କ୍ରୀଡା

Yuvraj Singh ଙ୍କ କ୍ୟାନ୍ସର କାହାଣୀ ଶୁଣି କାନ୍ଦିପକାଇବେ ଆପଣ, ପ୍ରଥମ ଥର ପାଇଁ Yuvrajଙ୍କୁ ନେଇ ନିଜ ମନକଥାଖୋଲି କହିଲେ Harbhajan Singh

ଦର୍ଶକ ବନ୍ଧୁ 2011 ବିଶ୍ଵକପ ର ହିରୋ ଯୁବରାଜ ସିଂ ଙ୍କୁ କିଏ ବା ନ ଜାଣିଛି । କିନ୍ତୁ ବିଶ୍ଵକପ ବିଜୟ ପଛରେ ସେ ଯେଉଁ ସଂଘର୍ଷ କରିଛନ୍ତି ତାହା କେବେଳ ସାଥି ଖେଳାଳି ଜାଣିଛନ୍ତି । ବିଶ୍ଵକପର ବିଜୟର ଦୀର୍ଘ 12 ବର୍ଷ ପରେ ଯୁବରଜ ଙ୍କୁ ନେଇ ଏଭଳି ଏକ ଖବର ସାମ୍ନା କୁ ଆସିଛି ଯାହା ଆକି ବିଶ୍ଵ ପ୍ରେମୀ ଙ୍କୁ ଖାଲି କନ୍ଦାଇବ ନାହି ବରଂ ଯୁବାରଜ ଙ୍କ ପ୍ରତି ଥିବା ସମ୍ମାନ କୁ ଦ୍ଵିଗୁଣିତ କରିବ ।

12 ବର୍ଷ ପୂର୍ବେ ଯୁବରାଜ ଜୀବନର କେଉଁ ଅବସ୍ଥା ଦେଇ ଗତି କରୁଥିଲେ ତାହା ଲୋକଲୋଚନ କୁ ଆଣିଛନ୍ତି ସାଥି ଖେଳାଳି ହରଭଜନ ସିଂ । ହରଭଜନ କହିଛନ୍ତି କି ବିଶ୍ଵକପ ରେ ଯୁବରାଜ ଅନେକ ମ୍ଯାଚକୁ ଯାଇ ଇନିଙ୍ଗ୍ସ ଖେଳିଥିଲେ । ପ୍ରତି ମ୍ୟାଚରେ ବିଜୟ ସହ ଦଳ ବିଶ୍ଵକପ ବିଜୟ ଆଡକୁ ପାଦ ବଢାଉ ଥିଲା । ଆଉ ପ୍ରତି ମ୍ଯାଚର ହିରୋ ସାଜି ଉଭା ହେଉଥିଲେ ଯୁବରାଜ ସିଂ ।

କିନ୍ତୁ ତାଙ୍କୁ ମ୍ଯାଚ ସମୟରେ ବାରମ୍ବାର କାଶ ହେଉଥିଲା । ସେ ଅସୁସ୍ଥ ଥିଲେ ତେଣୁ ଚିନ୍ତାରେ ରହୁଥିଲେ । ଖାସ କରି ସେ ବ୍ୟାଟିଂ କରୁଥିବା ବେଳେ ତାଙ୍କୁ କାଶ ହେଉଥିଲା । ଏମିତିକି ମ୍ଯାଚ ମଝିରେ ମଝିରେ ବାନ୍ତି ବି ହେଉଥିଲା । ମୁଁ ତାଙ୍କୁ ପଚାରିଥିଲି ଏତେ କାଶ କାହିଁଙ୍କି ହେଉଛି ? ନିଜ ବୟସକୁ ଥରେ ଦେଖ ବୋଲି ପ୍ରଶ୍ନ କରିଥିଲି । ଏପରିକି ଯୁବରାଜ କାଶୁଥିବା ବେଳେ ଆମେ ତାକୁ ହସରେ ଉଡାଇ ଦେଉଥିଲୁ ।

କିନ୍ତୁ ଆମେ ଜାଣି ନ ଥିଲୁ ଏହା କ୍ୟାନ୍ସର ର ଲକ୍ଷଣ ବୋଲି । ଏଭଳି ସ୍ଥିତିରେ ଯୁବରାଜ ବିଶ୍ଵକପ ଖେଳିଛନ୍ତି ଆଉ ଚ୍ୟାମ୍ପିୟାନ ଖେଳାଳୀ ଙ୍କୁ ସଲାମ ବୋଲି କହିଛନ୍ତି ହରଭଜନ ସିଂ । ଖାଲି ଏତିକି ନୁହେଁ ବରଂ ହରଭଜନ କହିଛନ୍ତି ଥରେ ନୁହେଁ ଭାରତକୁ ଦୁଇ ଥର ବିଶ୍ଵ ଚ୍ୟାମ୍ପିୟାନ କରିଛନ୍ତି ଯୁବରାଜ ସିଂ । ଯଦି 2011 ରେ ଯୁବରାଜ ସିଂ ଟିମ ରେ ନ ଥାନ୍ତେ ତେବେ ଭାରତ କେବେ ବି ବିଶ୍ଵକପ ଜିତିପାରି ନ ଥାନ୍ତା ।

କାରଣ ଯୁବାରଜ ହିନ ଅନେକ ନିର୍ଣ୍ଣମୟ ମ୍ୟାଚ ରେ ଦଳକୁ ବିଜୟ କରିବାରେ ପ୍ରମୁଖ ହୁମିକା ଗ୍ରହଣ କରିଥିଲେ । ଅଷ୍ଟ୍ରେଲିୟା ବିପକ୍ଷ କ୍ଵାଟର ଫାଇନାଲ ମୁକାବିଲା ରେ ଯୁବରାଜ ଙ୍କ ମ୍ଯାଚ ଇନିଙ୍ଗ୍ସ ବିଜୟୀ ଏବେ ବି କ୍ରିକେଟ ପ୍ରେମୀ ମନେ ପକାନ୍ତି । ତାଙ୍କ ଭଳି ଖେଳାଳୀ ନା ପୂର୍ବରୁ ଥିଲେ ନା ଏବେ ବି ଅଛନ୍ତି ବୋଲି ହରଭଜନ କହିଛନ୍ତି ।

କେବଳ 2011 ନୁହେଁ ବରଂ 2007 ଟି-20 ବିଶ୍ଵକପ ରେ ବି ଯୁବରାଜ ଙ୍କ ଜଲୱା ରେ ଭାରତ ଚ୍ୟାମ୍ପିୟାନ ହୋଇଥିଲା । ଏହି 2ଟି ବିଶ୍ଵକପରେ ଯୁବରାଜ ଙ୍କ ସାଥି ଖେଳାଳୀ ଭାବେ ରହିଥିଲେ ହରଭଜନ ସିଂ । ତେଣୁ ବିଶ୍ଵକପ କୁ ନେଇ ଯୁବରାଜଙ୍କ ପରିଶ୍ରମକୁ ଅତି ପାଖରେ ଦେଖିଥିଲେ ହରଭଜନ । କ୍ୟାନସର ଯୁବରାଜଙ୍କ ମନୋବଳକୁ ଭାଙ୍ଗିପାରି ନ ଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button