ଓଡିଶା

କୂଅ ଭିତରୁ ୮ ଘଣ୍ଟା ପରେ ଜୀବିତ ଉଦ୍ଧାର ହେଲେ ବ୍ୟକ୍ତି

କଣ୍ଟାମାଳ : ରଖେ ହରି ତ ମାରେ କିଏ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ବ୍ଲକ୍ ବାଉଁଶୁଣି ପଞ୍ଚାୟତ ଅନ୍ତର୍ଗତ ନୋଡାଲ୍ ହାଇସ୍କୁଲ୍ ନିକଟସ୍ଥ ବାଉଁଶୁଣି ତନ୍ତୁବାୟ ସହଯୋଗ ସମିତି ପାଖରେ । ଏକ ଖୋଲା କୂଅରେ ଦୀର୍ଘ ୮ ଘଣ୍ଟା ପଡ଼ିରହିବା ପରେ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇଛନ୍ତି ଜଣେ ବ୍ୟକ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଟିକିରାପଡ଼ା ଗ୍ରାମର ଶମ୍ଭୁ ମେହେର ତାଙ୍କ ବିଲକୁ ଆସିଥିବା ବେଳେ କୌଣସି କାରଣରୁ ଖୋଲାଥିବା ଏକ କୂଅରେ ପଡିଯାଇଥିଲେ । ତେବେ ସକାଳ ୯ ଟାରୁ କୂଅରେ ପଡ଼ିବା ପରେ ବାରମ୍ବାର ଚିତ୍କାର କରିଥିଲେ କିନ୍ତୁ କେହି ଜାଣିପାରିନଥିଲେ ।

କାହା କାନରେ ବାଜିପାରିନଥିଲା ତାଙ୍କର ଚିତ୍କାର । ତେବେ ଦୀର୍ଘ ୮ଘଣ୍ଟା ପଡ଼ି ରହିବା ପରେ ପାଖରେ ଥିବା ଗାଁର କିଛି ଲୋକେ ଶୁଣିବା ପରେ କୂଅ ପାଖରେ ଆସି ପହଁଚିଥିଲେ । ଆଉ ଦେଖିଲା ପରେ ଏ ସମ୍ପର୍କରେ ବାଉଁଶୁଣି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । କିନ୍ତୁ ଅଗ୍ନିଶମ କର୍ମଚାରୀ ପହଞ୍ଚିବା ପୂର୍ବରୁ ରାସ୍ତାରେ ଯାତାୟାତ କରୁଥିବା ଲୋକେ ରସି ସାହାଯ୍ୟରେ ବ୍ୟକ୍ତି ଜଣକୁ ଉଦ୍ଧାର କରିଥିଲେ ।

ତେବେ କଥାରେ ଅଛି ଭାଗ୍ୟ ଯଦି ସାଥ ଦିଏ ନା କେହି କିଛି ବିଗାଡି ପାରନ୍ତିନାହିଁ । କିଛି ଲୋକ ସାମାନ୍ୟ ଘଟଣାରେ ଦୁନିଆ ଛାଡି ଚାଲି ଯାଉଥିବା ବେଳେ କିଛି ଜଣଙ୍କର ଭାଗ୍ୟ ଏମିତି ଟାଣ ଥାଏଯେ ଯେତେ ବଡ ଧରଣର ବିପଦ ଆସିଲେ ବି ସେମାନେ ତରିଯାନ୍ତି ।

ତେବେ କିଏ ଓ କାହିଁକି ଏଭଳି କୂଅକୁ ଖୋଲା ରଖିଛି ? ଯଦି ଉକ୍ତ ବ୍ୟକ୍ତିଙ୍କ ସହ କିଛି ଅଘଟଣ ଘଟିଯାଇଥାନ୍ତା ତେବେ କିଏ ଦାୟୀ ରହିଥାନ୍ତା? ଏଦିଗରେ ତୁରନ୍ତ ବୌଦ୍ଧ ଜିଲ୍ଲା ପ୍ରଶାସନ ଦୃଷ୍ଟି ନଦେଲେ କିମ୍ୱା ଏନେଇ ପଦକ୍ଷପ ନନେଲେ ଆଗାମୀ ଦିନରେ କୌଣସି ବଡ଼ ଦୁର୍ଘଟଣା ଘଟିବାର ସମ୍ଭାବନାକୁ ଏଡାଇ ନଦିଆଯାଇପାରେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button