ଓଡିଶା

ଆମାଜନ ବିକ୍ରି କରୁଛି ମହାପ୍ରଭୁଙ୍କ ନିର୍ମାଲ୍ୟ, ଥାନାରେ ଏତଲା ଦେଲେ ସେବାୟତ – Utkal Mail



ପୁରୀ: ଅନଲାଇନ ସପିଂ ଆପ୍ ଆମାଜନରେ ମିଳୁନି ମହାପ୍ରଭୁଙ୍କ ନିର୍ମାଲ୍ୟ, ତୁଳସୀ ଓ ଖଜା । ବିନା ଅନୁମତିରେ ଅନ୍‌ଲାଇନ୍‌ରେ ଏହି ସବୁ ସାମଗ୍ରୀ ବିକ୍ରି ହେଉଥିବା ନେଇ କମ୍ପାନୀ ନାଁ ରେ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଣିଛନ୍ତି ଛାମୁ ଖୁଣ୍ଟିଆ ନିଯୋଗର ସେବାୟତ ଶମ୍ଭୁନାଥ ଖୁଣ୍ଟିଆ । ଏନେଇ ସେ ସିଂହଦ୍ବାର ଥାନାରେ ଏତଲା ଦେଇଛନ୍ତି ।

ଅନଲାଇନ ରେ ମହାପ୍ରଭୁଙ୍କ ନିର୍ମାଲ୍ୟ, ତୁଳସୀ ଓ ଖଜାର ଦାମ୍ ୧୫୦୦ ଟଙ୍କା ରହିଛି । ଏତିକି ଟଙ୍କାରେ ମାତ୍ର ୪ ଟି ଖଜା, ଗୋଟିଏ ନିର୍ମାଲ୍ୟ ପୁଡିଆ ଓ ଅଳ୍ପ ତୁଳସୀ ମିଳୁଛି । ତେବେ ଏସବୁ ଆମାଜନ ପାଉଛି କେଉଁଠୁ, କିଏ ତାକୁ ଯୋଗାଉଛି ବୋଲି ଶମ୍ଭୁନାଥ ଖୁଣ୍ଟିଆ ପ୍ରଶ୍ନ କରିଛନ୍ତି । ଆଉ ଶ୍ରୀମନ୍ଦିର ଆଇନକୁ ମଧ୍ୟ ଉଲଂଘନ କରିଛି ଆମାଜନ ବୋଲି ସେ କହିଛନ୍ତି ।

ଏନେଇ ଶମ୍ଭୁନାଥ ଖୁଣ୍ଟିଆ ସିଂହଦ୍ବାର ଥାନାରେ ଏତଲା ଦେଇଛନ୍ତି । ଏବଂ ବିନା ଅନୁମତିରେ ଅନଲାଇନରେ ଏଭଳି ବିକ୍ରି କରିବା ବେଆଇନ୍ ହୋଇଥିବାବେଳେ, ଉକ୍ତ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ।

ପୂର୍ବରୁ ୨୦୨୦ ମସିହାରେ ମଧ୍ୟ ଏଭଳି ସମାନ ମାମଲା ସାମ୍ନାକୁ ଆସିଥିଲା । ଖାଲି ସେତେକି ନୁହେଁ ପୂର୍ବରୁ ମଧ୍ୟ ଉତ୍ସବ ଆପ ଓ ସାଲିଗ୍ରାମ ଶିଳା ଏଭଳି କରିଥିବା ବେଳେ ତା ନାଁ ରେ ବି ମାମଲା ରୁଜୁ କରିଥିଲେ । ତେବେ ୩ ବର୍ଷ ପରେ ଏବେ ପୁଣି ଥରେ ଏଭଳି ମାମଲା ସାମ୍ନାକୁ ଆସିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଛାମୁ ଖୁଣ୍ଟିଆ ନିଯୋଗର ସେବାୟତ ।

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button