କଟକ ଜିଲ୍ଲା ବିଜେପିର ନୂତନ କାର୍ଯ୍ୟକାରିଣୀ କମିଟି ଘୋଷଣା
କଟକ, ୨୮/୮ ଭାରତୀୟ ଜନତା ପାର୍ଟି କଟକ ଜିଲ୍ଲା ତରଫରୁ ସଂଗଠନକୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ସୂଦୃଢ଼ କରିବା ଉଦ୍ଦେଶ୍ୟରେ କଟକ ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ କମିଟି ଘୋଷଣା କରାଯାଇଛି । ରାଜ୍ୟ ସଭାପତି ସିମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ କଟକ ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ବେହେରା ଜିଲ୍ଲାର କାର୍ଯ୍ୟକାରିଣୀ କମିଟି ଘୋଷଣା କରିଛନ୍ତି । ଏହି କମିଟିରେ ଉପସଭାପତି ଭାବେ ବିଭୂଦତ ପଟ୍ଟନାୟକ, ଗୋକୁଳ ଚନ୍ଦ୍ର ପ୍ରଧାନ, ମନୋରଂଜନ ନାୟକ, ପ୍ରଶାନ୍ତ କୁମାର ହୋତା, ଧନେଶ୍ୱର ନାୟକ, ଦୂର୍ଗାପ୍ରିୟା ଦଳବେହେରା, ଆଲୋକ ଚନ୍ଦ୍ର ମହାନ୍ତି ଏବଂ ବିଚିତ୍ରାନନ୍ଦ ଜେନା ପ୍ରମୁଖ ସ୍ଥାନ ପାଇଥିବା ବେଳେ ସାଧାରଣ ସଂପାଦକ ଭାବେ ରାମନାରାୟଣ ମହାନ୍ତି, ଅରବିନ୍ଦ ବିଶ୍ୱାଳ ଏବଂ ପ୍ରଶାନ୍ତ କୁମାର ପ୍ରଧାନ ପ୍ରମୁଖ ସ୍ଥାନ ପାଇଛନ୍ତି । ଜିଲ୍ଳା ସଂପାଦକ ଭାବେ ବୈରାଗି ଚରଣ ପ୍ରଧାନ, ବିବେକାନନ୍ଦ ବେହେରା, ସ୍ମୃତିରଂଜନ ମହାନ୍ତି, ପ୍ରଭାସ ଚନ୍ଦ୍ର ରାଉତ, ହେମମଞ୍ଜରୀ ଭଞ୍ଜଦେଓ, ଲଲାଟେନ୍ଦୁ ପ୍ରସାଦ ଦାସ, ସୁଜାତା ପରିଡା ଏବଂ କନକଲତା ବେହେରା ପ୍ରମୁଖ କମିଟିରେ ସ୍ଥାନ ପାଇଥିବା ବେଳେ ଜିଲ୍ଲା କୋଷାଧ୍ୟକ୍ଷ ଭାବେ ଲକ୍ଷ୍ମୀଧର ନାଥ ସ୍ଥାନ ପାଇଛନ୍ତି ।କମିଟିରେ ୭ ଗୋଟି ମୋର୍ଚ୍ଚା ଥିବାବେଳେ, ଯୁବ ମୋର୍ଚ୍ଚାର ସଭାପତି ଭାବେ ରଂଜିତ ସାହୁ, ମହିଳା ମୋର୍ଚ୍ଚାର ସଭାନେତ୍ରୀ ଭାବେ ଯାଜ୍ଞସେନୀ ଜେନା, କୃଷକ ମୋର୍ଚ୍ଚାର ସଭାପତି ଭାବେ ଉତ୍କଳମଣୀ ମନ୍ତ୍ରୀ, ଓବିସି ମୋର୍ଚ୍ଚାର ସଭାପତି ଭାବେ ଚିନ୍ତାମଣୀ ମହାଳିକ, ଏସ.ସି ମୋର୍ଚ୍ଚାର ସଭାପତି ଭାବେ ସରୋଜ ସେଠୀ, ଏସ.ଟି ମୋର୍ଚ୍ଚାର ସଭାପତି ଭାବେ ସନ୍ତୋଷ ମୁଣ୍ଡା ଏବଂ ସଂଖ୍ୟାଲଘୁ ମୋର୍ଚ୍ଚାର ସଭାପତି ଭାବେ ଏମ.ଡି ଅସଲମ ସ୍ଥାନ ପାଇଛନ୍ତି । ଜିଲ୍ଲାର ବିଭିନ୍ନ ପ୍ରକୋଷ୍ଠ ମଧ୍ୟରୁ ଯଥାକ୍ରମେ ବିକ୍ରମ କେଶରୀ ଦାଶ ବୁଦ୍ଧିଜୀବି ପ୍ରକୋଷ୍ଠ, ତାପସ କୁମାର ନାୟକ ଆଇନ ପ୍ରକୋଷ୍ଠ, ବନ୍ଧୁ ଚରଣ ସାହୁ ସମବାୟ ପ୍ରକୋଷ୍ଠ, ଅଶ୍ୱିନୀ କୁମାର ସାହୁ ସୁଚନା ଓ ପ୍ରଯୂକ୍ତି ପ୍ରକୋଷ୍ଠ ଏବଂ କୁଞ୍ଜମୋହନ ସେଠୀ ସ୍ୱଚ୍ଛଭାରତ ପ୍ରକୋଷ୍ଠ ରେ ସଂଯୋଜକ ଭାବେ ନିଯୁକ୍ତ ହୋଇଛନ୍ତି । ଏହି କାର୍ଯ୍ୟକାରିଣୀ କମିଟିରେ ୨୧ ଜଣ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ, ୪୦ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଏବଂ ୭୦ ଜଣ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଘୋଷଣା କରାଯାଇଛି । କମିଟି ଅନୁମୋଦନ କରିଥିବାରୁ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସଂଗଠନ ମହାମନ୍ତ୍ରୀ ମାନସ କୁମାର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଏବଂ ରାଜ୍ୟ ସଂପାଦକ ତଥା କଟକ ଜିଲ୍ଲା ପ୍ରଭାରୀ ଅମର ନାୟକଙ୍କୁ ଜିଲ୍ଲା ସଭାପତି ଶ୍ରୀ ବେହେରା ବେହେରା କୃତଜ୍ଞତା ଜ୍ଞାପନ କରିଛନ୍ତି ।