ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା, ୨୦୨୪ ନିର୍ବାଚନ ଜିତି ଯାଇପାରନ୍ତି ମୋଦୀ
୨୦୨୪ ଲଢେଇର ରୂପରେଖ କିଭଳି ହେବ ତା’ର ନକ୍ସା ଆଙ୍କିବା ପାଇଁ ବେଙ୍ଗାଳୁରୁରେ ଏକାଠି ହୋଇଛନ୍ତି ମୋଦି ବିରୋଧୀ।ବହୁ ବାଦବିବାଦ ପରେ ଗୋଟିଏ ଛାତ ତଳେ ଏକାଠି ହୋଇଛନ୍ତି କଂଗ୍ରେସ ଆଉ ଆମ ଆଦମୀ ପାର୍ଟି।ଦିଲ୍ଲୀ ସରକାରଙ୍କ କ୍ଷମତା ସଙ୍କୁଚିତ କରିବା ପାଇଁ ଦିଲ୍ଲୀର ଅଧ୍ୟାଦେଶ ନେଇ ଦୁଇ ଦଳ ଭିତରେ ମତଭେଦ ରହିଥିଲା।
କୁହାଯାଉଛି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟସ୍ଥତାରେ ଏ ମତାନ୍ତର ଦୂର ହୋଇଛି। ସୋମବାର ରାତିରେ ଡିନର ଡିପ୍ଲୋମାସି ପରେ ମଙ୍ଗଳବାର ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜେପି ଓ ମୋଦୀ ବିରୋଧୀ।ସେପଟେ ଦିଲ୍ଲୀରେ ଏକାଠି ହୋଇଛନ୍ତି ଏନଡଇଏ ମେଣ୍ଟ ସହଯୋଗୀ। ବିଜେପି ନେତୃତ୍ଵରେ କିଭଳି ୨୦୨୪ ଶାସନ ନିର୍ବାଚନ ହେବ ସେଥିପାଇଁ ରଣନୀତି ପ୍ରସ୍ତୁତ ହେବ।କହିବାକୁ ଗଲେ ବିରୋଧୀ ମେଣ୍ଟ କୁ ଏକ ପ୍ରକାର ଶକ୍ତି ପ୍ରଦର୍ଶନ କରିଛି ଭାରତୀୟ ଜନତା ପାର୍ଟି।ଅର୍ଥାତ୍ ଆଗାମୀ ନିର୍ବାଚନରେ ଦୁଇଟି ପାର୍ଟି ଭିତରେ ହେବ ମୁକାବିଲା।
ବିଜେପି ନେତୃତ୍ଵଧୀନ ଏନଡଇଏ ଏବଂ କଂଗ୍ରେସ ନେତୃତ୍ଵାଧୀନ ଆଲାଇନ୍ସ। ହେଲେ ରାଜନୀତି ସମୀକ୍ଷକଙ୍କ ମତରେ ବିଜେପି ୨୦୨୪ରେ ବିଜୟୀ ହେବା ସହିତ ମୋଦୀ ପୁଣିଥରେ କ୍ଷମତାକୁ ଫେରିବାର ସମ୍ଭାବନା ଖୁବ୍ ଅଧିକ। ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ପ୍ରାୟ ୨୧୮ ସିଟ୍ ରହିଛି।୨୦୧୯ ରେ ବିଜେପି ୧୯୬ଟି ଆସନ ଜିତିଥିଲା ବିହାର ମଧ୍ୟପ୍ରଦେଶ,ରାଜସ୍ଥାନ ଓ ଛତିଶଗଡ଼ରେ କ୍ଷତି ହୋଇପାରେ।୨୦୨୪ ରେ ବିଜେପି ୧୫୦ ସିଟ୍ ପାଇବାକୁ ସକ୍ଷମ ହୋଇପାରେ।।