ଦେଶ ବିଦେଶ

ଭାଇରାଲ ହେଲେ ରସିକିଆ ନକଲି ଡାକ୍ତର, ପ୍ରେମ ଜାଲରେ ଫସାଇ ରାତି ଅଧାରେ ଏମିତି କାନ୍ଦି ବୋବେଇ ଭିଡିଓ ଛାଡୁଥିଲେ : ଦେଖନ୍ତୁ ଭିଡିଓ

ବର୍ତ୍ତମାନ ସମୟରେ କୌଣସି ବ୍ୟକ୍ତିକୁ ଭରସା କରିବା କଷ୍ଟକର ହୋଇ ପଡ଼ିଛି। ଯେ କୌଣସି ମୁହୂର୍ତ୍ତରେ ବି ଧୋକା ଦେଇ ପାରନ୍ତି। ଅନେକ ଲୋକ ବିଶ୍ୱାସରେ ବିଷ ଦେଇ ବିଶ୍ୱାସ ଘାତକ କରିଥାନ୍ତି। ତେଣୁ ଆଜିର ଜୀବନର ଭରସାଯୋଗ୍ୟ ବ୍ୟକ୍ତି ମିଳିବା କଠିନ ହୋଇ ଯାଇଛି। କେହି ପ୍ରେମ ପାଇଁ ଧୋକା ଖାଉଛି ତ ଆଉ କେହି ଫର୍ଡ କାମ କରି ଲୋକମାନଙ୍କୁ ଠାକୁଛନ୍ତି।

ତେବେ ଏହି ସମୟରେ ଏକ ନକଲି ଡାକ୍ତରଙ୍କ କାରନାମ ସାମ୍ନାକୁ ଆସିଛି। ନକଲି ଡାକ୍ତର ସାଜି ମହିଳାଙ୍କୁ ଜାଲରେ ଫସାଉ ଥିଲେ ଏବଂ ଭିଡ଼ିଓ କଲ୍ ଜରିଆରେ ନିର୍ଯ୍ୟାତନା ଦେଉଥିଲେ। କେବଳ ସେତିକି ନୁହେଁ ସେ ଅନେକ ମହିଳାଙ୍କୁ ବିବାହ କରିଥିବା ନେଇ ଜଣା ପଡ଼ିଛି।ତେବେ ଏଭଳି ଏକ ଖବର ସାମ୍ନାକୁ ଆସିବା ପରେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ବର୍ତ୍ତମାନ ଏହି ବିଷୟରେ ପୋଲିସ ଅନୁସନ୍ଧାନ ଆରମ୍ଭ କରିଦେଇଛି।

ଖବର ଅନୁସାରେ, ରମେଶ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ନକଲି ଡାକ୍ତର ସାଜି ଥିଲେ। ତେବେ ବର୍ତ୍ତମାନ ର ସୋସିଆଲ ମିଡ଼ିଆ ଜରିଆରେ ସେ ଅନେକ ମହିଳାଙ୍କୁ ନିଜର ନକଲି ଡାକ୍ତର ପରିଚୟ ଦେଇ ପ୍ରେମ ଜାଲରେ ଫସାଉ ଥିଲେ। ଏହାର ସେମାନଙ୍କ ସହ ଭିଡ଼ିଓ କଲ୍ ଜରିଆରେ କଥା ହେଉଥିଲେ। ପରବର୍ତ୍ତୀ ସମୟରେ ସେହି ମହିଳା ମାନଙ୍କୁ ବ୍ଲାକ ମେଲ କରି ବିବାହ କରିବା ପାଇଁ ବାଧ୍ୟ କରାଉଥିଲେ। କେବଳ ସେତିକି ନୁହେଁ ସେ ଦେହରେ ସାଲାଇନ ଲଗାଇ ଅସୁସ୍ଥତା ଅଛନ୍ତି ବୋଲି ଫଟୋ ପଠେଇବା ସହିତ ଭିଡ଼ିଓ କରି ପଠାଉ ଥିଲେ। ତାଙ୍କ କଥାରେ ବିଶ୍ୱାସ କରିବା ସହିତ ତାଙ୍କ ଜାଲ ରେ ଫସି ଯାଉଥିଲେ।

 

ରିପୋର୍ଟରୁ ଜଣା ପଡ଼ିଛି ଯେ ଏମବିବିଏସରେ ଆଡମିଶନ କରାଇଦେବା କହି ଲୋକମାନଙ୍କ ଠାରୁ ୧୮ ଲକ୍ଷ ଟଙ୍କା ଠକେଇ କରିଥିବା ଜଣା ପଡ଼ିଛି। ଅନେକଙ୍କୁ ଚାକିରୀ କରେଇ ଦେବା କହି ମଧ୍ୟ ଲୋକମାନଙ୍କ ଠାରୁ ଟଙ୍କା ନେଇଛି। ମିଳିଥିବା ସୂଚନା ଅନୁସାରେ ରମେଶ ସ୍ୱାଇଁ କେନ୍ଦ୍ରାପଡା ଜିଲ୍ଲାର ଏକ ନକଲି ଡାକ୍ତର ଅଟନ୍ତି। ତେବେ ଘରୋଇ ମ୍ୟାରେଜ କେନ୍ଦ୍ର ସଂସ୍ଥା ଜରିଆରେ ଝିଅ ମାନଙ୍କୁ ଜାଲରେ ଫସାଉ ଥିଲା। ତେବେ ଯୁବତୀ ମାନଙ୍କ ଅସୁବିଧାର ସୁଯୋଗ ନେଇ ଫାଇଦା ଉଠାଉ ଥିଲା ନକଲି ଡାକ୍ତର।

ରମେଶ ସ୍ୱାଇଁ ଆଇନ ଗତ ଭାବେ ଦୁଇ ଜଣଙ୍କୁ ବିବାହ କରିଛି। କିନ୍ତୁ ଏହା ବ୍ୟତୀତ ସେ ୧୨ ଜଣ ଯୁବତୀଙ୍କ ଅସହାୟତା ର ସୁଯୋଗ ନେଇ ବିବାହ କରୁଥିଲେ ନକଲି ଡାକ୍ତର। ଯେଉଁ ଘରେ ