ଦେଶ ବିଦେଶ

୪୮ଘଣ୍ଟା ଫସି ରହିବା ପରେ ନିଜଦେଶକୁ ଫେରିଲେ କାନାଡା ପ୍ରଧାନମନ୍ତ୍ରୀ – Utkal Mail


ନୂଆଦିଲ୍ଲୀ: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଗତରବିବାର କାନାଡା ଫେରିବାର ଥିଲା। ତେବେ ସେ ଯେଉଁ ବିମାନରେ ଯାତ୍ରା କରିଥାଆନ୍ତେ ସେହି ବିମାନଟିରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ତେଣୁ ‌ସେ ଆଉ କାନାଡ଼ା ଯାଇ ନପାରି ଦିଲ୍ଲୀରେ ରହିଥିଲେ।

ପ୍ରକାଶିତ ରିପ‌ୋର୍ଟ ମୁତାବକ, ତ୍ରୁଟି ପରିଲକ୍ଷିତ ହୋଇଥିବା ବିମାନର ତ୍ରୁଟି ସଜଡ଼ା ଯିବା ପରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ  ତାଙ୍କ ପ୍ରତିନିଧି ଦଳଙ୍କ ସହ ଖୁସିରେ ନିଜ ଦେଶ ଅଭିମୁଖେ ଉଡ଼ିଯାଇଛନ୍ତି।

ସୂଚନାଯୋଗ୍ୟ,  ନୂଆଦିଲ୍ଲୀଠାରେ ଆୟୋଜିତ ସଫଳ ଶିଖର ସମ୍ମିଳନୀ ସହିତ ଭାରତର ଅଧ୍ୟକ୍ଷତ‌ା ଶେଷ ହୋଇଛି। ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତରେ ବିଭିନ୍ନ ଦେଶର ନେତା ଆସି ପହଞ୍ଚିଥିଲେ। ଏହି କ୍ରମରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବି ଭାରତଗସ୍ତରେ ଆସିଥିଲେ।

ତେବେ ଜି୨୦ ଶିଖର ସମ୍ମିଳନୀ ଶେଷ ହେବା ପରେ ନେତାମାନେ ନିଜନିଜ ଦେଶକୁ ଫେରିଯାଇଥିଲେ। କିନ୍ତୁ ଜଷ୍ଟିନ ଟ୍ରୁଡୋବିଙ୍କୁ କାନାଡା ଫେରାଇ ନେବାକୁ ଯେଉଁ ବିମାନ ନିଶ୍ଚିତ ହୋଇଥିଲା ସେଥିରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ତେଣୁ ବିମାନ ଟି ଆଉ ଦିଲ୍ଲୀ ଆସି ପାରିଲା ନାହିଁ। ଏହା ବଦଳରେ ଯେଉଁ ବିମାନକୁ ଦିଲ୍ଲୀ ଅଭିମୁଖେ ପଠା ଯାଇଥିଲା ତାହାକୁ ବି କୌଣସି କାରଣରୁ ଲଣ୍ଡନ ପଠାଇ ଦିଆଯାଇଥିଲା। ଏସବୁ ଅସୁବିଧା ପାଇଁ ଜଷ୍ଟିନ ଟ୍ରୁଡୋ  ଓ ତାଙ୍କ ପ୍ରତିନିଧି ଦଳ ଦିଲ୍ଲୀରେ ୪୮ଘଣ୍ଟା ଧରି ଫସି ରହିଥିଲେ। ଏହି ଅସୁବିଧା ପାଇଁ କାନାଡା ପ୍ରଧାନମନ୍ତ୍ରୀଙ୍କ ଅନେକ ଜରୁରୀକାମ ବି ଅଟକି ଯାଇଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button