ଦେଶ ବିଦେଶ

ଭୋଟିଂ ବେଳେ ପ୍ରାର୍ଥୀଙ୍କୁ ପିଟିଲେ, ଡ୍ରେସ୍‌ ଚିରିଲେ

କିଛି ଦୃଶ୍ୟ ସାମ୍ନାକୁ ଆସିଛି ହରିଆଣା ବିଧାନସଭା ନିର୍ବାଚନ ଭୋଟିଂ ବେଳେ।

ହିରଆଣା ୯୦ଟି ବିଧାନସଭା ଆସନରେ ଆଜି ଚାଲିଛି ଭୋଟିଂ। ସକାଳ ୭ଟାରେ ଧାଡ଼ିରେ ଠିଆ ହୋଇ ଭୋଟ୍ ଦେଉଛନ୍ତି ଲୋକେ। ଶାନ୍ତିପୂର୍ଣ୍ଣ ଭାବେ ଭୋଟିଂ ଜାରି ରହିଥିବା ବେଳେ କିଛି କିଛି ସ୍ଥାନରୁ ସାମ୍ନାକୁ ଆସିଛି ମାରପିଟ୍ ମାମଲା।

ମେହମ୍ ବିଧାନସଭା ଆସନର ବୁଥ୍ ନମ୍ବର ୧୩୪ରେ ଭାଇ ବଲରାଜ କୁଣ୍ଡୁ ଏବଂ ଆନନ୍ଦ ସିଂହ ଡାଙ୍ଗିଙ୍କ ମଧ୍ୟରେ ଝଗଡା ହୋଇଛି।

ହରିଆଣା ଜନ ସେବା ପାର୍ଟିର ସୁପ୍ରିମୋ ତଥା ମେହମ୍ ବିଧାନସଭା ଆସନରୁ ପ୍ରାର୍ଥୀ ବଲରାଜ ସିଂହ କୁଣ୍ଡୁ ବୁଥକୁ ଯାଞ୍ଚ ପାଇଁ ଯାଇଥିଲେ। ଏତିକି ବେଳେ ଆନନ୍ଦ ସିଂହ ଡାଙ୍ଗିଙ୍କ ଲୋକମାନେ ତାଙ୍କୁ ଆକ୍ରମଣ କରିଥିଲେ। ଏହି ମାର୍ପିଟ୍ ବେଳେ ବଲରାଜ କୁଣ୍ଡୁଙ୍କ PAଙ୍କ କୁର୍ତ୍ତା ଚିରି ଯାଇଥିଲା। କୁଣ୍ଡୁ କହିଛନ୍ତି ଯେ ତାଙ୍କ ଡ୍ରେସକୁ ସେ ମଧ୍ୟ ଚିରିଯାଇଛି।

କହିରଖୁ ଯେ ପୂର୍ବତନ କଂଗ୍ରେସ ବିଧାୟକ ଆନନ୍ଦ ସିଂହ ଡାଙ୍ଗି ନିଜେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁନାହାଁନ୍ତି, ତାଙ୍କ ପୁଅ ବଳରାମ ଡାଙ୍ଗୀ କଂଗ୍ରେସ ଟିକେଟରେ ମେହମରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ବଳରାଜ କୁଣ୍ଡୁ ଅଭିଯୋଗ କରିଛନ୍ତି ଯେ, ପରାଜୟର ଭୟରେ ଆନନ୍ଦ ଡାଙ୍ଗି ବିବ୍ରତ ହୋଇ ପଡିଛନ୍ତି। ସେଥିପାଇଁ ସେ ତାଙ୍କ ସମର୍ଥକଙ୍କ ସହ ମୋ ଉପରେ ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ମୁଁ ଯାଞ୍ଚ ପାଇଁ ମଦିନାର ବୁଥ ନମ୍ବର-୧୩୪କୁ ଯାଇଥିଲି, ସେହି ସମୟରେ ଆନନ୍ଦ ସିଂହ ଡାଙ୍ଗି, ଯିଏ କି ପ୍ରାର୍ଥୀ ମଧ୍ୟ ନୁହଁନ୍ତି, ସେ ବୁଥରେ ପ୍ରବେଶ କରି ମୋ ସହ ଝଗଡା କରିଥିଲେ।

ସେପଟେ ଏନେଇ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ପୁଲିସ ପୂରା ମାମଲାର ତଦନ୍ତ ଜାରି ରଖିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button