ବିଚାର

କାହା ପାଖରେ ଧନ ରହିବ ଏବଂ କାହା ପାଖରେ ନୁହେଁ ? ଏହି ୫ଟି ସଂକେତ ଦ୍ଵାରା ଜାଣି ପାରିବେ

ଦୁନିଆ ରେ ବହୁତ ଏମିତି ଲୋକ ଅଛନ୍ତି ଯିଏ ବହୁତ ପରିଶ୍ରମ କରି ଟଙ୍କା ରୋଜଗାର କରନ୍ତି କିନ୍ତୁ ତାଙ୍କ ପାଖରେ ଟଙ୍କା ରୁହେ ନାହିଁ, ତେବେ ସମସ୍ତେ ଏହାକୁ ଭାଗ୍ୟ ବୋଲି କୁହନ୍ତି କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାଇ କିଛି ହସ୍ତରେଖା ରେ ସଂକେତ ଥାଏ ଯାହା ଦ୍ଵାରା ଏହା ଜଣା ପଡିଥାଏ ଯେ ଟଙ୍କା ରହିବ ବା ନାହିଁ । ତେବେ ଉଜ୍ଜେନ ହସ୍ତରେଖା ବିଶେଷଜ୍ଞ ବିନୀତା ନାଗର ଅନୁଯାଇ କେଉଁ କେଉଁ ସଂକେତ ଦ୍ଵାରା ଜଣା ପଡିଥାଏ ଯେ ଟଙ୍କା ରହିବ ବା ନାହିଁ ।

୧. ମସ୍ତିସ୍କ ରେଖା ଉପରେ ହୋଇଥିବା ଜଞ୍ଜିର :

ଯଦି କୌଣସି ବ୍ୟକ୍ତି ମସ୍ତିସ୍କ ରେଖା ଉପରେ ଚେନ ଦେଖା ଯାଉଛି ତେବେ ବୁଝି ଯାନ୍ତୁ ଯେ ବ୍ୟକ୍ତି ସବୁବେଳେ ଅଶାନ୍ତ ରହିବ । କଟା ବା ଚେନ ମସ୍ତିସ୍କ ରେଖା ଅନୁଯାଇ ଏହା ଜଣା ପଡିଥାଏ ଯେ ବ୍ୟକ୍ତି ପାଖରେ ଟଙ୍କା ରହିବ ନାହିଁ । ଏହି ରେଖା ଅଙ୍ଗୁଠା ପାଖରେ ଥିବା ଇଣ୍ଡେକ୍ସ ଫିଙ୍ଗର ଠାରୁ ଆରମ୍ଭ ହୋଇ ତଳେ ଥିବା ଚନ୍ଦ୍ର ପର୍ବତ ଆଡୁକୁ ଯାଇଥାଏ । ଏମିତି ରେଖା ଥିବା ଲୋକଙ୍କ ଜୀବନରେ ହଟାତ ଖର୍ଚ ଆସିଥାଏ ଓ ଟଙ୍କା ହାତରେ ରୁହେ ନାହିଁ ।

୨. ଅନାମିକା ଆଙ୍ଗୁଳି ଉପରେ କଳା ଯାଇ ହେଲେ :

ଯେଉଁ ଲୋକଙ୍କ ଅନାମିକା ବା ରିଙ୍ଗ ଫିଙ୍ଗର ଉପରେ କଳା ଯାଇ ଥାଏ ତାଙ୍କ ପାଖରେ ମଧ୍ୟ ଟଙ୍କା ବାସ କରେ ନାହିଁ, ଏହି ଭଳି ଲୋକ ତାଙ୍କ ଜୀବନରେ ବହୁତ ଥର ବଡ ବଡ ଅସୁବିଧା ସାମ୍ନା କରିଥାନ୍ତି ।

୩. ସୂର୍ଯ୍ୟ ରେଖା ଉପରେ କଳା ଯାଇ ହେଲେ :

ଯଦି ଲୋକ ରିଙ୍ଗ ଫିଙ୍ଗର ତଳେ ଥିବା ସୂର୍ଯ୍ୟ ରେଖା ଉପରେ କଳା ଯାଇଥାଏ ତେବେ ତାଙ୍କ ପାଖରେ କେବେ ବି ଟଙ୍କା ରୁହେ ନାହିଁ ଓ ତାଙ୍କ ଜୀବନ ରେ ସବୁବେଳେ ଆର୍ଥିକ ଅସୁବିଧା ଦେଖିବାକୁ ମିଳିଥାଏ ।

୪. ଜୀବନ ରେଖା ଉପରେ କଳା ଯାଇ :

ଜୀବନ ରେଖା ଅଙ୍ଗୁଠା ପାଖ ଶୁକ୍ର ପର୍ବତ ଘେରିକି ଥାଏ, ଯଦି କେଉଁ ଲୋକ ହାତରେ ଏହି ରେଖା ଉପରେ କଳା ଯାଇଥାଏ ତେବେ ଜୀବନ ରେ ଆର୍ଥିକ ସଙ୍କଟ ଥାଏ ଏହି ଲୋକ ଟଙ୍କା ବଞ୍ଚେଇ ପାରନ୍ତି ନାହିଁ । ଏହି ଲୋକ ତାଙ୍କ ଜୀବନରେ ରୋଜଗାର କରିବା ପାଇଁ ବହୁତ କଷ୍ଟ କରନ୍ତି କିନ୍ତୁ ସଫଳତା ପ୍ରାପ୍ତ କଲା ପରେ ତାଙ୍କ ଟଙ୍କା ସବୁ କାମରେ ଖର୍ଚ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button