ଦେଶ ବିଦେଶ

ଦିଲ୍ଲୀରେ ପୋଷ୍ଟର ୱାର

ମଦ ନୀତିରେ ଦୁର୍ନୀତିକୁ ନେଇ ଜାରି ରହିଛି ଆପ୍-ବିଜେପି ଯୁଦ୍ଧ। ପୁଣି ମନୀଷ ସିସୋଦିଆଙ୍କୁ ଟାର୍ଗେଟ କଲା ଭାଜପା। ପୋଷ୍ଟର ଜାରି କରି ମନୀଷ ସିସୋଦିଆଙ୍କୁ ଲୁଟେରା ସଜାଇଲା ବିଜେପି। ପୁଣି ମୁହାଁମୁହିଁ ହେଲେ ବିଜେପି ଓ ଆପ। ଗୋଟେପଟେ ଆପ୍ ସରକାରଙ୍କୁ ଭାଙ୍ଗିବା ପାଇଁ ବିଜେପି ଚେଷ୍ଟା କରୁଥିବା ଆପ୍ ଅଭିଯୋଗ କରିଥିବାବେଳେ ଅବକାରୀ ନୀତି ଆଢୁଆଳରେ ରହି ଆପ୍ ଦୁର୍ନୀତି କରିଥିବା ଅଭିଯୋଗ ଲଦିଛି ଭାଜପା। ଆରୋପ ପ୍ରତ୍ୟାରୋପ ରାଜନୀତିରେ ସରଗରମ ହେଉଛି ଦିଲ୍ଳୀ ରାଜନୀତି।

ଆମ୍ ଆଦମୀ ପାର୍ଟି ବନାମ ବିଜେପି। ଦିଲ୍ଳୀ ମହାନଗର ନିଗମ ନିର୍ବାଚନ ପାଖେଇ ଆସୁଥିବାବେଳେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି। ଦିଲ୍ଳୀରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ଆରୋପ ପ୍ରତ୍ୟାରୋପ ରାଜନୀତି। କେହି କାହାରିକୁ ଛାଡିବାକୁ ନାରାଜ୍। ଆପ୍ ଓ ବିଜେପି ପରସ୍ପରକୁ କାଉଣ୍ଟର କରିବାକୁ ଫୁଲଦମରେ ଲାଗିପଡିଥିବା ବେଳେ ବିଜେପି ଦ୍ୱାରା ରାଜଧାନୀ ଦିଲ୍ଲୀରେ ଆପ୍ ସରକାର ଭାଙ୍ଗିବା ପ୍ରୟାସକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ ଅବକାରୀ ନୀତି ମାମଲାକୁ ନେଇ ଆରମ୍ଭ ହୋଇଛି ପୋଷ୍ଟର ୱାର। ପୋଷ୍ଟର ଜରିଆରେ ବିଜେପି ଆପକୁ କରିଛି ଟାର୍ଗେଟ। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ବିଜେପି ସଜାଇଛି ଲୁଟେରା। ରବିବାର ବିଜେପି ଆକ୍ରମଣାତ୍ମକ ଢଙ୍ଗରେ ଟ୍ୱିଟ କରି ଏକ ପୋଷ୍ଟର ଜାରି କରିଛି। ଯାହାକୁ ନେଇ ଆରମ୍ଭ ହୋଇଛି ହଙ୍ଗାମା। ଅଭିନେତା ରନବୀର ସିଂଙ୍କ ପିଲ୍ମ ଲୁଟେରାର ପୋଷ୍ଟରକୁ ଏଡିଟ୍ କରାଯାଇଛି। ଫିଲ୍ମର ପୋଷ୍ଟରକୁ ଫଟୋସପ୍ କରି ମନୀଷ ସିସୋଦିଆଙ୍କ ଫଟୋ ଲଗାଇ ବିଜେପି ତାଙ୍କୁ ଲୁଟେରା ଆଖ୍ୟା ଦେଇଛି। ପୋଷ୍ଟରରେ ଲେଖାଯାଇଛି ଏହି ‘ଡକାୟତମାନଙ୍କ ଠାରୁ ସାବଧାନ’। କେବଳ ସେତିକି ନୁହେଁ ପୋଷ୍ଟରରେ ଅରବିନ୍ଦ କେଜ୍ରିୱାଲଙ୍କୁ ନିର୍ଦ୍ଦେଶକ ବୋଲି ବର୍ଣ୍ଣନା କରାଯାଇଥିବା ବେଳେ ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ପ୍ରଡ୍ୟୁସର ବୋଲି ବର୍ଣ୍ଣନା କରାଯାଇଛି। ଅବକାରୀ ନୀତିରେ ଦୁର୍ନୀତି ଅଭିଯୋଗ ଆସିବା ପରେ ସିସୋଦିଆଙ୍କୁ ଲୁଟେରା ବୋଲି ଦର୍ଶାଇଛି।

