ମନୋରଞ୍ଜନ

ବରୁଣ ଧୱନଙ୍କ ଆକ୍ସନ୍ ଫିଲ୍ମ ‘ବେବି ଜନ’ରେ ସଲମାନ ଖାନଙ୍କ ଏଣ୍ଟ୍ରି, ଏହି ଭୂମିକାରେ ଆସିବେ ନଜର

ମୁମ୍ବାଇ,୧୩/୧୧: ଆକ୍ସନ୍ ଫିଲ୍ମ ‘ବେବି ଜନ୍’ ସହ ଫେରୁଛନ୍ତି ବଲିଉଡ ଅଭିନେତା ବରୁଣ ଧୱନ। ଏହାରି ମଧ୍ୟରେ ବରୁଣ ଧୱନ ଫିଲ୍ମରେ ସଲମାନ ଖାନଙ୍କ ଏଣ୍ଟ୍ରି ନେଇ କରିଛନ୍ତି କନଫର୍ମ । ସେ ସ୍ପଷ୍ଟ କରିଛନ୍ତି ଯେ ସଲମାନ ଖାନ ଫିଲ୍ମ ‘ବେବି ଜନ୍’ରେ ଏକ ଜବରଦସ୍ତ କ୍ୟାମିଓ ରୋଲରେ ନଜର ଆସିବେ । ତେବେ ସେ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି ।

ତେବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ଟ୍ୱିଟର) ରେ ବରୁଣ ଧୱନ ask me anything ସେସନ କରିଥିଲେ। ଏହି ସମୟରେ ପ୍ରଶଂସକମାନେ ତାଙ୍କୁ ‘ବେବି ଜନ୍’ ଚଳଚ୍ଚିତ୍ର ବିଷୟରେ ଅନେକ ପ୍ରଶ୍ନ ପଚାରିଥିଲେ। ଜଣେ ଯୁଜର୍ ଫିଲ୍ମରେ ସଲମାନ ଖାନଙ୍କ କ୍ୟାମିଓ ବିଷୟରେ ଏକ ପ୍ରଶ୍ନ ଉଠାଇଥିଲେ। ଫ୍ୟାନ୍ସ ବରୁଣ ଧୱନଙ୍କୁ ପଚାରିଥିଲେ, ‘ବେବି ଜନ ଭାଇ (ସଲମାନ ଖାନ)ଙ୍କ କ୍ୟାମିଓ କେତେ ମିନିଟ୍, ଏଥିରେ ଅଭିନେତା ଉତ୍ତର ଦେଇଛନ୍ତି,’ ମୁଁ ମିନିଟ୍ କହିବି ନାହିଁ, ଏହାର ପ୍ରଭାବ ଅନେକ ମାସ ପର୍ଯ୍ୟନ୍ତ ରହିବ। ଯାହା ଶୁଣି ଫ୍ୟାନ୍ସଙ୍କ ଖୁସି ଦ୍ୱିଗୁଣିତ ହୋଇଛି ।

ପ୍ରକାଶ ଥାଉକି, ‘ବେବି ଜନ’ର କାହାଣୀ କାଲିଶ ଲେଖିଛନ୍ତି ଏବଂ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଏହି ଫିଲ୍ମ ଅଟଲି କୁମାରଙ୍କ ନିର୍ଦ୍ଦେଶିତ ସାଉଥ ଇଣ୍ଡିଆନ ଫିଲ୍ମ ‘ଥେରିର’ ଅଫିସିଆଲ୍ ହିନ୍ଦୀ ରିମେକ୍ ହେଉଛି ‘ବେବି ଜନ’ । ଯାହାକି ୨୦୧୬ ମସିହାରେ ମୁକ୍ତିଲାଭ କରିଥିଲା । ଯେଉଁଥିରେ ସାଉଥ ସୁପରଷ୍ଟାର ବିଜୟ ଏବଂ ସାମନ୍ଥା ରୁଥ ପ୍ରଭୁ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ତେବେ ଜିଓ ଷ୍ଟୁଡିଓ ଏବଂ ସିନେ 1 ଷ୍ଟୁଡିଓ ସହଯୋଗରେ ଅଟଲି ଏହାକୁ ନିର୍ମାଣ କରୁଛନ୍ତି । ବରୁଣ ଧୱନଙ୍କ ବ୍ୟତୀତ ଏହି ଫିଲ୍ମରେ ସାଉଥ ଅଭିନେତ୍ରୀ କିର୍ତ୍ତୀ ସୁରେଶ, ଭାମିକା ଗାବୀ, ଜ୍ୟାକି ଶ୍ରଫ, ରାଜପାଲ ୟାଦବ, ଶିବା ଖାଡା ଏବଂ ସାନିଆ ମଲହୋତ୍ରା ନଜର ଆସିବେ । ଏହି ଚଳଚ୍ଚିତ୍ରଟି ହେଉଛି କିର୍ତ୍ତୀ ସୁରେଶଙ୍କ ହିନ୍ଦୀ ଡେବ୍ୟୁ ଫିଲ୍ମ ଏବଂ ସେ ପ୍ରଥମ ଥର ପାଇଁ ବରୁଣଙ୍କ ସହ ସ୍କ୍ରିନ ସେୟାର କରିବେ । ୨୫ ଡିସେମ୍ୱରରେ ଏହି ଫିଲ୍ମ ପ୍ରେକ୍ଷାଳୟରେ ରିଲିଜ ହେବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button