ଓଡିଶା

ଏମିତି ଆସେ ମୃତ୍ୟୁ; ଶ୍ୱଶୁର ଘରୁ ଫେରିବା ବେଳେ ଚାଲିଗଲା ଯୁବକଙ୍କ ଜୀବନ

ନିଜ ପରିବାର ସହ ଶ୍ୱଶୁର ଘରୁ ନିଜ ଘରକୁ ଫେରୁଥିଲେ ଯୁବକ। ବାରହା ଶିକାର ପାଇଁ ବିଲରେ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଉଁଶପାଳ ଗ୍ରାମ ନିକଟରେ। ମୃତ ଯୁବକ ଜଣଙ୍କ ହେଲେ କଙ୍କିଳି ଗାଁ ମୁଣ୍ଡାସାହିର ସନ୍ତୋଷ ପ୍ରଧାନ।

ଗତକାଲି ସଂନ୍ଧ୍ୟା ସମୟରେ ସନ୍ତୋଷ ନିଜ ପରିବାର ଲୋକଙ୍କ ସହ ନିଜ ଶ୍ୱଶୁର ଘର ଗୁଣ୍ଡିଚାନାଳି ଗ୍ରାମରୁ ନିଜ ଗାଁ କଙ୍କିଳି ଯାଉଥିଲେ। ଏହି ସମୟରେ ବାଉଁଶପାଳ ଗାଁ ନିକଟରେ ବାରହା ଶିକାର ପାଇଁ ବିଲରେ ବିଦ୍ୟୁତ ତାର ବିଛା ଯାଇଥିଲା। ସନ୍ତୋଷ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ସନ୍ତୋଷଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button