ଦେଶ ବିଦେଶ

ସବୁ କାମ ଆଜି ସାରି ଦିଅନ୍ତୁ, ୮ ଜାନୁଆରୀ କୁ ‘ଭାରତ ବନ୍ଦ’ ହଡତାଲ ରେ ରହିବେ ବ୍ୟାଙ୍କ କର୍ମଚାରି

୮ ଜାନୁଆରୀ ବୁଧବାର ଦିନ ଯଦି ଆପଣଙ୍କୁ କିଛି ବ୍ୟାଙ୍କ ସମ୍ବନ୍ଧିତ କାମ ଅଛି ତେବେ ସେହି କାମ ହୋଇ ପାରିବ ନାହିଁ, କାହିଁକିନା ବୁଧବାର ଦିନ ବ୍ୟାଙ୍କ ଅଧିକାରୀ ହଡତାଲ କରିବେ । ୧୦ଟି କେନ୍ଦ୍ରୀୟ ଟ୍ରେଡ ୟୂନିଅନ ନରେନ୍ଦ୍ର ମୋଦୀ ସରକାର ର ଆର୍ଥିକ ନୀତି ବିରୂଦ୍ଧ  ରେ ୮ ଜାନୁଆରୀକୁ ‘ଭାରତ ବନ୍ଦ’ ଏଲାନ କରିଛନ୍ତି । ଏହି ନିସ୍ପତି ପାଇଁ ବ୍ୟାଙ୍କ କର୍ମଚାରିମାନେ ହଡତାଲ ରେ ବସିବା ପାଇଁ ଘୋଷଣା କରିଛନ୍ତି ।

ୟୂନିଅନ ଏହା ମଧ୍ୟ କହିଛି ଯେ ୮ଜାନୁଆରୀକୁ ରାଷ୍ଟ୍ରବ୍ୟାପୀ ହଡତାଲ ରେ ୨୫ କୋଟି ଲୋକ ଶାମିଲ ହୋଇବେ ।

ବିଭିନ୍ନ ସଂଘ ଏବଂ ଫେଡ୍ରେସନ ଗତ ବର୍ଷ ସେପ୍ଟେମ୍ବର ରେ ୮ ଜାନୁଆରୀକୁ ୨୦୨୦ରେ ହଡତାଲ କରିବା ପାଇଁ ଘୋଷଣା କରି ଥିଲେ । ବ୍ୟାଙ୍କ କର୍ମଚାରି ଏବଂ ଅଧିକାରୀମାନଙ୍କ ହଡତାଲ ପାଇଁ ବ୍ୟାଙ୍କଇଙ୍କ ସେବା ଗୁଡିକ ପ୍ରଭାବିତ ହୋଇ ପାରେ, ବୁଧବାର ଦିନ ବହୁତ ଗୁଡେ ବ୍ୟାଙ୍କ ଶାଖା ଗୁଡିକ ବନ୍ଦ ରହି ପାରେ, କାହିଁକିନା ୟୂନିଅନ କର୍ମଚାରୀମାନଙ୍କୁ ଚାବି ସ୍ଵୀକାର କରିବା ପାଇଁ ମନା କରିଛନ୍ତି ।

ଏହା ଦ୍ଵାରା ବହୁତ ଜାଗା ଏଟିଏମ ମଧ୍ୟ ପ୍ରଭାବିତ ହୋଇ ପାରେ, କିନ୍ତୁ ନେଟ ବ୍ୟାଙ୍କିଙ୍ଗ ସାମାନ୍ୟ ରୂପରେ କାମ କରିବ ବୋଲି କୁହା ଯାଉଛି କାହିଁକିନା NEFT ଅନଲାଇନ ସଂସ୍ଥା ୨୪*୭ ଉପଲବ୍ଧ ରହିବ । ଭାରତ ସବୁ ଠାରୁ ବଡ ବ୍ଯାଙ୍କ ଭାରତୀୟ ଷ୍ଟେଟ ବ୍ଯାଙ୍କ ଉପରେ ଏହି ହାଡତାଲ ପାଇଁ ସେବା ଗୁଡିକ ଉପରେ କମ ପ୍ରଭାବ ପଡିବାର ଆସା ଅଛି । ଏସବିଆଇ ର ଗୋଟେ ଷ୍ଟକ ଏକ୍ସଚେଞ୍ଜ ଫାଇଲିଙ୍ଗ କହିଛନ୍ତି “ହାଡତାଲ ରେ ଭାଗ ନଉଥିବା ୟୂନିଅନ ରେ ଆମ ବ୍ଯାଙ୍କ କର୍ମଚାରୀ କମ ଅଛନ୍ତି, ସେଥିପାଇଁ ବ୍ୟାଙ୍କ

ଅପରେସନ ଉପରେ ହାଡତାଲ ପ୍ରଭାବ କାମ ପଡିବ।” ବ୍ୟାଙ୍କ ଅଫ ବଡୋଦା କହିଛନ୍ତି ଯେ ହାଡତାଲ ଦିନ ସୂଚାରୁ କାମ ପାଇଁ ସଠିକ ନିସ୍ପତି କରା ଜୀବ, କିନ୍ତୁ ହାଡତାଲ ପାଇଁ ବ୍ୟାଙ୍କ କାମ ଅସ୍ତ ବ୍ୟସ୍ତ ହୋଇ ପାରେ ଏବଂ କାମ ହାଡତାଲ ପାଇଁ ପ୍ରଭାବିତ ହୋଇ ପାରେ । ସବୁ ବ୍ୟାଙ୍କ ସଂଗଠନ ଦ୍ଵାରା ପ୍ରସ୍ତାବ ଗୋଟେ ଦିବସୀୟ ହାଡତାଲ ସମ୍ବନ୍ଧ ରେ ନୋଟିସ ମିଳି ଅଛି । ବ୍ୟାଙ୍କ କହିଛନ୍ତି ଯେ ଏହି ଅପରେସନକୁ ସାମାନ୍ଯ ବନେଇ ରଖିବା ପାଇଁ ସବୁ ପ୍ରକାର ବେବସ୍ତା କରା ଯାଇଛି, କିନ୍ତୁ ଏହା କାରଣରୁ ଶାଖା ଓ ବ୍ୟାଙ୍କ ଅଫିସ କାର୍ଯ୍ୟ ପ୍ରଭାବିତ ହୋଇ ପାରେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button