ଦେଶ ବିଦେଶ

ବିଭିନ୍ନ ବାହାନାରେ ଲୋକଙ୍କ ଠାରୁ ଠକେଇ କରି ଜେଲରେ ମହିଳା ଶିକ୍ଷୟତ୍ରୀ

ଜିକାଲି ଚାକିରି ନାଁରେ ଯୁବକ ଯୁବତୀଙ୍କ ସହ ଖେଳାଯାଉଛି ଖେଳ । ତେବେ ଦର୍ଶକବନ୍ଧୁ କେବଳ ଚାକିରୀ ନୁହେଁ ଜମି କିଣାଇଦେବା ହେଉ କିମ୍ବା ସୁଧରେ ଟଙ୍କା ନେବା ଭଳି ଭିନ୍ନ ଭିନ୍ନ ଆଶାରେ ଠକାମିର ଶିକାର ହେଉଛନ୍ତି ଆଜିକାଲିର ଯୁବପିଢ଼ି । ଦିନକୁ ଦିନ ବଢ଼ିଚାଲିଛି ଠକେଇର ମାମଲା । ଠକମାନେ ଟଙ୍କା ଲୁଟିବା ପାଇଁ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛନ୍ତି ।

ଆଉ ସୁଯୋଗ ପାଇଲେ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ମାରୁଛନ୍ତି । ବର୍ତ୍ତମାନ ଲୋକମାନଙ୍କୁ ଚାକିରି ମିଳୁନି । ତେଣୁ ଚାକିରି ଆଶାୟୀଙ୍କୁ ଠକମାନେ ଅଧିକ ଟାର୍ଗେଟ କରୁଛନ୍ତି ।

ଚାକିରି ଲୋଭରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଠକମାନଙ୍କ ଠକାମିର ଶିକାର ହେଉଛନ୍ତି । ଆଉ ଥରେ ଟଙ୍କା ପାଇଲା ପରେ ଛୁ ମାରୁଛନ୍ତି ଏହି ଠକମାନେ । ଯେତେ କଲ୍‌ କଲେ ବି ଫୋନ ଉଠାଉ ନାହାନ୍ତି । ତେବେ ନିକଟରେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି । ଯାହା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏଥର ଠକମାନେ ଟିକେ ଭିନ୍ନ ଉପାୟରେ ଠକିଛନ୍ତି । କିନ୍ତୁ ତାଙ୍କ ସବୁ ଚାଲାକି ପୋଲିସ୍‌ ଆଗରେ ଫେଲ୍‌ ମାରିଛି । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ।

ତେବେ ଏଭଳି ଠକେଇ ଆଉ କେହି ନୁହେଁ ବରଂ ଖୋଦ ଜଣେ ଶିକ୍ଷୟିତ୍ରୀ କରିଛନ୍ତି । ବିଭିନ୍ନ ବାହାନାରେ ଲୋକଙ୍କ ଠାରୁ ଠକେଇ କରି ଜେଲରେ ମହିଳା ଶିକ୍ଷୟତ୍ରୀ । ଅଭିଯୋଗକୁ କେନ୍ଦ୍ରକରି ଶିକ୍ଷୟିତ୍ରୀ ଫେରାର । ଅର୍ଥର ଲୋଭ ଏତେ ଥିଲା ଯେ ଶେଷରେ ଜଣେ ଶିକ୍ଷୟିତ୍ରୀଙ୍କୁ ଜେଲ ଯିବାକୁ ପଡିଛି । ସମ୍ପୃକ୍ତ ଶିକ୍ଷୟିତ୍ରୀ ଓ ତାଙ୍କ ସ୍ୱାମୀ ଚାକିରୀ କରାଇଦେବା ଠାରୁ ଆରମ୍ଭ କରି, ଜମି କିଣାଇଦେବା ଓ ନିଜର ଅସୁବିଧା ଥିବା କହି ଟଙ୍କା ଧାର କରଜ କରି ଅନେକ ଲୋକଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବାର ଅଭିଯୋଗ ହୋଇଥିଲା ।

