ବିଚାର

ଝାଡୁର ଏହି ସଠିକ ପ୍ରୟୋଗ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିଥାଏ, ହୋଇଥାଏ ଧନର ଲାଭ..

ବନ୍ଧୁଗଣ ଶାସ୍ତ୍ର ଏବଂ ପୌରାଣିକ କଥା ଅନୁଯାୟୀ ଝାଡୁ କେବଳ ଆମ ଘରର ମଇଳା କୁ ସଫା କରିନଥାଏ ବରଂ ଆମ ଜୀବନ ରେ ଆସୁଥିବା ଦରିଦ୍ରତାକୁ ମଧ୍ୟ ଦୂର କରିବାର କାର୍ଯ୍ୟ କରିଥାଏ | ଝାଡୁ ଆମ ଘରକୁ ସୁଖ ସମୃଦ୍ଧି ଆଣିଥାଏ ଏବଂ ଝାଡୁ ରେ ମା ଲକ୍ଷ୍ମୀ ଙ୍କ ବାସ ହୋଇଥାଏ | ରୋଗକୁ ଦୂର କରୁଥିବା ଶୀତଳା ମାତା ନିଜର ଗୋଟିଏ ହାତରେ ଝାଡୁ ଧାରଣ କରିଥାନ୍ତି | ଝାଡୁ ବ୍ୟବହାର କରିବା ସମୟରେ କିଛି ଖାସ କଥାର ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ହୋଇଥାଏ | ତେବେ ଝାଡୁ କେତେବେଳେ ଏବଂ କିପରି ଲଗେଇବେ ତାହା ଆମେ ଆଜି ଆପଣଙ୍କୁ କହିବୁ ସପୂର୍ଣ ତଥ୍ୟ ପାଇବା ପାଇଁ ଆମ ପୋଷ୍ଟ କୁ ସମ୍ପୂର୍ଣ ପଢନ୍ତୁ | ତେବେ ଆସନ୍ତୁ ଜାଣିବା..

ଝାଡୁ ଲଗେଇବା ସମୟରେ କଥା ବାର୍ତ୍ତା କରନ୍ତୁ ନାହିଁ | ଝାଡୁ କୁ ପାଦ ଲଗାନ୍ତୁ ନାହିଁ,ଯଦି ଭୁଲ ରେ ଲାଗିଯାଏ ତେବେ ମା ଲକ୍ଷ୍ମୀ ଙ୍କୁ ତୁରନ୍ତୁ କ୍ଷମା ମାଗନ୍ତୁ | ଶାସ୍ତ୍ର ରେ କୁହାଯାଇଛି ମାସିକ ଧର୍ମ ସମୟରେ ଝାଡୁ କୁ ହାତ ଲଗେଇବା ଉଚିତ ନୁହେଁ | ଏହିପରି କରିବା ଦ୍ୱାରା ଝାଡୁ ଅପବିତ୍ର ହୋଇପାରେ | ଘରେ ସକାଳୁ ସକାଳୁ ଝାଡୁ ଲଗେଇବା ଉଚିତ, କିନ୍ତୁ ସୂର୍ଯ୍ୟାସ୍ତ ପରେ ଝାଡୁ ଲଗେଇବା ଅଶୁଭ ହୋଇଥାଏ |

ଏହି ସମୟରେ ଯଦି ବି ଝାଡୁ ଲଗାଉଛନ୍ତି ତେବେ ଘରର ମଇଳା ରାତିରେ ବାହାରେ ଫିଙ୍ଗନ୍ତୁ ନାହିଁ ଏହା ଦ୍ୱାରା ଲକ୍ଷ୍ମୀ ଚାଲିଯାନ୍ତି | କେବଳ ଦୀପାବଳି ରେ ହିଁ ରାତିରେ ଝାଡୁ ଲଗାଯାଇଥାଏ ଏହି ଦିନ ଅଲକ୍ଷ୍ମୀ ଙ୍କୁ ଘରୁ ବାହାର କରାଯାଇଥାଏ | ତେବେ ପ୍ରତିଦିନ ରାତିରେ ଝାଡୁ ଲଗେଇବା ଅଶୁଭ ହୋଇଥାଏ |ବନ୍ଧୁଗଣ ଝାଡୁ କେତେବେଳେ ଲଗେଇବା ଉଚିତ ନୁହେଁ ଆସନ୍ତୁ ଜାଣିବା ; ଘରେ ଦୀପ ଜଳେଇବ ପରେ, ରାତିରେ ପୂଜା କରିବା ପରେ ଖାଦ୍ୟ ଖାଇବା ପରେ, ଘରର ସବୁ ସଦସ୍ୟ ବାହାରକୁ ଯିବାର ଠିକ କିଛି ସମୟ ପରେ ଝାଡୁ ଲଗାନ୍ତୁ ନାହିଁ |

