ମନୋରଞ୍ଜନ

Nisha Moharana କୁ ଗୋଡେଇ ଗୋଡେଇ ପିଟିବି ଆଉ କେହି ତା’ ପିଠିରେ ପଡିବେନି… ଦେଖନ୍ତୁ Nishaଙ୍କୁ ନେଇ କଣ କହୁଛନ୍ତି ଯାତ୍ରା କଳାକାର

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଅଭିନେତ୍ରୀ ନିଶା ମହାରଣା ଅନେକ ସ୍ଟେଜ ସୋ କରୁଛନ୍ତି ଯାହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି । ନିଶା ଯାତ୍ରା ମଞ୍ଚରେ ଅ-ଶ୍ଳୀ-ଳ ନୃତ୍ୟୁ କରୁଥିବାରୁ ଏହାକୁ ଯାତ୍ରା କଳାକାର ମାନେ ଏହାର ପ୍ରତିବାଦ କରିଛନ୍ତି । ଗତ କାଲି ମଞ୍ଚ ଉପରେ ନିଶା ମହାରଣା ଷ୍ଟେଜରେ ଚଢିଲେ ଅନ୍ୟ କଳାକାର ମାନେ ଚଢିବେ ନାହି ବୋଲି ପ୍ରତିବାଦ ହୋଇଥିଲା ।

ଗତ କିଛି ସମୟ ହେବ ଜଣେ ଯାତ୍ରା ଅଭିନେତ୍ରୀ ନିଶା ମହାରଣାଙ୍କ ବିଷୟରେ ଏକ ବଡ ବୟାନ ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହା ବିଷୟରେ । ଏହି ଅଭିନେତ୍ରୀ ଜଣକ ଗଣମାଧ୍ୟମ ଆଗରେ କହିଛନ୍ତି “ଦେଖନ୍ତୁ ପ୍ରଥମ କଥା କହିବି କୌଣସି କଳାକାରଙ୍କୁ ମଞ୍ଚ ଉପରେ ଉଠିବାକୁ ମନା କରା ଯାଇ ନାହିଁ ମନା କରା ଯାଇଛି ଅ-ଶ୍ଳୀ-ଳ ଡ୍ୟାନ୍ସ ହେବାକୁ ।

ଯାତ୍ରାରେ ଆଇଟମ ଡ୍ୟାନ୍ସ ହେବନି । କାରଣ ସରକାର ଏହାକୁ ବ୍ୟାନ କରିଛି । ଆମେ ବି ଗୋଟେ ନାରୀ । ଗୋଟେ ନାରୀ ଯେତିକି ସୀମାରେ ରହିବା କଥା ସେ ସେତିକି ସୀମାରେ ରହୁ ନାହାନ୍ତି । ସେତିକି ସୀମା କ୍ରଶ କରୁଛନ୍ତି ବୋଲି ତାଙ୍କୁ ଏଠାରେ ବାରଣ କରା ଯାଇଛି । କେବଳ ପେଣ୍ଡାଲ ନୁହେଁ ଯାତ୍ରା ଜଗତରେ ସେ ଏଣ୍ଟ୍ରି କରି ପାରିବେ ନାହିଁ । ତେଣୁ ଆମର ଯେତିକି ସକ୍ଷମ ଆମେ ପ୍ରତିବାଦ କରିଛୁ ।

ମୁଁ ଆମ ସବୁ କଳାକାରଙ୍କୁ ଆଉ ଦର୍ଶକ ମାନଙ୍କୁ ଅନୁରୋଧ କରିବି ଏ ଘଟଣାକୁ ଆପଣ ଆଗକୁ ନିଅନ୍ତୁ । ଆଉ ଆଗକୁ ଯେମିତି ଅ-ଶ୍ଳୀ-ଳ ନୃତ୍ୟ ଆଉ ହେଇ ପାରିବ ନାହିଁ । ଆଗରୁ ଏ ସବୁ ନ ଥିଲା । ଆଗରୁ ଯାତ୍ରା ଗୋଟେ ସିଷ୍ଟମରେ ଚାଲି ଥିଲା । ଆପଣ ମାନେ ଯେତେବେଳେ କହୁଛନ୍ତି ରେକର୍ଡ ଡ୍ୟାନ୍ସ ନେକେଡ ହେଉଛି ଏବେ ସେ ସବୁ ବନ୍ଦ ହେଇ ଯାଇଛି । ଗୋଟେ ଝିଅ ଯେତିକି ଲିମିଟରେ ରହିବା କଥା ସେତିକି ରହିବ କଥା ।

ଆମେ ବି ନାରୀ ନା ଆମେ ବି ଶହ ଶହ ପୁରୁଷ ଙ୍କ ଭିତରେ ରହୁଛୁ ଆମକୁ କେମିତି ଲାଗୁଥିବ । ଆମେ ଆମ କଳାକାର ଙ୍କ ମୁହଁ କୁ ଚାହିଁ ପାରୁନୁ । ଆମ ପୂର୍ବ ପୁରୁଷ ମାନେ ଯେବେ ଯାତ୍ରାରେ ଅଭିନୟ କରୁଥିଲେ ସେତେବେଳେ ଝିଅ ମାନେ ନ ଥିଲେ । ସେମାନେ ଝିଅ ବେଶରେ ଅଭିନୟ କରୁଥିଲେ ଷ୍ଟେଜରେ । ସେତେବେଳେ ଦର୍ଶକ ସୁନ୍ଦର ଭାବେ ଗ୍ରହଣ କରିପାରୁ ଥିଲେ । ମୁଁ ଗୋଟେ ନାରୀ ମୁଁ ବି ପ୍ରତିବାଦ କରୁଛି ।

ମୁଁ କହୁଛି ଯଦି ନିଶା ମହାରଣାର ସାହସ ଅଛି ସେ ମୋ ସାମନାକୁ ଆସୁ ତାର ଔକାତ୍ କେତେ ମୁଁ ତାକୁ ଦେଖେଇବି । ଏଇଠି ଗୋଡାଇ ଗୋଡାଇ ପିଟିବି କେହି ପିଠିରେ ପଡିବେନି” ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button