ପ୍ରଥମେ ଠକାମିର ଶିକାର ହୋଇଥିବା ଜଣେ ଯୁବତୀ ଘସିପୁରା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏହି ଅଭିଯୋଗ ଆଧାରରେ ପୁଲିସ ଶିକ୍ଷୟିତ୍ରୀଙ୍କୁ ଗିରଫ କରି ଗ୍ରାମ୍ୟ ନ୍ୟାୟାଳୟ ଘସିପୁରାଙ୍କ ଅଦାଲତରେ ହାଜର କରାଯାଇଥିଲା । ତେବେ ସେଠାରେ ଜାମିନ ନାମଞ୍ଜୁର ହେବାରୁ ଶେଷରେ ଶିକ୍ଷୟିତ୍ରୀଙ୍କୁ ଜେଲ୍ ଯିବାକୁ ପଡିଛି । ଆନନ୍ଦପୁର ଥାନା ଅଧୀନ ଚୋରଗଡ଼ିଆ ଗୋପାଳପୁରର ଜଣେ ଯୁବତୀ ମଧୁସ୍ମିତା ଜେନାଙ୍କ ଅଭିଯୋଗ ଆଧାରରେ ଏହି ମହିଳା ଶିକ୍ଷୟିତ୍ରୀଙ୍କୁ ଗିରଫ କରିଛି ପୋଲିସ ।

ମଧୁସ୍ମିତାଙ୍କୁ ପଞ୍ଚାୟତ ନିର୍ବାହୀ ଅଧିକାରୀ କରାଇଦେବା ନାଁରେ ସମ୍ପୃକ୍ତ ଦମ୍ପତି ପାଞ୍ଚ ଲକ୍ଷରୁ ଉର୍ଦ୍ଧ ଟଙ୍କା ନେବା ପରେ ବି ବାରମ୍ବାର ଦୌଡିବା ପରେ ନାଁ ଚାକିରୀ ନାଁ ଟଙ୍କା କିଛି ବି ପାଇ ନଥିଲେ ଶେଷରେ ନିରାଶ ହୋଇ ଘସିପୁରା ପୋଲିସର ଆଶ୍ରୟ ନେଇଥିଲେ । ତେବେ ମଧୁସ୍ମିତାଙ୍କ ଅଭିଯୋଗକୁ ଆଧାର କରି ଅବସରପ୍ରାପ୍ତ ଶିକ୍ଷକ ରବିନ୍ଦ୍ର କୁମାର ବେହେରାଙ୍କ ପତ୍ନୀ ଅର୍ଥାତ ଅଭିଯୁକ୍ତ ଶିକ୍ଷୟିତ୍ରୀ ଅନୁସୟା ବାରିକଙ୍କୁ ଗିରଫ କରିବା ପରେ ଜେଲ ଯାଇଛନ୍ତି ଏହି ଠକ ଶିକ୍ଷୟିତ୍ରୀ । ଶିକ୍ଷୟତ୍ରୀ ଜଣକ ଯାଜପୁର ଜିଲ୍ଲା ରଗଡି ତାଳପଦା ସେବାଶ୍ରମରେ ଶିକ୍ଷକତା କରୁଛନ୍ତି ।

ତେବେ କେବଳ ଏ ଜଣେ ନୁହଁ ଏହି ଗୋଟିଏ ଅଭିଯୋଗ ପରେ ଥାନାରେ ଲୋକଙ୍କ ଅଭିଯୋଗର ସୁଅ ଛୁଟି ଥିଲା । ଅନେକ ଲୋକଙ୍କ ନିକଟରୁ ସମ୍ପୃକ୍ତ ଶିକ୍ଷୟତ୍ରୀ କୋଟି କୋଟି ଟଙ୍କା ଠକି ଥିବାର ଅଭିଯୋଗ ମଧ୍ୟ ଆସିଛି । ଘଟଣା ପରେ ଶିକ୍ଷୟତ୍ରୀଙ୍କ ସ୍ୱାମୀ ରବୀନ୍ଦ୍ରବେହେରା ଫେରାର ହୋଇଯାଇଛନ୍ତି । ତେବେ ଯଦି ଆପଣ ବି ଚାକିରି ଖୋଜୁଛନ୍ତି ତେବେ ଏବେ ଠାରୁ ସାବଧାନ ହୋଇଯାଆନ୍ତୁ । କୌଣସି ଲୋକଙ୍କୁ ଚାକିରି କିମ୍ବା କୌଣସି ବି ଜିନିଷ ପାଇଁ ଟଙ୍କା ଦିଅନ୍ତୁ ନାହିଁ । ଯଦି କେହି ଆପଣଙ୍କୁ ଚାକିରିର ଲୋଭ ଦେଖାଉଛି, ତେବେ ସେ ଲୋକ ବିଷୟରେ ଭଲ ଭାବେ ଯାଞ୍ଚ କରନ୍ତୁ । ନଚେତ ଆପଣଙ୍କର ବି ଲକ୍ଷ ଲକ୍ଷ ଟଙ୍କା ପାଣିରେ ବୁଡ଼ିଯିବ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button