ଓଡିଶା

ରାଇରଙ୍ଗପୁରରେ ଓଭରବ୍ରିଜ୍ ନିର୍ମାଣ ଦାବି

ରାଇରଙ୍ଗପୁର: ରାଇରଙ୍ଗପୁର-ବାରିପଦା ମୁଖ୍ୟ ରାସ୍ତାର ରାଇରଙ୍ଗପୁର ସହରସ୍ଥ ଗାନ୍ଧୀ ମାର୍କେଟ୍ ଦେଇ ଯାଇଥିବା ରେଳ ଫାଟକ ଯୋଗୁଁ ବହୁ ସମୟ ଧରି ଯାନବାହନ ଅଟକୁଛି। ସୂଚନା ଥାଉକି ୧୯୦୯ରେ ଟାଟାନଗର-ଗୋରୁମହିଷାଣୀ ରେଳପଥ ନିର୍ମିତ ହୋଇଥିଲା । ପରବର୍ତୀ ସମୟରେ ରାଇରଙ୍ଗପୁର ଓ ବାଦାମପାହାଡ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଥିଲା ।

ନିର୍ମାଣର ୧୧୪ବର୍ଷ ପରେ ମଧ୍ୟ ରାଇରଙ୍ଗପୁର ବଜାରସ୍ଥ ମୂଖ୍ୟ ରାସ୍ତାରେ ଥିବା ରେଳ ଫାଟକରେ ଓଭରବ୍ରିଜ୍ କିମ୍ବା ଗୋଳାପୋଲ ନଥିବାରୁ ପଥଚାରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଆସୁଛନ୍ତି। ଏହି ଲେବେଲ୍ କ୍ରସିଂ ଜଗୁଆଳୀଯୁକ୍ତ ପାଂଟକ ଥିଲେ ମଧ୍ୟ ପଥଚାରୀଙ୍କ ଦୁଃଖ ସରୁନି। ସବୁଠାରୁ ଉଦ୍ବେଗଜନକ ବିଷୟଯେ, ରେଳଫାଟକ ଦେଇ ପ୍ରତିଦିନ ବଡିଭୋରରୁ ବିଳମ୍ବିତ ରାତିଯାଏଁ ଗୋରୁମହିଷାଣୀ,ବାଦାମପାହାଡ ଓ ସୁଲେଇପାଟ ଲୁହାଖଣି ଅଂଚଳରୁ ଲୁହାପଥର ବୋଝେଇ ରେକ୍ ବା ମାଲଗାଡି ଦ୍ରୁତଗତିରେ ଯାତାୟାତ କରିଥାଏ । ଏହା ବ୍ୟତୀତ ବର୍ତମାନ ଉକ୍ତ ଫାଟକ ଦେଇ ଦୈନିକ ୪ ଟି ଓ ସାପ୍ତାହିକ ୨ ଟି ଟ୍ରେନ୍ ମିଶି ସର୍ବମୋଟ୍ ୬ଟି ଟ୍ରେନ୍ ଚଳାଚଳ କରୁଛି ।

ଟ୍ରେନ୍ ଆସିବାର ୧୦ ମିନିଟ୍ ପୂର୍ବରୁ ଓ ଯିବାର ୫ ମିନିଟ୍ ପରେ ଫାଟକ ଖୋଲାଯାଇଥାଏ । ତେବେ ରେଳ ଫାଟକ ଦେଇ ଯାତାୟତ କରୁଥିବା ଯାନବାହନ ଯଥା ଆମ୍ବୁଲାନ୍ସ,ସ୍କୁଲ୍ ଭ୍ୟାନ୍ ସମେତ ଅନ୍ୟାନ ଦୁଇ ଓ ଚାରି ଚକିଆ ଯାନ ରହିଥାଏ । ତେବେ ୱାଗନ୍ ଆସିଲେ ଅଧିକ ସମୟ ଧରି ଅଟକି ରହୁଥିବାରୁ ଜନ ସାଧାରଣ ବହୁ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି । ବହୁ ସମୟ ଧରି ଫାଟକରେ ଅପେକ୍ଷା କରି କରି ଜନସାଧାରଣ ନୟାନ୍ତ ହୋଇଥାନ୍ତି । ଏନେଇ ସାଧାରଣରେ ଗଭୀର ଉଦ୍ବେଗ ପ୍ରକାଶ ପାଇଛି । ରାଇରଙ୍ଗପୁର ପୌରପରିଷଦ ତଥା ଅନ୍ୟ ୭ଟି ବ୍ଲକର ଲକ୍ଷାଧିକ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥଦୃଷ୍ଟିରୁ ଏହି ଲେବେଲ୍ କ୍ରସିଂ ଫାଟକରେ ଯଥାଶୀଘ୍ର ଓଭର୍ ବ୍ରିଜ୍ କିମ୍ବା ଗୋଳାପୋଲ ନିର୍ମାଣ ପାଇଁ ଦାବି ହେଉଛି । ସୂଚନା ଯୋଗ୍ୟ ଯେ କିଛି ମାସ ପୂର୍ବରୁ ରାଇରଙ୍ଗପୁର ରେଳଷ୍ଟେସନକୁ ଅମୃତ ଭାରତ ଯୋଜନାରେ ସାମିଲ୍ ହୋଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button