ରାଜନୀତି

ଗାନ୍ଧୀଙ୍କ ଦେଶର ପ୍ରଧାନମନ୍ତ୍ରୀ କାରଣରୁ ମୋଦିଙ୍କୁ ମିଳୁଛି ବିଶ୍ବବ୍ୟାପୀ ସମ୍ମାନ

ଜୟପୁର: ମୋଦିଙ୍କ ଲୋକପ୍ରିୟତାକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ। ମଙ୍ଗଳବାର ଅଶୋକ ଗେହଲଟ କହିଛନ୍ତି କି, ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତ କରୁଛନ୍ତି, ସେଠାରେ ତାଙ୍କୁ ଭବ୍ୟ ସମ୍ମାନ ମିଳୁଛି। କାରଣ, ସେ ହେଉଛନ୍ତି ଗାନ୍ଧୀଙ୍କ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ, ଯେଉଁଠି ଗଣତନ୍ତ୍ରର ଜଡ ଗଭୀର ପର୍ଯ୍ୟନ୍ତ ଯାଇଛି।

ଗେହଲଟ ଆହୁରି କହିଛନ୍ତି, ଯେତେବେଳେ ବିଶ୍ବ ଏହା ଅନୁଭବ କରୁଛି, ସେମାନେ ଗର୍ବ ଅନୁଭବ କରୁଛନ୍ତି ସେହି ଦେଶର ପ୍ରଧାନମନ୍ତ୍ରୀଙ୍କ ଗସ୍ତରେ। ମାଙ୍ଗାରଧାମର ଧାମର ଗୌରବ ଘାଟ ନାମକ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଗେହଲଟ ଏହା କହିଛନ୍ତି। ଏହି କାର୍ଯ୍ୟକ୍ରମ ୧୯୧୩ ମାଙ୍ଗାର ନରସଂହାର ସ୍ମରଣାର୍ଥେ ଆୟୋଜିତ ହୋଇଥିଲା।

ମଙ୍ଗଳବାର ଦିନ ମୋଦି କଂଗ୍ରେସର ଏହି ବରିଷ୍ଠ ନେତାଙ୍କ ସହ ଡାଏସରେ ଉପସ୍ଥିତ ଥିବା ଅବସରରେ ଗେହଲଟ  କହିଛନ୍ତି କି, ଗାନ୍ଧୀର ଦେଶରେ  ଗଭୀର ଗଣତନ୍ତ୍ରର ପ୍ରତିଷ୍ଠାକୁ ନେଇ ମୋଦିଙ୍କ ବିଦେଶ ଯାତ୍ରା କାଳରେ ତାଙ୍କୁ ସମ୍ମାନିତ କରାଯାଉଛି। ଏହି କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ରାଜସ୍ଥାନର ବାଂଶ୍ବାରା ଜିଲ୍ଲାର ମାଙ୍ଗାର ଧାମକୁ ଏକ ଜାତୀୟ ସ୍ମାରକୀ ଭାବେ ଘୋଷଣା କରିଛନ୍ତି। ୧୯୧୩ ନଭେମ୍ବର ୧୭ ତାରିଖରେ ଭିଲ ଆଦିବାସୀ ସମୁଦାୟର ଦେଢ ହଜାରରୁ ଅଧିକ ଲୋକଙ୍କୁ ବ୍ରିଟିଶ ସରକାର ଗୁଳିକରି ହତ୍ୟା କରିଥିଲା। ଏହାର ସ୍ମରଣାର୍ଥେ ମାଙ୍ଗାର ଧାମର ପ୍ରତିଷ୍ଠା ହୋଇଛି। ଆଜିର ଏହି କାର୍ଯ୍ୟକ୍ରମରେ ମୋଦି  ଏହି ଅଞ୍ଚଳକୁ ତାଙ୍କ ଆହ୍ବାନରେ ସବୁଜିମାରେ ଭରିଦେଇଥିବା ଆଦିବାସୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବନ ମହୋତ୍ସବ ଅବସରରେ ମୋଦି ମାଙ୍ଗାର ଧାମର ନିକଟବର୍ତ୍ତୀ ଗୋଚର ଭୂମିକୁ ବୃକ୍ଷରାଜିରେ ସମୃଦ୍ଧ କରିବାକୁ ଆହ୍ବାନ ଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button