ଓଡିଶା
ଇନିସପେକ୍ଟରସ୍ତରରେ ଅଦଳବଦଳ: କୋରାପୁଟ, ସୁନାବେଡ଼ା ଓ ନାରାୟଣପାଟଣାରେ ଟାଉନଥାନାରେ ନୂଆ ଥାନା ଅଧିକାରୀ

କୋରାପୁଟ: କୋରାପୁଟ ଜିଲ୍ଲା ପୁଲିସଜିଲ୍ଲାର ୩ଟି ଥାନାର ଥାନା ଅଧିକାରୀ ତଥା ଇନିସପେକ୍ଟରସ୍ତରରେ ଏସପି ରୋହିତ ବର୍ମା ଅଦଳବଦଳ କରିଛନ୍ତି । ସୁନାବେଡା ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ରଙ୍କୁ କୋରାପୁଟ ଟାଉନଥାନାକୁ ବଦଳି କରାଯାଇଛି।
କୋରାପୁଟ ଟାଉନଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ତଥା ସାଇବର ଥାନା ଅଧିକାରୀ ଭବାନୀ ପ୍ରଧାନଙ୍କୁ ମୂଳସ୍ଥାନ ସାଇବର ଥାନାକୁ ଫେରାଇ ନିଆଯାଇଛି।
କୋରାପୁଟରେ କାର୍ଯ୍ୟକାରୀ ହୋଇପାରିଲାନି ଟୁରିଜମ୍ କରିଡ଼ର
ଅଧିକାରୀ ସୁଷମା କୁଅଁରଙ୍କୁ ସୁନାବେଡା ଥାନା ଅଧିକାରୀ ଓ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ ଥିବା ଇନିସପେକ୍ଟର ପ୍ରମୋଦ ନାୟକଙ୍କୁ ନାରାୟଣପାଟଣା ଥାନା ଅଧିକାରୀ ଭାବେ ବଦଳି କରାଯାଇଥିବା ସୂଚନା ମିଳିଛି।