ଓଡିଶା

ରାଜଧାନୀରେ କମିଶନରେଟ ପୋଲିସର କଡ଼ା ଚେକିଂ, ମଦୁଆ ଚାଳକଙ୍କ ପାଖରୁ ଆଦାୟ କଲା ଫାଇନ

ଭୁବନେଶ୍ୱର : ରାଜଧାନୀରେ ଦୁଇ ଦୁଇଟି ହତ୍ୟାକାଣ୍ଡ ପରେ ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ । ଗତକାଲି ରାତିରେ ଭୁବନେଶ୍ବରର ୫ ରୁ ୬ଟି ଛକରେ ହୋଇଛି ବ୍ଲକିଙ୍ଗ ଚେକିଂ । କେୟାରରେଲେସ ଡ୍ରାଇଭିଂ କିମ୍ବା ମଦପିଇ ବେପରୁଆ ଗଡିଚାଳକ ମାନଙ୍କୁ ସାବାଡ କରିବା ପାଇଁ ଏହି ଚେକିଂ କରାଯାଇଥିଲା । ଡ୍ରିଙ୍କ ଏଣ୍ଡ ଡ୍ରାଇଭ ଚେକିଂ କରି ଗାଡି ଚାଳକଙ୍କ ପାଖରୁ ଫାଇନ ଆଦାୟ କରିଛି ପୋଲିସ । ପୂର୍ବରୁ ମଧ୍ୟ ମଦ ପିଇ ଗାଡ଼ି ନଚଳାଇବା ପାଇଁ ରାଜଧାନୀବାସୀଙ୍କୁ ସଚେତନ କରିଥିଲା କମିଶନରେଟ୍ ପୋଲିସ ।

ସୂଚନାଅନୁସାରେ ଗତକାଲି ଭୁବନେଶ୍ୱରର ସହିଦନଗର ଥାନା ଶାନ୍ତି ପଲ୍ଲୀ ବସ୍ତିରେ ହତ୍ୟାକାଣ୍ଡ ହୋଇଥିଲା । ହୋଲି ଖେଳକୁ ନେଇ ବଚସା ଓ ତା ପରେ 4 ଜଣ ଯୁବକ ଛୁରୀ ଭୁସି ହତ୍ୟା କରିଥିବା ଜଣାପଡିଛି । ଘଟଣା ସ୍ଥଳକୁ ପୋଲିସ ଯାଇ ତଦନ୍ତ କରିଥିଲା । ସେହିପରି ମଞ୍ଚେଶ୍ୱର୍ ସମେଇଗଡିଆ ଅଞ୍ଚଳରେ ହୋଇଥିଲା ଆଉ ଏକ ହତ୍ୟାକାଣ୍ଡ। ମୃତକ ହେଲେ ସମେଇଗଡିଆର ଅଂଶୁମାନ ପତି । ତେବେ ଦୁଇ ଦୁଇଟି ହତ୍ୟାକାଣ୍ଡ କମିଶନରେଟ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ଏହାକୁ ଦୃଷ୍ଟିରେ ରଖି ବ୍ଲକିଙ୍ଗ ଚେକିଂ ଆରମ୍ଭ କରିଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button