କ୍ରୀଡା

ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ଅହମଦାବାଦ ଯିବେ ଶୁଭମନ ଗିଲ୍ – Utkal Mail


ନୂଆଦିଲ୍ଲୀ: ଭାରତର ଷ୍ଟାର ଓପନର୍ ଶୁଭମନ ଗିଲଙ୍କ ସ୍ୱାସ୍ଥ୍ୟକୁ ନେଇ ନୂତନ ଅପଡେଟ୍ ଟିମ୍ ଇଣ୍ଡିଆ ଏବଂ ପ୍ରଶଂସକଙ୍କ ଚିନ୍ତା ବଢ଼ାଇ ଦେଇଥିଲା । ଡେଙ୍ଗୁରେ ପୀଡିତ ଶୁଭମନ ଗିଲଙ୍କ ପ୍ଲେଟଲେଟ କମ୍ ହେବା ଯୋଗୁଁ ଚେନ୍ନାଇର ଏକ ଡାକ୍ତରଖାନାରେ ତ‌ାଙ୍କୁ ସୋମବାର ରାତିରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଅବସ୍ଥା ଖରାପ ହେଉଥିବା ଦେଖି ବୁଧବାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚରୁ ଶୁଭମନ ଗିଲଙ୍କୁ ବାଦ ଦିଆଯାଇଥିବା ବେଳେ ମଙ୍ଗଳବାର ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ ଗିଲ୍ ।

ଡିସଚାର୍ଜ ପରେ ଆଜି ଶୁଭମନ ଗିଲ୍ ଚେନ୍ନାଇରୁ ଅହମଦାବାଦ ଯିବେ ବୋଲି ଜଣାପଡ଼ିଛି। ସେଠାରେ ସେ ବିଶ୍ରାମ କରିବେ ବୋଲି ଚର୍ଚ୍ଚା ହେଉଛି । ତେବେ କୁହାଯାଉଛି ଯେ, ଗିଲ୍ ସୁସ୍ଥ ହେଉଥିବାରୁ ତାଙ୍କୁ ଖୁବଶୀଘ୍ର ଟିମରେ ସାମିଲ କରାଯିବ। ହେଲେ ସେ ବିଶ୍ୱକପରେ ଟିମ୍ ଇଣ୍ଡିଆ ପାଇଁ କେଉଁ ମ୍ୟାଚ୍ ଖେଳିବେ? ସେ ସୂଚନା ବିସିସିଆଇ ପକ୍ଷରୁ ଦିଆଯାଇ ନାହିଁ ।

ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଶୁଭମନ ଗିଲଙ୍କ ଡେଙ୍ଗୁ ରିପୋର୍ଟ ପଜିଟିଭ ଆସିଥିଲା । ଏହା ପରେ ରବିବାର ଦିନ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚରୁ ଗିଲଙ୍କୁ ବାଦ ଦିଆଯାଇଥିଲା । ତେବେ ଚଳିତ ବର୍ଷ ଦିନିକିଆରେ ଗିଲ୍ ଭାରତର ସର୍ବାଧିକ ରନ୍ ସ୍କୋରର ହୋଇଥିବାବେଳେ ଥରେ ସମ୍ପୂର୍ଣ୍ଣ ଫିଟ୍ ହୋଇଗଲେ, ଗିଲ୍ ବିଶ୍ୱକପରେ ଭାରତ ପାଇଁ ସବୁଠୁ ବଡ ଗେମଚେଞ୍ଜର ହେବେ ବୋଲି ବିସିସିଆଇ ଆଶା ରଖିଛି ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button