ମନୋରଞ୍ଜନ

ଜୱାନର ରିଲିଜ ପୂର୍ବରୁ ଝିଅ ସହ ତିରୁପତି ଯାଇ ଦର୍ଶନ କଲେ ଶାହରୁଖ – Utkal Mail


ମୁମ୍ବାଇ: ୨୦୨୩ ମସିହାରେ ଆରମ୍ଭରେ କିଙ୍ଗ ଖାନ ଶାହରୁଖ୍‌ ଖାନ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ପଠାନ୍‌’ ବକ୍ସ ଅଫିସରେ କମାଲ୍‌ କରିବା ପରେ ଏବେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଜୱାନ’ ମୁକ୍ତିଲାଭ କରିବାକୁ ଯାଉଛି | ଶାହରୁଖଙ୍କ ଏହି ଫିଲ୍ମ ସେପ୍ଟେମ୍ବର ୭ ତାରିଖରେ ରିଲିଜ୍‌ ହେବାକୁ ଥିବା ବେଳେ ଏହାର ଚାହିଦା ଏବେଠାରୁ ଦେଖିବାକୁ ମିଳିଲାଣି | ବିଶେଷ କରି ସିନେପ୍ରେମୀଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ବଢ଼ିବାରେ ଲାଗିଛି | ତେବେ ଫିଲ୍ମ ରିଲିଜ ହେବା ପୂର୍ବରୁ ଶାହରୁଖ ଖାନ ଝିଅ ସୁହାନା ଖାନ ଏବଂ ନୟନତାରାଙ୍କ ସହ ତିରୁପତିସ୍ଥିତ ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ। ମନ୍ଦିରରେ ପ୍ରବେଶ କରୁଥିବାବେଳେ ଶାହରୁଖ ପ୍ରଶଂସକମାନଙ୍କୁ ନମସ୍କାର କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ଏହା ପ୍ରଥମ ଥର ନୁହେଁ | ଶାହରୁଖ କିଛିଦିନ ତଳେ ମା ବୈଷ୍ଣୋଦେବୀଙ୍କୁ ଦର୍ଶନ କରିବାକୁ ଜାମ୍ମୁକାଶ୍ମୀର ଯାଇଥିଲେ। ସେଠାରେ ସେ ମା ଙ୍କ ମନ୍ଦିରକୁ ଯାଇ ଫିଲ୍ମର ସଫଳତା ନେଇ ପୂଜାର୍ଚ୍ଚନା କରିଥିଲେ | ସୋସିଆଲ ମିଡିଆରେ ଶାହାରୁଖ ଖାନଙ୍କ ଭିଡିଓ ବହୁତ ଭାଇରାଲ ହୋଇଥିଲା। ଫିଲ୍ମ ଜୱାନ ବାବଦରେ କହିବାକୁ ଗଲେ ଏହି ଫିଲ୍ମରେ ଶାହରୁଖଙ୍କ ବ୍ୟତୀତ ନୟନତାରା, ବିଜୟ ସେତୁପତି, ସାନିଆ ମାଲହୋତ୍ରା ଏବଂ ପ୍ରିୟମଣି ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ | ଏହି ଫିଲ୍ମ ୭ ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି | ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଏଟଲି କୁମାର।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button