ଓଡିଶା

ସାପ୍ତାହିକ ହାଟ ଯୋଗୁଁଁ ଟ୍ରାଫିକ ସମସ୍ୟା ବୃଦ୍ଧି, ସ୍ଥାନାନ୍ତର ଦାବି

.ରାମପୁର: କଳାହାଣ୍ଡି ଜିଲା ମ.ରାମପୁର ସହରରେ ପ୍ରତ୍ୟେକ ମଙ୍ଗଳବାର ବସଷ୍ଟାଣ୍ଡ ନିକଟସ୍ଥ ମୁଖ୍ୟ ରାସ୍ତା କଡ଼ରେ ସାପ୍ତାହିକ ବଜାର ବସିଥାଏ। ଫଳରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ସକାଳୁ ସକାଳୁ ମୁଖ୍ୟ ରାସ୍ତାରେ ଲୋକମାନଙ୍କ ଭିଡ଼ ଦେଖିବାକୁ ମିଳୁଛି। ସେଥିପାଇଁ ଲୋକମାନଙ୍କୁ ରାସ୍ତା ପାରି ହୋଇ ଯିବାକୁ ବହୁତ ସମୟ ଲାଗୁଛି।

ଏପରିକି ଏହି ସମୟରେ ଜରୁରୀ ରୋଗୀ ସେବା ପାଇଁ ଆସୁଥିବା ଆମ୍ବୁଲାନ୍ସକୁ ମଧ୍ୟ ବାଟ ମିଳୁନଥିବା ପରିଲକ୍ଷିତ ହୋଇଛି। ଜରୁରୀ କାମ ପାଇଁ ଆସୁଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଟ୍ରାଫିକ ସମସ୍ୟା ଦେଖାଦେବାରୁ ପୂର୍ବରୁ ଏହି ସାପ୍ତାହିକ ବଜାରଟି ଶିବ ମନ୍ଦିର ପଡ଼ିଆକୁ ସ୍ଥାନାନ୍ତର କରାଯାଇଥିଲା। ପରେ ପୁଣି କିଛି ମାସ ବିଜୁକଲ୍ୟାଣ ମଣ୍ଡପ ପଛ ପାଖକୁ ମଧ୍ୟ ଆସିଥିଲା।

ସେହି ସ୍ଥାନକୁ ମରାମତି ସହିତ ସେଠାରେ ବର୍ତ୍ତମାନ ଲକ୍ଷାଧିକ ଟଙ୍କା ବ୍ୟୟରେ ବଜାର ପିଣ୍ଡି ସହିତ ସେଡ୍ ମଧ୍ୟ ନିର୍ମାଣ ହୋଇସାରିଛି। ହେଲେ କାହିଁକି ବଜାର ପିଣ୍ଡିରେ ବଜାର ବସୁନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି। ବଜାର ପୁଣିଥରେ ଏବେ ରାଜରାସ୍ତାରେ ବସୁଥିବାର ଦେଖାଯାଇଛି। ଦିନକୁ ଦିନ ଲୋକଙ୍କ ମ.ରାମପୁର ଉପରେ ନିର୍ଭରଶୀଳତା ବଢୁଥିବା, ସଂପ୍ରତି ସୁଭଦ୍ରା ଯୋଜନା ପାଇଁ ବିଶେଷ ଭାବରେ ଲୋକଙ୍କ ଗହଳି ହେବା ସହିତ ସକାଳୁ ସକାଳୁ ସମସ୍ତ ସ୍କୁଲ, କଲେଜ ଛାତ୍ରଛାତ୍ରୀ ଅଧ୍ୟୟନ ପାଇଁ ଏହି ରାସ୍ତା ଦେଇ ଯାଉଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ବଜାର ଉପରେ ବିଭିନ୍ନ ସମୟରେ ଅପ୍ରୀତିକର ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି। ପୁଲିସ ପ୍ରଶାସନ ମଧ୍ୟ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି। ତେଣୁ ତୁରନ୍ତ ନବନିର୍ମିତ ବଜାର ପଡ଼ିଆ(ବିଜୁ କଲ୍ୟାଣ ମଣ୍ଡପ ପଛପାଖ) କିମ୍ବା ଶିବ ମନ୍ଦିର ପଡ଼ିଆକୁ ହାଟ ସ୍ଥାନାନ୍ତର କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button