଁ, ଏହା ମିଛ କଥା | ଲୋକସଭା ବିରୋଧୀଦଳର ନେତା ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, “ଆପଣ ରାହୁଲ ଗାନ୍ଧୀଙ୍କୁ ପଚାରିବା ଉଚିତ କେଉଁଠାରେ ଶିଖ ସମ୍ପ୍ରଦାୟର ସଦସ୍ୟ ତଥା ପ୍ରତିନିଧୀ କହିଛନ୍ତି ଯେ ପଗଡି ପିନ୍ଧିବାରେ ତାଙ୍କର ଅସୁବିଧା ଅଛି। ମୁଁ ଦୀର୍ଘ ୬୦ ବର୍ଷ ଧରି ‘ପଗଡି’ ଏବଂ ‘କଡା’ ପିନ୍ଧିଆସୁଛି ଏବଂ ମୁଁ କଦାପି କାହାକୁ ଦେଖି ନାହିଁ, ଯିଏ କହୁଛି ଯେ ‘ପଗଡି’ ଏବଂ ‘କଡା’ ପିନ୍ଧିବାରେ ସେମାନଙ୍କର ଅସୁବିଧା ହେଉଛି ।

ସେ ଆହୁରି ମଧ୍ୟ କହିଛନ୍ତି, ‘ତାଙ୍କ ପିତାଙ୍କ ସମୟରେ ନରସଂହାର ଘଟିଥିଲା। ଆମର ୩୦୦୦ ଲୋକଙ୍କୁ ମାରିଦିଆଯାଇଥିଲା | ଏହା ନୁହେଁ ଯେ ସେ ଏସବୁ ବିଷୟରେ ଅବଗତ ନୁହଁନ୍ତି | ସେ ଦୀର୍ଘ ଦିନ ଧରି ରାଜନୀତିରେ ରହିଆସିଛନ୍ତି, ତେଣୁ ସେ ଅନୁଭବ କରିବା ଉଚିତ ଯେ ଯଦି ସେ ଦେଶ ବାହାରେ କିମ୍ବା ଦେଶ ଭିତରେ ଅଛନ୍ତି ଏବଂ ଏପରି ବିବୃତ୍ତି ଦିଅନ୍ତି ତେବେ ତାଙ୍କୁ ପରିହାସ କରାଯିବ। ଏହା ଏମିତି ଏକ ବିବୃତ୍ତି ଯାହାକୁ ଦୃଢ ଭାବରେ ନିନ୍ଦା କରାଯିବା ଉଚିତ୍ | ସେ ଦେଶ ବାହାରେ ରହୁଥିବା ଆମ ଭାଇମାନଙ୍କୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁଛନ୍ତି |

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button