କ୍ରାଇମ

ଦୋଳି ତିଆରିକୁ କେନ୍ଦ୍ର କରି ନିର୍ମମ ହତ୍ୟା, ଠେଙ୍ଗାରେ ପିଟି ପିଟି ବୃଦ୍ଧଙ୍କୁ ମାରିଦେଲେ ଦୁଇ ଯୁବକ

ଅନୁଗୁଳ: ଦୋଳି ତିଆରିକୁ କେନ୍ଦ୍ର କରି ନିର୍ମମ ହତ୍ୟା । ଠେଙ୍ଗାରେ ପିଟି ପିଟି ବୃଦ୍ଧଙ୍କୁ ହତ୍ୟା କଲେ ଦୁଇ ଯୁବକ । ମୃତକ ନକୁଳ ପ୍ରଧାନ।  ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ଅନ୍ତର୍ଗତ ଭୀମକାଣ୍ଡ ଗାଁରେ ଘଟିଛି ହତ୍ୟାକାଣ୍ଡ ।

ସୂଚନା ମୁତାବକ ଗାଁରେ ଦୋଳି ତିଆରିକୁ ନେଇ ନକୁଳଙ୍କର ଦୁଇ ଯୁବକ ଜିତୁ ପ୍ରଧାନ ଓ କାହ୍ନା ପ୍ରଧାନଙ୍କ ସହିତ ବଚସା ହୋଇଥିଲା ।  ସେଥିରେ ଉତ୍କ୍ଷିପ୍ତ ହୋଇ ଦୁଇ ଯୁବକ ଠେଙ୍ଗା ରେ ମୁଣ୍ଡକୁ ପିଟି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । ହତ୍ୟା ପରେ ଦୁଇ ଅଭିଯୁକ୍ତ ଫେରାର ଥିବା ବେଳେ ପାଳଲହଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏପରିକି ଦୁଇ ଭାଇ ଗାଁ ପାଖ ଜଙ୍ଗଲରେ ଯାଇ ଲୁଚିଥିବା ସନ୍ଦେହ କରି ପୋଲିସ ଜଙ୍ଗଲ ରେ ଖୋଜା ଖୋଜି ଜାରି ରଖିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button