କ୍ରାଇମ

ଜଳେଶ୍ଵରରେ ଚାଞ୍ଚଲ୍ୟ: ସରସିଦା ଗାଁରେ ମହିଳାଙ୍କୁ ହତ୍ୟା ପରେ ଘରୁ ଲୁଟ୍ – Utkal Mail


ଜଳେଶ୍ଵର: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଥାନା ଅଧୀନସ୍ଥ ଗୋପିମୋହନପୁର ପଞ୍ଚାୟତର ସରସିଦା ଗାଁରେ ଗତ ରାତିରେ ଜଣେ ମହିଳାଙ୍କୁ ହତ୍ୟା କରି ତାଙ୍କ ଘରୁ ଲୁଟ ହୋଇଛି। ଗ୍ରାମର ଅଦ୍ଵୈତ ଦାସଙ୍କ ସରସିଦା ଛକରେ ଏକ ଦୋକାନ ରହିଛି। ଅଦ୍ଵୈତ ଦୋକାନକୁ ଯିବା ପରେ ତାଙ୍କ ପତ୍ନୀ ହରପ୍ରିୟା (୫୧) ଘରେ ଏକାକୀ ରହନ୍ତି।  ରାତି ସାଢେ ୭ ଟା ସମୟରେ ଅଦ୍ଵୈତ ଘରକୁ ଫେରିବା ପରେ ତାଙ୍କ ପତ୍ନୀ ଗୁରୁତର ଅବସ୍ଥାରେ ଘରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ସେ ପଡି ଯାଇଥିବେ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବ ଭାବି ଅଦ୍ଵୈତ ଚିକିତ୍ସା ପାଇଁ ଜଳେଶ୍ବର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିଲେ‌। ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ପରେ ପରିବାର ଲୋକେ ଘରକୁ ଫେରିବା ପରେ ଘର ଭିତରେ ଥିବା ଆଲମାରୀ ଓ ବାକ୍ସ ଇତ୍ୟାଦିକୁ ଭାଙ୍ଗି ସେଥିରେ ଥିବା ନଗଦ ଟଙ୍କା ଓ ମୂଲ୍ୟବାନ ଅଳଙ୍କାର ଇତ୍ୟାଦି ଲୁଟ ହୋଇଥିବା ଦେଖିବାକୁ ପାଇଥିଲେ।

ହରପ୍ରିୟାଙ୍କ ପଛରୁ ମୁଣ୍ଡକୁ କେହି ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି। ଗ୍ରାମବାସୀ ଜଳେଶ୍ଵର ଥାନାକୁ ଖବର ଦେଇଥିବାବେଳେ ଖବର ପାଇ ଜଳେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାଟି ଜଳେଶ୍ଵର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏସମ୍ପର୍କରେ ଜଳେଶ୍ଵର ଆଇଆଇସି ରଞ୍ଜନ କୁମାର ସେଠୀଙ୍କ ସହ ଯୋଗାଯୋଗ କଲାରୁ ସେ କହିଲେ ଘଟଣାଟି ଅତ୍ୟନ୍ତ ସନ୍ଦେହଜନକ। ତଦନ୍ତ କରିବା ପରେ ସତ୍ୟ ପଦାକୁ ଆସିବ।

ପୁଲିସ ରାତିସାରା ଶବକୁ ଜଗି ରହିଛି। ଆଜି ସାଇଣ୍ଟିଫିକ୍ ଟିମ୍ ଆସି ପରୀକ୍ଷାନିରୀକ୍ଷା କରିବା ପରେ ମୃତଦେହକୁ ବ୍ୟବଚ୍ଛେଦ ଲାଗି ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯିବ। ଏଣଷ ଘଟଣାସ୍ଥଳରୁ ପୁଲିସ ଏକ ରକ୍ତଲଗା ଠେଙ୍ଗା ଜବତ କରିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button