ରାଜନୀତି

ଶରଦ ଓ ଅଜିତଙ୍କ ମଧ୍ୟରେ ଗୁପ୍ତ ବୈଠକକୁ ନେଇ ଏମଭିଏରେ ହଲଚଲ, ଉଦ୍ଧବ ଠାକରେଙ୍କୁ ଭେଟିଲେ କଂଗ୍ରେସ ନେତା – Utkal Mail


ମୁମ୍ବାଇ: ଏନସିପି ସଭାପତି ଶରଦ ପାୱାର ଏବଂ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମଧ୍ୟରେ ଗୁପ୍ତ ବୈଠକ ପରେ ମହାରାଷ୍ଟ୍ର ରାଜନୀତିରେ ତାତି ଦେଖିବାକୁ ମିଳିଛି | କଂଗ୍ରେସ ନେତା ଅଶୋକ ଚୌହାନ କହିଛନ୍ତି ଯେ ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ବୈଠକ ହେତୁ ଜନସାଧାରଣଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉଦ୍ଧବ ଠାକରେ ଏବଂ କଂଗ୍ରେସ ଏହି ବୈଠକ ପରେ ପ୍ଲାନ ବି ଉପରେ ଆଲୋଚନା କରିଛନ୍ତି | ସୂତ୍ରରୁ ପ୍ରକାଶ ଯେ ଏହି ଯୋଜନା ବାବଦରେ କଂଗ୍ରେସ ଏବଂ ଶିବସେନା(ୟୁବିଟି) ନେତାଙ୍କ ବୈଠକରେ ପ୍ରାଥମିକ ଆଲୋଚନା ମଧ୍ୟ ହୋଇଛି। ଅନ୍ୟପକ୍ଷରେ କଂଗ୍ରେସ ରାଜ୍ୟ ସଭାପତି ନାନା ପାଟୋଲ କହିଛନ୍ତି ଯେ ଏହି ପ୍ରସଙ୍ଗରେ କଂଗ୍ରେସ ହାଇକମାଣ୍ଡ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ଅନ୍ୟପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ଵୀରାଜ ଚୌହାନଙ୍କ ବିବୃତ୍ତି ରାଜନୈତିକ ତାତିକୁ ବଢ଼ାଇ ଦେଇଛି |

ଯେଉଁଥିରେ ସେ ଦାବି କରିଛନ୍ତି ଯେ ଅଜିତ ପାୱାର ଶରଦ ପାୱାରଙ୍କୁ କେନ୍ଦ୍ରରେ କ୍ୟାବିନେଟ ପଦବୀ ଦେବାର ଅଫର ଦେଇଛନ୍ତି | ଅନ୍ୟପଟେ ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ବିଜୟ ବଦୋତିୱାର କହିଛନ୍ତି ଯେ ଯଦି ଅଜିତ ପାୱାର, ଶରଦ ପାୱାରଙ୍କୁ ମନାଇ ଆଣିପାରିବେ ତେବେ ତାଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କରାଯିବ | ତେବେ ମହାରାଷ୍ଟ୍ରରେ ସୃଷ୍ଟି ହେଉଥିବା ରାଜନୈତିକ ପରିସ୍ଥିତି ମଧ୍ୟରେ ମୁମ୍ବାଇରେ କଂଗ୍ରେସ କୋର କମିଟି ବୈଠକ ମଧ୍ୟ ଅନୁଷ୍ଠିତ ହେଉଛି | ଯେଉଁଥିରେ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଏବଂ ମୁମ୍ବାଇରେ ହେବାକୁ ଥିବା ଇଣ୍ଡିଆ ମେଣ୍ଟର ବୈଠକ ସମ୍ପର୍କରେ ଆଲୋଚନା ହୋଇପାରେ ।

ଏନସିପି ନେତା ଶରଦ ପାୱାର-ଅଜିତ ପାୱାରଙ୍କ ବୈଠକ ଯୋଗୁଁ ଏମଭିଏ ଦ୍ୱନ୍ଦ୍ୱରେ ପଡିଛି | ଉଦ୍ଧବ ଠାକରେଙ୍କ ପାର୍ଟି ଶିବସେନା ୟୁବିଟି ମୁଖପତ୍ର ସାମନାର ଏକ ସମ୍ପାଦକୀୟରେ ଏହି ଦାବି କରିଛି। ସାମନାରେ କୁହାଯାଇଛି, ‘ଅଜିତ- ଶରଦ ପାୱାରଙ୍କ ଭେଟଘାଟକୁ ନେଇ ବିଜେପି ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ଅବଶ୍ୟ, ଏହିପରି ବୈଠକ ଶରଦ ପାୱାରଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଛି ଏବଂ ଏହା ଭଲ ନୁହେଁ |




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button