ରାଜନୀତି

ରାଜସ୍ଥାନ ନିର୍ବାଚନ : ୨ୟ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ – Utkal Mail


ଜୟପୁର : ଆଗାମୀ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି । ଏଥିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଘନିଷ୍ଠ ସହଯୋଗୀ ପ୍ରମୋଦ ଜୈନଙ୍କ ସମେତ ୪୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। କିନ୍ତୁ ଦ୍ୱିତୀୟ ତାଲିକାରେ ବି ମନ୍ତ୍ରୀ ଶାନ୍ତି ଧାରିୱାଲ ଏବଂ ମହେଶ ଯୋଶୀଙ୍କୁ ଟିକେଟ ମିଳିନାହିଁ, ଯଦିଓ ଏଥର ଅଧିକାଂଶ ମନ୍ତ୍ରୀଙ୍କୁ ଟିକେଟ ଦିଆଯାଇଛି ।

ବାଂଶୱାଡ଼ାରୁ ଅର୍ଜୁନ ବାମାନିଆ, ଦିଗ କୁମ୍ହେରରୁ ବିଶ୍ୱେନ୍ଦ୍ର ସିଂହ, ସାନଚୋରରୁ ସୁଖରାମ ବିଷ୍ନୋଇ, ବାଇରରୁ ଭଜନ ଲାଲ ଜାଟବ ଏବଂ ଆସିଣ୍ଡରୁ ରାମଲାଲ ଜାଟଙ୍କୁ ଟିକେଟ ଦିଆଯାଇଛି। ପୂର୍ବରୁ ପ୍ରକାଶିତ ତାଲିକାରେ ୩୩ ଜଣଙ୍କ ନାମ ଘୋଷଣା କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ବିଦାୟୀ ବିଧାନସଭା ବାଚସ୍ପତି ସିପି ଯୋଶୀଙ୍କୁ ଟିକେଟ୍ ଦିଆଯାଇଥିଲା।

ନୂଆ ଚେହେରା ବଦଳରେ କଂଗ୍ରେସ ବର୍ତ୍ତମାନର ବିଧାୟକଙ୍କ ଲୋକପ୍ରିୟତା ଉପରେ ନିର୍ଭର କରୁଛି। ୩୩ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକାରେ କଂଗ୍ରେସ ୨୯ ଜଣ ବିଧାୟକଙ୍କୁ ଟିକେଟ୍ ଦେଇଛି। ସେହିପରି ୪୩ ଜଣ ପ୍ରାର୍ଥୀଙ୍କ ଦ୍ବିତୀୟ ତାଲିକାରେ ୩୬ ଜଣ ବିଧାୟକଙ୍କୁ ଟିକେଟ୍ ଦିଆଯାଇଛି। ଦଳର ସର୍ଭେ ରିପୋର୍ଟରେ ବର୍ତ୍ତମାନର ବିଧାୟକଙ୍କ ବିରୋଧରେ ଆଣ୍ଟି-ଇନ୍କମ୍ବେନ୍ସିର ମୁକାବିଲା ପାଇଁ ୫୦ ପ୍ରତିଶତ ଟିକେଟ୍ କାଟିବାକୁ ସୁପାରିସ କରାଯାଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସରକାର ବଞ୍ଚାଇବା ପାଇଁ ଏକାଠି ହୋଇଥିବା ସମସ୍ତ ବିଧାୟକଙ୍କୁ ଟିକେଟ୍ ଦେବାକୁ ଚାହୁଁଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button