କ୍ରୀଡା

ଭାରତୀୟ ଦଳ ସହ ଥିରୁବନନ୍ତପୁରମ୍ ଗଲେନି ଦ୍ରାବିଡ଼, ଅସୁସ୍ଥତା ଯୋଗୁଁ ବେଙ୍ଗାଲୁରୁ ଫେରିଲେ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ତୃତୀୟ ଦିନିକିଆ ପାଇଁ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଭାରତୀୟ ଦଳ ସହ ଥିରୁବନନ୍ତପୁରମ୍ ଯାଇପାରି ନାହାଁନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଅସୁସ୍ଥତା ଯୋଗୁଁ ଦ୍ରାବିଡ଼ କୋଲକାତରୁ ସିଧା ବେଙ୍ଗାଲୁରୁ ଫେରିଛନ୍ତି। ଗତକାଲି ଦ୍ବିତୀୟ ଦିନିକିଆ ପରେ ରକ୍ତଚାପ ସମସ୍ୟା ଯୋଗୁଁ ସେ ଅସହଜ ଅନୁଭବ କରିଥିଲେ । ତେଣୁ ସେ ଆଜି (ଶୁକ୍ରବାର) ସକାଳେ ଡ଼ାକ୍ତରଙ୍କ ସହ ପରାମର୍ଶ ପାଇଁ ଏକ ଫ୍ଲାଇଟରେ ବେଙ୍ଗାଲୁରୁ ଫେରିଥିବା ଦଳୀୟ ସୂତ୍ରରୁ ପ୍ରକାଶ । ତେବେ ତୃତୀୟ ଦିନିକିଆ ପୂର୍ବରୁ ସେ ଶନିବାର ଭାରତୀୟ ଦଳ ସହ ଯୋଗଦେବେ ।

ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଭାରତ ୨-୦ରେ ଅପରାଜେୟ ଅଗ୍ରଣୀ ହାସଲ କରିଛି | ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆ ୬୭ ରନରେ ଶ୍ରୀଲଙ୍କାକୁ ହରାଇଥିବା ବେଳେ ଦ୍ୱିତୀୟ ଦିନିକିଆରେ ୪ ୱିକେଟ୍ ଜିତି ସିରିଜ୍ କବଜା କରିଥିଲା । ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ରବିବାର ଥିରୁବନନ୍ତପୁରମରେ ଖେଳାଯିବ |

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button