ନହେଲେ ତାଙ୍କର କାର୍ଯ୍ୟ ଅସଫଳ ହେବାର ସମ୍ଭାବନା ରହିଛି,ସେଥିପାଇଁ ସେମାନେ ଯିବାର 1ଘଣ୍ଟା ପରେ ଝାଡୁ ଲଗେଇବା ଉଚିତ | ସେହିପରି ଘରକୁ ଅତିଥି ଆସିବ ପରେ ଝାଡୁ ଲଗାନ୍ତୁ ନାହିଁ, ଘରେ କେହି ଛିଙ୍କିଲେ କିମ୍ଵା ରାଗିକି, କାନ୍ଦିକି କିମ୍ଵା ଚିଡ଼ିକି ଝାଡୁ ଲଗାନ୍ତୁ ନାହିଁ | ଏହାଦ୍ୱାରା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି ଏବଂ ଘରେ ଦରିଦ୍ରତା ଆସିଯାଏ | ଝାଡୁ ଲଗେଇବା ସମୟରେ ମନରେ କିଛି ବି ଶଙ୍କା ରହିବା ଉଚିତ ନୁହେଁ ଏହାଦ୍ୱାରା ଝାଡୁ ଅପବିତ୍ର ହୋଇଯାଏ |

ବନ୍ଧୁଗଣ ବର୍ତମାନ ଆସନ୍ତୁ ଜାଣିବା କେଉଁ କୋଣରୁ ଝାଡୁ ଲଗେଇବା ଉଚିତ ; ସର୍ବପ୍ରଥମେ ଈଶାନ କୋଣ ଅବା ଦକ୍ଷିଣ ପୂର୍ବ ଦିଗରୁ ଆରମ୍ଭ କରି ଘରର ସବୁ ଜାଗାରେ ଜାଗାରେ ଝାଡୁ ଲଗେଇବା ଉଚିତ | କିନ୍ତୁ ମନେ ରଖିବେ ଘରର ପୂଜା ଘରେ କେବେ ଝାଡୁ ଲଗେଇବେ ନାହିଁ | କେବଳ ସଫା କପଡାରେ ହିଁ ପୂଜା ଘରକୁ ସଫା କରିବା ଉଚିତ | ଝାଡୁ ରଖିବାର ସଠିକ ସ୍ଥାନ ଝାଡୁକୁ ସର୍ବଦା ଲୁଚେଇକି ରଖନ୍ତୁ |

ଘରକୁ ଆସୁଥିବା ଅତିଥିଙ୍କ ନଜର ରୁ ଲୁଚେଇକି ରଖନ୍ତୁ ଝାଡୁ ଆଉ ଘରର ଈଶାନ କୋଣ ରେ ରଖନ୍ତୁ ନାହିଁ | କାରଣ ଏହାକୁ ଦେବୀ ଦେବତାଙ୍କ ସ୍ଥାନ ବୋଲି କୁହାଯାଏ ଏବଂ ଝାଡୁ ରଖିବାର ସଠିକ ସ୍ଥାନ ଦକ୍ଷିଣ ପଶ୍ଚିମ ବୋଲି ବିଶ୍ୱାସ କରାଯାଇଛି | ଝାଡୁ କୁ ପୂଜା ଘରେ, ଖଟ ତଳେ, ରୋଷେଇ ଘରେ, ସୋଫା ତଳେ ଏବଂ ଶୟନ କକ୍ଷ ରେ କେବେ ବି ରଖନ୍ତୁ ନାହିଁ | ଏହା କରିବା ଦ୍ଵାରା ଦରିଦ୍ରତା ଆସିଥାଏ |

ଝାଡୁକୁ ସଦା ସର୍ବଦା କବାଟ ପଛରେ କିମ୍ଵା ବାକ୍ସ ତିଆରି କରି ରଖିପାରିବେ | ଝାଡୁ କୁ ଜୋତା ଚପଲ ଥିବା ଜାଗା ରେ, ମୁଖ୍ୟ ଦ୍ୱାରା ସାମ୍ନା ରେ ଏବଂ ଛିଡା କରିକି ରଖନ୍ତୁ ନାହିଁ | ଝାଡୁ କୁ ଓଦା କରନ୍ତୁ ନାହିଁ ବହୁତ ଅଶୁଭ ହୋଇଥାଏ | ଏହା ଦ୍ୱାରା ଘରେ ରୋଗ ବ୍ୟାଧି ଏବଂ ଦରିଦ୍ରତା ଆସିଥାଏ | ତେବେ ବନ୍ଧୁଗଣ ନୂଆ ଝାଡୁ କିଣିବାର ସଠିକ ଦିନ ଏବଂ ସମୟ ବିଷୟରେ ଆସନ୍ତୁ ଜାଣିବା | ଶନିବାର କୁ ଝାଡୁ କିଣିପାରିବେ, ଝାଡୁ ଶୁକ୍ଳପକ୍ଷ କିଣିବେ ନାହିଁ ଏହାକୁ କୃଷ୍ଣ ପକ୍ଷରେ କିଣିବା ଉଚିତ | ପୁରୁଣା ଝାଡୁ ଘରୁ ବାହାର କରିଦେବା ଉଚିତ | ବନ୍ଧୁଗଣ ଗୋମାତା କୁ ଝାଡୁ ରେ ମାରିବା ଉଚିତ ନୁହେଁ ଏହା ସହ କୌଣସି ବି ପଶୁ ଜନ୍ତୁ ଙ୍କୁ ଝାଡ଼ୁରେ ମାରିବା ଉଚିତ ନୁହେଁ |

ଝାଡୁ ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ, ତେଣୁ ବ୍ରାହ୍ମ ମୁହୂର୍ତ୍ତ ରେ ତିନୋଟି ଝାଡୁ ବର୍ଷ ରେ ତିନି ଥର ଗୁପ୍ତ ଦାନ କରିବା ଉଚିତ ହୋଇଥାଏ | ଏହାଦ୍ୱାରା ସବୁକିଛି ଶୁଭ ହୋଇଥାଏ,ମା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ସଦା ସର୍ବଦା ଏହିପରି ବ୍ୟକ୍ତିଙ୍କ ଉପରେ ରହିଥାଏ | ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ଚମତ୍କାରୀ ଉପାୟ ବିଷୟରେ ଯାହାକୁ କରିବା ଦ୍ୱାରା ଆପଣଙ୍କ ଖୁବ ଶୀଘ୍ର ମାଲାମାଲ ହୋଇଯିବେ | ତେବେ ବନ୍ଧୁଗଣ ଗୋଟିଏ 1 ଟଙ୍କିଆ ମୁଦ୍ରା ଶୋଇବା ପୂର୍ବରୁ ରାତିରେ ଝାଡୁ ତଳେ ରଖିଦିଅନ୍ତୁ | ଏବଂ ସକାଳେ ଉଠିଲା ପରେ ସୁଦ୍ଧ ଗଙ୍ଗାଜଳ ଛିଞ୍ଚନ କରି ତାକୁ ନାଲି କପଡା ରେ ବାନ୍ଧି ଧନ ରଖିବା ସ୍ଥାନ ରେ ରଖିଦିଅନ୍ତୁ | ଏହି ଉପାୟ କରିବା ଦ୍ୱାରା ଆପଣ ଶୀଘ୍ର ମାଲାମାଲ ହୋଇଯିବେ..

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button