ନୀତି

ବିଶ୍ବର ବ୍ୟୟବହୁଳ ବିବାହ: ଖର୍ଚ୍ଚ ୪୯୧ କୋଟି – Utkal Mail


ଯୁକ୍ତରାଷ୍ଟ୍ର ଆମେରିକାର ମାଡିଲେନ୍ ବ୍ରକ୍‌ୱେ ଓ ଜାକୋବ ଲାଗ୍ରୋନ୍‌ଙ୍କୁ କିଛି ଦିନ ପୂର୍ବେ କେହି ଚିହ୍ନି ନ ଥିଲେ। କିନ୍ତୁ ସପ୍ତାହେ ତଳେ ସେମାନଙ୍କ ବିବାହ ସମ୍ପନ୍ନ ହେବା ପରେ ଦୁହେଁ ଇଣ୍ଟର୍‌ନେଟ୍‌ରେ ବହୁଚର୍ଚ୍ଚିତ ଦମ୍ପତି ପାଲଟିଛନ୍ତି। ସେମାନଙ୍କ ଅତ୍ୟନ୍ତ ବ୍ୟୟବହୁଳ ବିବାହ ଉତ୍ସବକୁ ଲୋକେ ‘ଶତାବ୍ଦୀର ଶ୍ରେଷ୍ଠ ବିବାହ’ ବୋଲି କହିଲେଣି।

ଅସଲ କଥା ହେଲା, ୨୬ ବର୍ଷୀୟା କନ୍ୟା ମାଡିଲେନ୍‌ଙ୍କ ପରିବାର କାର୍ ବ୍ୟବସାୟ ସହ ସଂପୃକ୍ତ। ଉତ୍ତରାଧିକାର ସୂତ୍ରରେ ସେ ପ୍ରଚୁର ସମ୍ପତ୍ତିର ଅଧିକାରିଣୀ ହୋଇଛନ୍ତି। ପ୍ୟାରିସ୍‌ରେ ତାଙ୍କର ପାଞ୍ଚ ଦିନ ବ୍ୟାପୀ ବର୍ଣ୍ଣାଢ୍ୟ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଗତ ୧୮ ତାରିଖରେ ସେମାନଙ୍କର ବିବାହ ସମ୍ପନ୍ନ ହୋଇଛି। ସେଥିପାଇଁ ସେ ୫୯ ମିଲିଅନ୍ ଡଲାର୍‌ ବା ପ୍ରାୟ ୪୯୧ କୋଟି ଟଙ୍କା ଖର୍ଚ୍ଚ କରିଦେଇଛନ୍ତି। ବିବାହର ଅତିଥିମାନଙ୍କ ପାଇଁ ପ୍ୟାରିସ୍‌କୁ ପ୍ରାଇଭେଟ୍ ଜେଟ୍‌, ପ୍ୟାରିସ୍ ଅପେରା ହାଉସ୍‌ରେ ରିହର୍ସାଲ୍ ଡିନର୍‌, ଭର୍ସାଇ ରାଜପ୍ରାସାଦରେ ବିଭିନ୍ନ ଉତ୍ସବ, ଲୋକପ୍ରିୟ ବ୍ୟାଣ୍ଡ୍‌ ‘ମରୁନ୍ ୫’ର ସଂଗୀତ ପରିବେଷଣ ଏହି ଖର୍ଚ୍ଚରେ ଅନ୍ତର୍ଭୁକ୍ତ। ଫୁଲରେ ସାଜସଜ୍ଜା ପାଇଁ ମଧ୍ୟ ପ୍ରଚୁର ଖର୍ଚ୍ଚ କରାଯାଇଥିଲା।

ତେବେ ଏହି ବିବାହରେ ଏତେ ଟଙ୍କା ଖର୍ଚ୍ଚ କରିଥିବାରୁ ଲୋକମାନେ ଉଭୟ ଆଶ୍ଚର୍ଯ୍ୟ ହେବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ପ୍ରାଚୁର୍ଯ୍ୟର ଏପରି ନଗ୍ନ ପ୍ରଦର୍ଶନକୁ ଅନେକ ନାପସନ୍ଦ କରିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button