ଦେଶ ବିଦେଶ

ଯୁଦ୍ଧ ପାଇଁ ଅର୍ନ୍ତମହାଦେଶୀୟ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ସେଟନ୍‌-୨’ ସାମିଲ୍‌ କଲା ରୁଷ୍‌ – Utkal Mail


ମସ୍କୋ: ଯୁଦ୍ଧ ପାଇଁ ରୁ‌ଷ୍‌ ସେନା ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ରରେ ଅତ୍ୟାଧୁନିକ ଅର୍ନ୍ତମହାଦେଶୀୟ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ସାମିଲ କରିଥିବା କଥା ରୁଷ୍‌ର ମହାକାଶ ଏଜେନ୍‌ସିର ମୁଖ୍ୟଙ୍କ ବିବୃତିରୁ ଉଦ୍ଧାର କରି କେତେକ ରୁଷୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

ରୁଷୀୟ ମହାକାଶ ଏଜେନ୍‌ସି ‘ରସ୍‌କସ୍‌ମସ୍‌’ର ମୁଖ୍ୟ ୟୁରି ବୋରିସୋଭ୍‌ ଆଜି କହିଛନ୍ତି, ଯୁଦ୍ଧ ପାଇଁ ସର୍‌ମାତ୍‌ କ୍ଷେପଣାସ୍ତ୍ର ମୁତୟନ କରାଯାଇଛି।

‘ଆର୍‌ଏସ୍‌-୨୮ ସର୍‌ମାତ୍‌ ଇଣ୍ଟରକଣ୍ଟିନେଣ୍ଟାଲ୍‌ ବାଲିଷ୍ଟିକ୍‌ ମିସାଇଲ୍‌ (ଆଇସିବିଏମ୍‌) ବା ବିଶ୍ବର ସବୁଠୁ ମାରାତ୍ମକ ମିସାଇଲ୍‌ ‘ସେଟନ୍‌-୨’କୁ ରୁଷ୍‌ ସକ୍ରିୟ କରିଥିବା କଥା ଘୋଷଣା କରାଯାଇଥିଲେ ବି ଠିକ୍‌ କେଉଁ ତାରିଖରେ ଏବଂ କେଉଁ ସ୍ଥାନରେ ତାହା ମୁତୟନ କରାଯାଇଛି, ସେ କଥା ଗୁପ୍ତ ରଖାଯାଇଛି।

Sarmat Missile
Image Courtesy of India Today

ଏବେ ଯୁଦ୍ଧ ନିମନ୍ତେ ରୁଷ୍‌ର ସୋଭିଏତ୍‌ ଅମଳର ‘ଭୋଏବୋଦା ମିସାଇଲ୍‌’ ସ୍ଥାନରେ ‘ସେଟନ୍‌-୨’ ଡିୟୁଟି କରିବ। ଆଣବିକ ଅସ୍ତ୍ର ବହନକାରୀ ଏହି କ୍ଷେପଣାସ୍ତ୍ର ହଜାର ହଜାର କିଲୋମିଟର୍‌ ଦୂର ଆମେରିକା ଓ ୟୁରୋପ୍‌ରେ ଯେକୌଣସି ସ୍ଥାନକୁ ଯାଇ ଲକ୍ଷ୍ୟ ଭେଦ କରିପାରିବ।

ଏଥିପାଇଁ ରୁଷ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବରୁ ଶତ୍ରୁମାନେ ପ୍ରଥମେ ଏହି କ୍ଷେପଣାସ୍ତ୍ର ସୃଷ୍ଟି କରୁଥିବା ବିଭୀଷିକା କଥା ଚିନ୍ତା କରିବେ ବୋଲି କିଛି ଦିନ ତଳେ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ କହିଥିଲେ।

ସରକାରୀ ନିଉଜ୍‌ ଏଜେନ୍‌ସି ‘ଟାସ୍‌’ ରିପୋର୍ଟ କରିଛି, ବିଶେଷଜ୍ଞମାନଙ୍କ ଆକଳନ ଅନୁସାରେ, ଉତ୍ତରମେରୁଠାରୁ ନେଇ ଦକ୍ଷିଣମେରୁ ପର୍ଯ୍ୟନ୍ତ ‘ଆର୍‌ଏସ୍‌-୧୮ ସର୍‌ମାତ୍‌’ ବିଶ୍ବର ଯେକୌଣସି ସ୍ଥାନକୁ ୧୦ ଟନ୍‌ ଓଜନର ‘ଏମ୍‌ଆଇଆର୍‌ଭେଡ୍‌’ ୱାର୍‌ହେଡ୍‌ ବା ଆଣବିକ ଅସ୍ତ୍ର ବହନ କରି ନେଇପାରିବ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button