ଓଡିଶା

ସ୍ଵାମୀର ମୃ-ତ୍ୟୁ ପରେ ବିବାହ କଲେ ଦିଅରକୁ, ଶାଶୁ ଯାହା କହୁଛନ୍ତି ଶୁଣି ହେବେ ଆଶ୍ଚର୍ଯ୍ୟ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯାହାକୁ ନେଇ ଖୁବ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଆଜି ପୁଣି ଥରେ ସେହି ଭିଡିଓ କୁ ନେଇ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ର କୁମ୍ଭାରପଡା ଗ୍ରାମ ରେ ଏମିତି ଏକ ନିଆରା ବିବାହ ହୋଇଛି ଯାହାକୁ ନେଇଏ ଏବେ ଚାରି ଆଡେ ଚର୍ଚ୍ଚା ଥମିବାରେ ନାଁ ନେଉ ନାହି ।

ଏହି ଚର୍ଚ୍ଚା ର କାରଣ ହେଉଛି ଏହି ଗାଁ ର ବୋହୂ ବିଧବା ଙ୍କୁ ବାହା ହୋଇଛନ୍ତି ନିଜର ଦିଅର । ହଁ ଦର୍ଶକ ବନ୍ଧୁ ଏହି କଥା ଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ଅଟେ । ଆଜିର ସମାଜରେ ବିଧବା ମାନଙ୍କୁ ଯେଉଁ ଭଳି ଭାବେ ଦ୍ରୁଷ୍ଟି ରେ ଦେଖା ଯାଉଛି ତାହା ଆପଣ ମାନେ ବେଶ ଭଲ ଭାବେ ଜାଣି ଥିବେ । କିନ୍ତୁ ଆଜି ବି ଏ ସମାଜରେ ଏମିତି ଲୋକ ଅଛନ୍ତି ଯେଉଁ ମାନେ ବିଧବା ମହିଳାଙ୍କୁ ବିବାହ ନିଜର କରୁଛନ୍ତି ।

ଯାହାର ଜ୍ଵଳନ୍ତ ଉଦାହରଣ ଏବେ ଦେଖିବାକୁ ମିଳିଛି କୁମ୍ଭାରପଡା ଗାଁ ରେ । ଏହି ଗାଁ ର କାଜଲ ନାମ ମହିଳା ଯାହାଙ୍କର ସ୍ବାମୀଙ୍କ ମୃତ୍ୟୁ କ୍ୟାନ୍ସର ରୋଗରେ ହୋଇଥିଲା । କାଜଲ ଙ୍କର 3ଟି ପିଲା ମଧ୍ୟ ଅଛନ୍ତି । କାଜଲ ଙ୍କ ଶାଶୁ କିଛି ଏମିତି କରି ଦେଖାଇଛନ୍ତି ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । କାଜଲ ଙ୍କ ଶାଶୁ ତାଙ୍କ ନିଜ ସାନ ପୁଅ ସହ ନିଜ ବୋହୂ ର ଦ୍ଵିତୀୟ ବିବାହ କରାଇଛନ୍ତି ।

କାଜଲ ଙ୍କ ଦିଅର ମଧ୍ୟ ଏହି ବିବାହ ପ୍ରସ୍ତାବ ରେ ରାଜି ହୋଇ ଭାଉଜ ଙ୍କ ମଥାରେ ସିନ୍ଦୁର ଦେଇ ତାଙ୍କୁ ଜୀବନ ସାଥି ଗ୍ରହଣ କରିଛନ୍ତି । ଏହା ସହ ନିଜ ବଡ ଭାଇଙ୍କ 3 ପିଲାଙ୍କୁ ମଧ୍ୟ ବାପର ପରିଚୟ ଦେଇଛନ୍ତି ଅନିଲ । କାଜଲ ଙ୍କ ଶାଶୁ ଏ ନେଇ କହିଛନ୍ତି ଯେ ମୋ ପୁଅ ସୁନା ଆଉ ମୋ ବୋହୂ ହୀରା । ଏମିତି ପୁଅ ବୋହୂ ପାଇ ମୁଁ ନିଜକୁ ଧନ୍ୟ ମନେ କରୁଛି । ଦୁହେଁ ହସ ଖୁସିରେ ସମୟ ବିତାନ୍ତୁ ଏମିତି କିଛି କାଜଲ ଙ୍କ ଶାଶୁ କହିଛନ୍ତି ।

ତେବେ ଏ ନେଇ ଗାଁ ଲୋକଙ୍କ ଠାରୁ ଆରମ୍ଭ କରି ସାରା ଓଡିଶାରେ ସମସ୍ତେ ଅନିଲ ଓ ତାଙ୍କ ମା ଙ୍କୁ ବେଶ ପ୍ରଶଂସା କରୁଛନ୍ତି । ବାସ୍ତବରେ ଅନିଲ ଙ୍କ ଭଳି ମଣିଷ ଆଜିର ସମୟରେ ମିଳିବା ଖୁବ ବିରଳ ଅଟେ । ଅନିଲ ଆଜି ଯାହା କରି ଦେଖାଇଛନ୍ତି ତାହା ଅବସ୍ଥାରେ ପ୍ରଶଂସା ଯୋଗ୍ୟ ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button