ଅବକାରୀ ମାମଲାକୁ ନେଇ ଦିଲ୍ଳୀ ମୁଖ୍ୟମନ୍ତ୍ରୀ କ୍ରେଜିୱାଲ ଶନିବାର ଏକ ସାମ୍ୱାଦିକ ସମ୍ମିଳନୀ କରି ବିଜେପିକୁ ଟାର୍ଗେଟ କରିଥିଲେ। ଇଡି ଓ ସିବିଆଇ ବିଜେପିର ହାତବାରିସି ହୋଇଯାଇଛି। ଇଡି ଓ ସିବିଆଇ ଚଳଚ୍ଚିତ୍ର ଉତ୍ପାଦନ କମ୍ପାନୀରେ ପରିଣତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ପିଲ୍ମ ପ୍ରଡକ୍ସନ କରୁଛନ୍ତି, କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ଗୁଡିକର ଅପବ୍ୟବହାର କରାଯାଉଛି। ଯଦି କେହି ଦୁର୍ନୀତି କରିଛନ୍ତି ତେବେ ତାଙ୍କୁ ଗିରଫ କର, ଜେଲରେ ରଖ। କିନ୍ତୁ କାହାଣୀ ବନାଇବା ବନ୍ଦ କର, ସ୍କ୍ରିପ୍ଟ ଲେଖିବା ବନ୍ଦ କର। କାରଣ ବଲିଉଡ ଅପେକ୍ଷା ଭଲ କାହାଣୀ ଇଡି ଓ ସିବିଆଇ କାର୍ଯ୍ୟାଳୟରେ ବିଜେପି ଲେଖୁଛି ବୋଲି କହିଥିଲେ କେଜ୍ରିୱାଲ। ସେପଟେ ବିଜେପି ମଧ୍ୟ ଆପ୍ କୁ କାଉଣ୍ଟର କରିଛି। ଭାଜପା ମୁଖପାତ୍ର ଗୌରବ ଭାଟିଆ କେଜ୍ରିୱାଲଙ୍କୁ ଡିଏନଡି ବୋଲି ବର୍ଣ୍ଣନା କରିଛନ୍ତି। କେଜ୍ରିୱାଲଙ୍କୁ ଢୋଗୀ, ନିକମା ଏବଂ ଡରପୋକ୍ କହି ଟାର୍ଗେଟ କରିଛି ଭାଜପା।

ଦିଲ୍ଳୀ ଅବକାରୀ ନୀତି ମାମଲାକୁ ନେଇ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବଡ ଦାବି କରିଥିଲା। ଅବକାରୀ ନୀତିରେ ସୁହାଇବା ଭଳି ବ୍ୟବସ୍ଥା କରିବାକୁ ୧୦୦ କୋଟିର ଲାଞ୍ଚ କାରବାର ହୋଇଥିବା ଇଡି ତଦନ୍ତ ବେଳେ ଜାଣିବାକୁ ପାଇଥିବା ଦାବି କରିଥିଲା। ୧୦୦ କୋଟିର ଲାଞ୍ଚ କାରବାର ହୋଇଥିବା କହିଥିଲା ଇଡି। ଅବକାରୀ ନୀତି ଦୁର୍ନୀତି ମାମଲାରେ ସିସୋଦିଆଙ୍କ ସମେତ ପ୍ରାୟ ୩୪ରୁ ଅଧିକ ଭିଆଇପି ସାମିଲ ରହିଥିଲେ। ସେମାନେ ପୂରା ଘଟଣାର ଡିଜିଟାଲ ପ୍ରମାଣ ନଷ୍ଟ କରିବାକୁ ୧୪୦ଟି ମୋବାଇଲ ଫୋନର ବ୍ୟବହାର କରିଥିଲେ। ଏହାଦ୍ୱାରା ସେମାନେ ମାମଲା ସହ ଜଡିତ ପ୍ରମାଣକୁ ନଷ୍ଟ କରିଛନ୍ତି ବୋଲି ଇଡି ଦାବି କରିଥିଲା। ଯାହାକୁ ନେଇ ତଦନ୍ତକାରୀ ସଂସ୍ଥା ଇଡି ଓ ସିବିଆଇକୁ କେଜ୍ରିୱାଲ ଟାର୍ଗେଟ କରିବା ପରେ ରବିବାର ବିଜେପି ସିସୋଦିଆଙ୍କୁ ଲୁଟେରା କରି ଆକ୍ଷେପ କରିଛି। ଯାହାକୁ ନେଇ ତେଜିଛି ରାଜନୀତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button