ଜୀବନଶୈଳୀ

ବରଯାତ୍ରୀ ଏମିତି ବାଣ ଫୁଟାଇଲେ କି ଜଳିଗଲା ଅଧା ଗାଁ, ଲୋକେ ଯାହା କହୁଛନ୍ତି ଶୁଣି ଆପଣଙ୍କ ରକ୍ତ ହେବ ଗରମ

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ବରଯାତ୍ରୀ ରେ ନାଚି ନାଚି ଲୋକ ମାନେ ବାନ ଫୁଟାଇ ଥାନ୍ତି । ଆଉ ଏହାର ମଜା ନେଇଥାନ୍ତି । ବରଯାତ୍ରୀ ରେ ଲୋକ ମାନେ ଏତେ ପ୍ରକାରର ବାଣ ଫୁଟାଇ ଥାନ୍ତି କି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥାଏ । କିନ୍ତୁ ଏହି ବାଣ ଫୁଟାଇବା ସମୟରେ ଏମିତି କିଛି ଅଘଟଣ ଘଟିଥାଏ ଯାହା କେହି କେବେ ଭାବି ନ ଥିବେ ।

ତେବେ ବାହାଘର ଖୁସି ଯେତିକି ଥାଏ ତା ଠାରୁ ଅଧିକ ବରଯାତ୍ରୀ ରେ ନାଚିବା ସହ ବାଣ ଫୁଟାଇବା ରେ ଅଧିକ ମଜା ଲାଗିଥାଏ । ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ବାଣ ଫୁଟାଇବା ଆଗରୁ ଥରେ ନିଶ୍ଚୟ ଚିନ୍ତା କରିବେ । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ ବିସ୍ତାର ଭାବେ ।

ବରଯାତ୍ରୀ ନାଚି ନାଚି ଆସିଲେ ଆଉ ବହୁତ ଖୁସି ରେ ବୋମା ଫୁଟାଇଲେ । ଏମିତି ବୋମା ଫୁଟାଇଲେ ଯେ ଅଧା ଗାଁ ପୂରା ପୋଡି ଜଳି ପାଉଁଶ ହୋଇଗଲା । ବରଯାତ୍ରୀ ପ୍ରସେସନ ପାଲଟି ଗଲା ହୁତୁହୁତୁ ନିଆଁ ର କାରଣ । ଏମିତି ନିଆଁ ଦେଖି ସବୁ ବରଯାତ୍ରୀ ଫେରାର ହୋଇଗଲେ । ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ଇଲିଛି ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଗାନ୍ଧୀ ଛକ ବସ୍ତିରେ ।

ଗାନ୍ଧୀ ଛକ ବସ୍ତିରେ ବାହାଘର ଆୟୋଜନ ହୋଇଥିଲା । ଝିଅ ବାହାଘର ଥିବାରୁ ସିମଲା ଥାନା ଅନ୍ତର୍ଗତ କାଦାରୟାନ ଗାଁରୁ ବରଯାତ୍ରି ଆସିଥିଲେ । ଡିଜେ ର ତାଳେ ତାଳେ ବରଯାତ୍ରୀ ନାଚିଥିଲେ । ଆଉ ଏତିକି ବେଳେ ବାହାଘର ଖୁସିରେ ବାଣ ଫୁଟାଇ ଥିଲେ । ହେଲେ ପାଖରେ ଚାଲ ଘର ଥିବାରୁ ବାଣ ଝୁଲା ପଡି ଶୁଖିଲା ଚାଳ ରେ ନିଆଁ ଲାଗିଲା ।

ଯାହା ଫଳରେ 11 ବଖରା ଘର ପୋଡିଯିବା ସହ 10 ଲକ୍ଷରୁ ଅଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଛି । ଗାଁ ରେ ନିଆଁ ଲାଗିବା ପରେ ଗାଁ ଲୋକେ ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଚାଳ ସୁଖୀ ଯାଇ ଥିବାରୁ ଘର ପୁରା ପୋଡି ଯାଇଥିଲା ।

ଅଗ୍ନିସମ ବାହିନୀ ଆସିବା ପରେ ନିଆଁ କୁ ଆୟତ୍ତ କରିଥିଲା । କିନ୍ତୁ ସେତେ ବେଳକୁ ସବୁ ନଷ୍ଟ ହୋଇ ଯାଇଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button