ଓଡିଶା

ଜୟମାଳା ହେଲା ଏହା ପରେ ସାତୋଟି ଫେରା ମଧ୍ୟ ହେଲା, କିନ୍ତୁ କନ୍ୟାର ବିଦାଇ ହୋଇ ପାରିଲା ନାହିଁ… ଘଟିଲା ଏହି ଘଟଣା

ବିବାହ ସମସ୍ତଙ୍କ ଜୀବନ ର ବହୁତ ସୁନ୍ଦର ଓ ବିଶେଷ ଅନୁଭବ ହୋଇ ଥାଏ, କିନ୍ତୁ ଯଦି ଏହି ବିବାହ ରେ କିଛି ଏମିତି ଘଟିତ ହୋଇ ଯାଏ ଯାହା କେହି କେବେ ଭାବି ନଥିବେ ତେବେ ଭାବନ୍ତୁ ସେହି ପରିବାର ଉପରେ କଣ ହଉଥିବ । ଆଜି ଆମେ ଆପଣଙ୍କୁ ଉତ୍ତର ପ୍ରଦେଶ ଶାହଜହାଁପୁର ଜାଗାର ଭୟଙ୍କର ଘଟଣା ବିଷୟରେ କିଛି କହିବାକୁ ଯାଊଛୁ ଯାହା ଶୁଣି ଆପଣଙ୍କ ଆଖିରୁ ବି ଲୁହ ଝରିବ ।

ଶାହଜହାଁପୁର ରେତି ବସ୍ତି ରେ ଦିନେଶ କୁମାର ନିଜ ପରିବାର ସହ ରହୁଥିଲେ ତାଙ୍କ ପରିବାର ରେ ଏମିତି କିଛି ଭୟଙ୍କର ହେଲା ଯାହା ପରେ ତାଙ୍କ ସ୍ତ୍ରୀର ମୃତ୍ୟୁ ଘଟିଲା ।

ମାଁର ଏହି ଅବସ୍ତା ଦେଖି ଝିଅ ଶିବାନୀ ଦିନ ରାତି ରୋଗରେ ପଡି ରହିଲା । ତାଙ୍କ ସ୍ତ୍ରୀ ସୁନିତାଙ୍କ ମୃତ୍ୟୁ କୁ ଦୁଇ ବର୍ଷ ଘଟି ଯାଇ ଥିଲା, ଯାହା ପରେ ତାଙ୍କ ୪ଟି ଛୁଆଙ୍କ ଦାଇତ୍ଵ ଦିନେଶ ଉପରେ ଆସି ଗଲା ଝିଅ ନା ଶିବାନୀ, ବଡ ଭାଇ ନା ରାହୁଲ ଓ ଦୁଇ ଛୋଟ ଭାଇ ସିଭମ ଏବଂ ଅଙ୍କୁର ଅଟେ ।

ରବିବାର ଦିନ ବିନୀତ ଦିନେଶଙ୍କ ଝିଅ ଶିବାନୀ ସହ ବିବାହ କରିବା ପାଇଁ ରାତି ୧୨ଟା ରେ ବରଯାତ୍ରୀ ନେଇ ଦିନେଶ ଘରେ ପହଞ୍ଚିଲେ । ବରଯାତ୍ରୀଙ୍କର ଭବ୍ୟ ସ୍ଵାଗତ କରା ଗଲା, ବହୁତ ସମୟ ହୋଇ ଯାଇ ଥିଲା ସେଥିପାଇଁ ବହୁତ ଶୀଘ୍ର ଜୟମାଳା କାର୍ଯ୍ୟ କରା ଗଲା । ଏହା ପରେ ବିବାହ କାର୍ଯ୍ୟକ୍ରମ ପୂର୍ଣ ହେଲା ଯାହା ପରେ ବର ଓ ବରଯାତ୍ରୀ ମାନଙ୍କୁ ଆରାମ କରିବା ପାଇଁ ଘର ଦିଆ ଗଲା କନ୍ୟା ମଧ୍ୟ ଶୋଇଲା ।

ଏହା ପରେ ସକାଳେ ବରଯାତ୍ରୀ ଆଗୁଆ ବାହାରି ଗଲେ, ତାଙ୍କ ପରେ ବର ଓ କନ୍ୟା ର କଲେବେ ର ରସମ କରା ଗଲା ଯାହା ପରେ ବିଦାଇ ହୋଇ ଥାନ୍ତା କିନ୍ତୁ ସେହି ସମୟରେ ଝିଅ ଛାତି ରେ ଜୋର କଷ୍ଟ ହେଲା ଯାହା ପରେ ବାପା ଦିନେଶ ଡକ୍ଟର ଡକାଇଲେ କିନ୍ତୁ ବହୁତ ଡେରି ହେଇ ଯାଇ ଥିଲା, ଶିବାନୀ ଦୁନିଆ ଛାଡି ପଳେଈ ଥିଲେ । ଶିବାନୀ ବାପାଙ୍କ ଅନୁଯାଇ ତାଙ୍କ ଜାଗାରେ ଝିଅକୁ ବିଦା କରା ଯାଏ ନାହିଁ ଝିଅକୁ ଗୋନା ରଖା ଯାଏ ଝିଅ ପରେ ବିଦା ହୁଏ ସେଥିପାଇଁ ବର ବିନା କନ୍ୟା ରେ ବିଦା ହୋଇ ଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button