ଓଡିଶା

ଆସୁଛି ରାମ ନବମୀ ଏବଂ ଇଦ୍, ଶୃଙ୍ଖଳିତ ଭାବେ ପାଳିବାକୁ ପୋଲିସ ଅଧିକାରୀଙ୍କୁ ଡିଜିପିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଡିଜିପିଙ୍କ ନିର୍ଦ୍ଦେଶ । ଇଦ, ଶ୍ରୀରାମ ନବମୀ, ହନୁମାନ ଜୟନ୍ତୀ ପାଇଁ ସତର୍କ ରୁହ । ଆସନ୍ତା ୩୧ ତାରିଖରେ ଇଦ-ଉଲ-ଫିତର, ଏପ୍ରିଲ ୬ରେ ଶ୍ରୀରାମ ନବମୀ, ୧୪ ତାରିଖରେ ହନୁମାନ ଜୟନ୍ତୀ ଓ ମହା ବିଷୁବ ସଂକ୍ରାନ୍ତି ପାଳିତ ହେବାକୁ ଯାଉଛି । ଏହି ଅବସରରେ ରାଜ୍ୟବାସୀଙ୍କ ନିରାପତ୍ତା ତଥା ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।

ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ଡିଜିପି ଖୁରାନିଆ ପର୍ବପର୍ବାଣୀ ଗୁଡିକୁ ଶୃଙ୍ଖଳିତ ଭାବେ ପାଳନ କରାଯିବା ଉପରେ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପର୍ବଗୁଡ଼ିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ଯାପକ ସୁରକ୍ଷା ବନ୍ଦୋବସ୍ତ କରାଯିବା ଉପରେ ଡିଜିପି ଗୁରୁତ୍ବ ଦେଇଥିଲେ । ବିଶେଷକରି ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ପ୍ରଚାର ହେଉଥିବା ଗୁଜବ ଓ ବିଭ୍ରାନ୍ତିକର ତଥ୍ୟ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । କ୍ରାଇମବ୍ରାଞ୍ଚ ଦ୍ବାରା ସ୍ବତନ୍ତ୍ର କର୍ମଶାଳା ଆୟୋଜନ କରାଇ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସକ୍ରିୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେକୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button