ଜୀବନଶୈଳୀ

ବେଶ୍ୟା କୋଠିରୁ ଝିଅକୁ ମୁକୁଳାଇ ବିବାହ କରିଲେ ଏହି ଯୁବକ ଜଣକ, ଆଶ୍ଚର୍ଯ୍ୟ କରିଦେବ ସେମାନଙ୍କ ଏହି ପ୍ରେମ କାହାଣୀ , ସମସ୍ତଙ୍କୁ ପଢିବା ଦରକାର

ପ୍ରେମ ଅନ୍ଧ ହୋଇଥାଏ ଏହା ତ ଆପଣ ଜାଣିଥିବେ ଆଜି ଆମେ ଆପଣଙ୍କୁ ଏକ ଏଭଳି କାହାଣୀ କହିବାକୁ ଯାଉଛୁ ଯାହା ସତରେ ପ୍ରମାଣ କରିବ ଯେ ପ୍ରେମ ବୀନା ବଞ୍ଚିବା କଷ୍ଟ ଆଉ ପ୍ରେମ ପାଇଁ ଲୋକ ନିଜ ଜୀବନ ହରିବାକୁ ବି ପଛାନ୍ତିନୀ । ପ୍ରେମ କେତେ ଭଲ ଆପଣ ଏହି ନ୍ୟୁଜ୍ ପଢିଲା ପରେ ଜାଣି ପାରିବେ । ଏହି କାହାଣୀ ହେଲା ମଧ୍ୟ ପ୍ରଦେଶର, ଆକାଶ ନାମକ ଜଣେ ଯୁବକ ନିଜ ପ୍ରେମକୁ ପାଇବା ପାଇଁ ନିଜ ଜୀବନକୁ ପାଣି ଛଡେଇ ଦେଇଥିଲା ।

ନିମଚର ମନ୍ଦସୋର ଓ ରତଲାମ ଜିଲ୍ଲାରେ ପ୍ରାୟ ୬୮ ଗାଁ ରେ ବାଂଛଡା ସମୁଦାୟ ୨୫୦ ଜଣ ସମୁଦାୟ ଅଛନ୍ତି । ଯେଉଁଠି ଖୋଲାରେ ବୈଶ୍ୟାବୃତ୍ତି ହୋଇଥାଏ । ଏହି ସମୁଦାୟ ଛୋଟ ଝିଅକୁ ଦେହ ବ୍ୟାପାର ପଠାଇବା ପାଇଁ ଆଉ କେହି ନୁହେଁ ବରଂ ନିଜ ବାପା ମା ଥାନ୍ତି । ଏହା ବହୁତ ସମୟ ହେଲା ଚାଲିଆସୁଛି । ତେବେ ଆକାଶ ଓ ଭାରତୀ ଦୁହେଁ ବାଂଛଡା ସମୁଦାୟର ଅଟନ୍ତି ।  ସେ ବାଂଛଡା ସମୁଦାୟ ଯେଉଁଠି ମାଲବା ନାବାଳିକା ଛୁଆଙ୍କୁ ବୈଶ୍ୟାବୃତ୍ତିର ଦାଗ ଲଗାଯାଇଥାଏ ।

ଆଜ୍ ତକ୍ ରିପୋର୍ଟ ଅନୁସାରେ ବାଂଛଡା ସମୁଦାୟରେ ନାବାଳିକ ଝିଅମାନେ ଏହି ଜୀବନରୁ ବଞ୍ଚିବାପାଇଁ ନିଜକୁ ଠିକ୍ କରିନେଲେ । ଆକାଶ ଏଥିପାଇଁ ଫ୍ରିଡମ୍ ଫର୍ମ ନାମରେ ଏକ ଏନ୍ ଜିଓ ସହ ମିଶି କାମ କରିବାକୁ ଲାଗିଲା । ଏନ୍ ଜିଓ ରେ ମିଶି ସେ ପ୍ରାୟ ୬୦ ଜଣ ଝିଅ ମାନଙ୍କୁ ଦେହ ବ୍ୟାପାରରୁ ରକ୍ଷା କରିପାରିଥିଲା । ସେହି ରେସକ୍ୟୁ ମିଶନ୍ ବେଳେ ତାର ସାକ୍ଷାତ ଭାରତୀ ସହ ହୋଇଥିଲା । ଆକାଶ ବହୁ ଚେଷ୍ଟା କରି ନିମଚର ଏକ ହଷ୍ଟେଲ୍ ରେ ଭାରତୀକୁ ଭର୍ତ୍ତୀ କରାଇଲେ କାହିଁକି ନା ସେ ପଢିବାକୁ ଚାହୁଁଛି ବୋଲି ଆକାଶକୁ କହିଥିଲା।

କିନ୍ତୁ କିଛି ଦିନ ପରେ ତା ମା ତାଙ୍କୁ ହଷ୍ଟେଲ୍ ରୁ ବାହାର କରି ସେ ବେଶ୍ୟାବୃତ୍ତି ସ୍ଥାନକୁ ନେଇଗଲେ । ଭାରତୀର ମୋବାଇଲ୍ ଛଡେଇନେଲେ ଓ ଏହା ସହ ପଞ୍ଚାୟତ ଡାକି ଆକାଶକୁ ଭାରତୀ ଠାରୁ ଦୂରେଇ ରହିବାପାଇଁ ଆଦେଶ ବି ଦେଇଥିଲେ । କିଛି ସମୟ ପରେ ଆକାଶ ସାହାର୍ଯ୍ୟରେ ଏନ୍ ଜିଓ ଓ ପୋଲିସ୍ ଦ୍ୱାରା ସେ ଜାଗାକୁ ଛାପା ମରାଗଲା । ଆକାଶର ପ୍ରୟାସରୁ ଭାରତୀ ପାଠପଢା ଆରମ୍ଭ କରିଦେଇଥିଲା । ଡେରି କାରଣାରୁ ଭାରତୀକୁ ନବମ କ୍ଲାସରେ ଆଡ୍ ମିଶନ୍ ମିଳିପାରିଲା । ଭାରତୀ ଏହି ବର୍ଷ ୨୧ ଜାନୁୟାରୀ କୁ ସାବାଳିକା ହୋଇଯିବ ।

ଆକାଶ ଓ ଭାରତୀ ବାଂଛଡା ସମୁଦାୟରେ ଯେଉଁ ଦାଗ ଲାଗିଛି ତାକୁ ମିଟାଇବାପାଇଁ ମିଶିକରି ଫଇସଲା ନେଇଛନ୍ତି, ସେଥିପାଇଁ ସେ ବିବାହ କରିଛନ୍ତି । ନିମଚର ଏସପି ମନୋଜ ସିଂ ଏହି ମଉକାରେ ଆକାଶ ଓ ଭାରତୀର ସୁଖୀ ଜୀବନର ଆଶିର୍ବାଦ ବି ଦେଲେ । ମଧ୍ୟ ପ୍ରଦେଶର ନିଜମରେ ଆକାଶ ଓ ଭାରତୀ କୋର୍ଟରେ ବିବାହ କରିଥିଲେ |

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button