ଜାଣନ୍ତୁ କାହିଁକି କାମକୁ ନେଇ ସନି ଲିଓନଙ୍କୁ ରାଣ ଖାଇବାକୁ ପଡିଲା, ପ୍ରାଂକ ଭିଡିଓ ହେଲା ଭାଇରଲ

ବଲିଉଡ ଅଭିନେତ୍ରୀ ସନି ଲିଓନ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଥାନ୍ତି | ଆଜିକାଲି ସେ ନିଜ ପ୍ରଫେସନ ଏବଂ ବ୍ୟକ୍ତିଗତ ଜୀବନ ସହିତ ଜଡିତ ସବୁ ଅପଡେଟ ନିଜ ଫ୍ୟାନ୍ସଙ୍କ ସହିତ ସେୟାର କରିଥାନ୍ତି | ଏହାମଧ୍ୟରେ ସନି ନିଜ ଇନ୍ସଟାଗ୍ରାମରେ ଏପରି ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ରାଣ ଖାଇ କହୁଛନ୍ତି, ” ବିଶ୍ୱାସ କର ମୁଁ କାମ କରୁଥିଲି ” | ସୋନିଙ୍କ ଏହି ଫଟୋ ଭାଇରଲ ହୋଇଛି |
ଫଟୋରେ ସନି ଲିଓନ ବାଲି ଉପରେ ବସିଥିବାର ଦେଖାଯାଉଛନ୍ତି | ତାଙ୍କ ବ୍ୟାକଗ୍ରାଉଣ୍ଡରେ ଅନେକ ଯୁବକ ପିଲ୍ଲର ଉପରେ ଠିଆ ହୋଇ ଆଫଟଫିଟରେ ସ୍ପାଇଡର ମ୍ୟାନ, କ୍ୟାଟମ୍ୟାନ, ବ୍ୟାଟ୍ସମ୍ୟାନ, ଖତରନାକ ଭିଲେନ ଭଳି ରୂପ ଧାରଣ କରିଥିବାର ଦେଖାଯାଉଛନ୍ତି
ରେଡ ଡ୍ରେସରେ ଦେଖାଗଲେ ସୁନ୍ଦର :-
ଏହି ଫଟୋକୁ ସେୟାର କରି ସନି କ୍ୟାପ୍ସନରେ ଲେଖିଛନ୍ତି, “ମୁଁ ରାଣ ଖାଉଛି ଯେ ମୁଁ କରୁଥିଲି” | ଫଟୋରେ ସେ ରେଡ କଲର ଡ୍ରେସରେ ଦେଖାଯାଉଛନ୍ତି | ଏହି ଫଟୋ ମାଧ୍ୟମରେ ସନି କାହାକୁ ବିଶ୍ୱାସ କରିବାକୁ କହୁଛନ୍ତି, ଏହି କଥା ସେ ହିଁ ଜାଣନ୍ତି | ତେବେ ତାଙ୍କର ଏହି ପୋଷ୍ଟ ଭାଇରଲ ହୋଇଛି |
ପ୍ରାଂକ ହେଲା ଭୁଲ :-
ଏହାପୂର୍ବରୁ ସନି ଏକ ପ୍ରାଂକ ସେୟାର କରିଥିଲେ, ଯେଉଁଥିରେ ସେ ଏମଟିଭି ସ୍ପ୍ଲିଟ୍ସଭିଲା ଏକ୍ସ 3 ର ଟିମ ସହିତ ପ୍ରାଂକ କରିବାକୁ ଯାଉଥିଲେ କିନ୍ତୁ ସେ କରିପାରିନଥିଲେ | ଏହି ଭିଡିଓକୁ ସେୟାର କରି ସନି ଲେଖିଛନ୍ତି, ‘ପ୍ରାଂକ ଭୁଲ ହୋଇଗଲା” | ଭିଡିଓରେ ଧଳା କ୍ୟାପ, ଟ୍ରାକ ପେଣ୍ଟ ଏବଂ ନିୟନ ଟି-ସାର୍ଟ ପିନ୍ଧିଥିବାର ଦେଖାଯାଇଥିଲେ |
ଜିପ ବନ୍ଦ କରିବାରେ ଲାଗିଲେ ୩ ଜଣ ଲୋକ :-
ଏହାପୂର୍ବରୁ ସନିଙ୍କର ଆଉ ଏକ ଭିଡିଓ ଭାଇରଲ ହୋଇଥିଲା, ଯେଉଁଥିରେ ୩ ଜଣ ଲୋକ ମିଶି ସୋନିଙ୍କୁ ଡ୍ରେସ ପିନ୍ଧାଉଥିବାର ଦେଖାଯାଇଥିଲେ | ଭିଡିଓରେ ଦେଖାଯାଇଥିଲା ଯେ ସନିଙ୍କ ଡ୍ରେସରେ ଲାଗିଥିବା ଜିପ ବନ୍ଦ କରିବାରେ ଏକାବେଳେ ତିନିଜଣଙ୍କର ଝାଳ ବାହାରି ପଡିଥିଲା |
ସ୍ପ୍ଲିଟ୍ସଭିଲ୍ଲାର ସୁଟିଂରେ ବିଜି :-
ସନି ଲିଓନ ବର୍ତ୍ତମାନ ବଲିଉଡରେ ଜଣେ ଜଣାଶୁଣା ଚେହେରା ପାଲଟି ଯାଇଛନ୍ତି | ଧୀରେ ଧୀରେ ସେ ଇଣ୍ଡଷ୍ଟ୍ରିରେ ନିଜ ନାମ ସୃଷ୍ଟି କରିପାରିଛନ୍ତି | ଫିଲ୍ମ ସହିତ ସେ ପ୍ରାୟତ ଟିଭି ଶୋ’ରେ ମଧ୍ୟ ଦେଖାଦେଇଥାନ୍ତି ଏବଂ ସ୍ପ୍ଲିଟ୍ସଭିଲ୍ଲାର ହୋଷ୍ଟ ଭାବରେ ତାଙ୍କର ପରିଚୟ ହୋଇପାରିଛି, ଯେଉଁଠାରେ ସେ ରଣବିଜୟଙ୍କ ସହିତ ଦେଖାଯାଉଛନ୍ତି | ସନି ଆଜିକାଲି ସ୍ପ୍ଲିଟ୍ସଭିଲା -3 ର ସୁଟିଂରେ ବିଜି ଅଛନ୍ତି |