ରାଜନୀତି

ମନମୋହନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି: ଆଜି ଶେଷକୃତ୍ୟ, ସ୍ମାରକସ୍ଥଳ ମାଗିଲା କଂଗ୍ରେସ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ବାସଭବନରେ ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀଙ୍କ ସମେତ ବହୁ ନେତା ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନ୍ୟ ନେତୃବୃନ୍ଦ ସ୍ବର୍ଗତ ମନମୋହନଙ୍କ ପତ୍ନୀ ଗୁରୁଶରଣ କୌରଙ୍କୁ  ଭେଟିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୋଦୀ କହିଛନ୍ତି ଯେ ଭାରତ ଏହାର ଅନ୍ୟତମ ବିଶିଷ୍ଟ ନେତାଙ୍କୁ ହରାଇଛି। ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସିଂହଙ୍କ ସହ ତାଙ୍କର ବାର୍ତ୍ତାଳାପକୁ ମନେପକାଇ ସେ ଟ୍ବିଟ୍ କରି କହିଛନ୍ତି ଯେ ଜ୍ଞାନ ଓ ନମ୍ରତାରେ ଭରା ବ୍ୟକ୍ତିତ୍ବଙ୍କ ସହ ଶାସନ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ସେ ବ୍ୟାପକ ଆଲୋଚନା କରିଥିଲେ। କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମନମୋହନ ସିଂହଙ୍କ ଶେଷକୃତ୍ୟ ଶନିବାର ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ଅନୁଷ୍ଠିତ ହେବ। ଷ୍ଟାନଫୋର୍ଡ ଲ’ ସ୍କୁଲର ପ୍ରଫେସର ଥିବା ତାଙ୍କ ସାନଝିଅ ଅମ୍ରିତ ଆଜି ସନ୍ଧ୍ୟା ସୁଦ୍ଧା ପହଞ୍ଚିବାର ଥିବାରୁ କାଲି ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଶନିବାର ସକାଳ ସାଢ଼େ ୯ଟାରେ ଏଆଇସିସି ମୁଖ୍ୟାଳୟରୁ ଶ୍ମଶାନ ପର୍ଯ୍ୟନ୍ତ ମନମୋହନ ସିଂହଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହେବ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଆଜି ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀଙ୍କୁ ଫୋନ୍‌କରିବା ସହ ଚିଠି ଲେଖି ମନମୋହନଙ୍କ ସ୍ମାରକସ୍ଥଳ ନିର୍ମାଣ କରାଇବାକୁ ପ୍ରସ୍ତାବ ଦେଇଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button