ଓଡିଶା

ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ, ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ପୁରୀ : ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ।  ଏହି ଅବସରରେ ପ୍ରଭୁ ଲୋକନାଥଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି ।  ୧୨ଟା ୩୦ରେ ଦ୍ବାରଫିଟା ହେବା ପରେ ମଙ୍ଗଳ ଆଳତୀ, ଅବକାଶ ହୋଇ ସକାଳ ଧୂପ ଓ ଦ୍ବିପ୍ରହର ଧୂପ ପରେ ମନ୍ଦିର ଗମ୍ଭୀରାରେ ବର୍ଷ ତମାମ ଭକ୍ତ ମାନଙ୍କ ଦ୍ୱାରା ଅର୍ପଣ କରାଯାଇଥିବା ବେଲପତ୍ର,ପୁଷ୍ପ ,ଫଳ, ସୁନା,ରୂପା ଓ ନୈବେଦ୍ୟକୁ କଢ଼ାଯାଇଛି ।  ପରେ ମାଘସ୍ନାନ କରାଯିବା ପରେ ଆରମ୍ଭ ହେଇଛି ସର୍ବସାଧାରଣ ଦର୍ଶନ ।

ବାବାଙ୍କ ଗମ୍ଭୀରାରୁ ବାହାରିଥିବା ପଙ୍କକୁ ଦେହରେ ଲଗାଇଲେ ରୋଗରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଥିବା ବେଳେ ସ୍ପଷ୍ଟ ଭାବେ ପ୍ରତ୍ୟକ୍ଷ ବାବାଙ୍କ ଲିଙ୍ଗକୁ ଦର୍ଶନ କରି ଭକ୍ତମାନେ କୃତାର୍ଥ ।  ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସୁରକ୍ଷା ଦାୟିତ୍ବରେ ଜଣେ ଅତିରିକ୍ତ ଆରକ୍ଷୀ ଏସପି, ୫ ଜଣ ଡିସପି, ୧୫ ଜଣ ଇନିସ୍ ପେକ୍ଟର, ୪୧ ଜଣ ଏସଆଇ ଓ ଏଏସଆଇ, ୭୨ ଜଣ ହାବିଲଦାର, କନେଷ୍ଟବଳ, ୮୨ ଜଣ ହୋମଗାର୍ଡ, ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଏଥିସହ ମନ୍ଦିର ଭିତରେ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button