ଦେଶ ବିଦେଶ

ସାବଧାନ ବାପା ମା’, ପିଲାଙ୍କୁ ବୁଝାନ୍ତୁ ନଚେତ ଗଣିବେ 25 ହଜାର ଫାଇନ… ଦେଖନ୍ତୁ Video

ବାପା ଟିକେ ଗାଡି ଦେଲ ମୁଁ ବଜାର ଯାଇ ଆସୁଛି, ଭାଇ ଟିକେ ଗାଡି ଦେଲୁ ମୁଁ ଟିକେ ମାର୍କେଟ ଯାଇ ଆସିବି, ମୋତେ ଗାଡି ନ ଦେଲେ ମୁଁ କଲେଜ ଯିବି ନାହି, ଯଦି ବଜାର ଯିବୀ ମୋର ଗାଡି ଦରକାର ପିଲାଟା ଯଦି କହୁଛି ତାକୁ ଗାଡି ଦିଅ । ମୁଁ ଯିବି ଆଉ 5 ମିନିଟ ରେ ଆସିବି । ଦର୍ଶକ ବନ୍ଧୁ ଯଦି ପିଲା ମାନେ ଏଭଳି ଅଝଟ କରୁଛନ୍ତି ତେବେ ସେମାନଙ୍କୁ ଜମା ବି ଗାଡି ଚଲାଇବାକୁ ଦିଅନ୍ତୁ ନାହି ।

ଯଦି ପିଲା ର ଜିଦ ଆଗରେ ମୁଣ୍ଡ ନୁଆଁଇ ତାଙ୍କ ହାତରେ ଗାଡି ଦେଲେ ତେବେ ଚାଲାଣ କାଟିବା ନିଶ୍ଚୟ । ପିଲା ର ବୟସ 18 ବର୍ଷରୁ କମ ହୋଇଥିଲେ ଅଭିଭାବକ ମାନେ 25 ହଜାର ଟଙ୍କା ଜୋରିମାନା ଗଣିବେ । ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି କଡାକଡି ଚେକିଙ୍ଗ । ନାବାଳକ ବା ନାବାଳିକା ଗାଡି ଚଲାଉଥିବା ଦେଖିଲେ 25 ଜର ଟଙ୍କାର ଚାଲାଣ କାଟିବ ପୋଲିସ ।

ପିଲା ମାନେ ବିଭିନ୍ନ ବାହାନା କରି ଗାଡି ମାଗିବେ ଆଉ ଜିଦ ବି କରିବେ । ତେଣୁ ଆପଣଙ୍କୁ ସତର୍କ ରହିବାକୁ ହେବ । କିଏ କଲେଜ ବାହାନ କରି ତ ଆଉ କିଏ ସାଙ୍ଗ ଘରକୁ ଯାଉଛି କହି ଗାଡି ମାଗିବ । ଏଭଳି ସ୍ଥିତିରେ ଆପଣ ଭାବିବେ ମାତ୍ର 2 କିମି ରାସ୍ତାର କଥା । ତେଣୁ ଗାଡି ଦେବାରେ କିଛି ଅସୁବିଧା ନାହି । ଗତ କାଲି କଟକ ଚଣ୍ଡି ଛକ ଠାରେ ଜଣଙ୍କୁ ମାତ୍ର ଦେଢ କିମି ପାଇଁ 25 ହଜାର ଟଙ୍କା ଫାଇନ ଗଣିବାକୁ ପଡିଲା । ଶେଷରେ ବାଇକ ଚାଳକ କହିଲେ 6000 ଟଙ୍କା ଦେଇ ଗାଡି କିଣିଥିଲି ଚାଲାଣ କଟିଛି 25 ହଜାର ଟଙ୍କା । ଏଭଳି ସ୍ଥିତିରେ ପୁରୁଣା ସେକେନ୍ଦ୍ର ହ୍ୟାଣ୍ଡ ଗାଡି ନେବେ ନାହି ବୋଲି ମନା କରିଲେ ବାଇକ ଚାଳକ ।

ତେବେ ଏମିତି ବ୍ୟକ୍ତିଙ୍କୁ କେମିତି ବୁଝାଇବେ ଯିଏ କହୁଛି ଗାଡି ଛାଡି ଦେବେ କିନ୍ତୁ ଚାଲାଣ କାଟିବେ ନାହି । ଆଉ ଜଣେ ମହିଳାଙ୍କୁ ନିଜ ପିଲା ପାଇଁ କଷ୍ଟ କରି ଅର୍ଜନ କରିଥିବା ଟଙ୍କା କୁ ଫାଇନ ଆକାରରେ ଦେଉଛନ୍ତି ଯାହାର ଭିଡିଓ ଏବେ ଭାଇରାଲ ହେଉଛି । ଯୁଭେନାଇଲ୍ସ ଡ୍ରାଇଭ ନିୟମ ଅନୁଯାୟୀ 18 ବର୍ଷରୁ କମ ବୟସର ପିଲା ଗାଡି ଚଳାଇବା ଉପରେ ପ୍ରତିବନ୍ଧକ ରହିଛି । ତେଣୁ ବିନା ହେଲମେଟ ରେ ବେଫିକର ରେ ଗାଡି ଚଲାଉଛନ୍ତି ଛୋଟ ପିଲା ମାନେ । ଯାହା ଦ୍ଵାରା ଦୁର୍ଘଟଣା ହେବାର ସମ୍ଭାବନା ଅଧିକ ରହିଛି ।

ଏଭଳି ସ୍ଥିତି ରେ ରାଜ୍ୟ ପରିବହନ ବିଭାଗ ରାଜ୍ୟରେ କଡା କଡି ଯାଞ୍ଚ ଆରମ୍ଭ କରିଛି । ତା ହେଲେ ବନ୍ଧୁଗଣ ଯଦି ଆପଣ ଙ୍କ ପିଲା ମାନେ ବି ଏମିତି ଗାଡି ଚଲାଉଛନ୍ତି ତେବେ ହୋଇ ଯାଆନ୍ତୁ ସାବଧାନ ନଚେତ ଆପଣଙ୍କୁ ଗଣିବାକୁ ପଡିପାରେ 25 ହଜାର ଟଙ୍କାର ଫାଇନ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button