କ୍ରୀଡା

୨ୟ ଟେଷ୍ଟ: ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ

ମାଜ ଡିଜିଟାଲ ଡେସ୍କ: ବର୍ଷା ବାଧାପ୍ରାପ୍ତ ୨ୟ ଟେଷ୍ଟ ମ୍ୟାଚରେ ବାଂଲାଦେଶ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଖେଳର ୪ର୍ଥ ଦିନ ପ୍ରଥମ ସେସନ ସୁଦ୍ଧା ଭ୍ରମଣକାରୀ ଦଳ ୫ ଉଇକେଟ ବିନିମୟରେ ୧୪୯ ରନ ସଂଗ୍ରହ କରିଛି। ମୋମିନୁଲ ହେକ୍‌ଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଦଳର ସ୍ଥିତି ସାମାନ୍ୟ ମଜଭୁତ ହୋଇଛି। ମୋମିନୁଲ ୭୨ ରନ ସଂଗ୍ରହ କରି ଅପରାଜିତ ରହିଛନ୍ତି।

୨ୟ ଟେଷ୍ଟ ମ୍ୟାଚରେ ଭାରତ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ବର୍ଷା ଯୋଗୁ ନିୟମିତ ଖେଳ ହୋଇପାରି ନ ଥିଲା। ବାଂଲାଦେଶ ଦଳ ୨୯ ରନରେ ୨ଟି ଉଇକେଟ ହରାଇ ଅଡୁଆରେ ପଡ଼ିଥିଲା। ଏହା ପରେ ମୋମିନୁଲ ଏବଂ ଜନମୁଲ ସାଣ୍ଟୋ ଦଳକୁ ଆଗେଇ ନେଇଥିଲେ। ହେଲେ ମୋମିନୁଲଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୀର୍ଘ ସମୟ ରହିପାରି ନ ଥିଲେ। ଭାରତୀୟ ବୋଲରଙ୍କ ମଧ୍ୟରେ ଆକାଶ ଦୀପ ୨ଟି ଉଇକେଟ ନେଇଥିବାବେଳେ ବୁମରା, ଶିରାଜ ଏବଂ ଅଶ୍ଵିନୀ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button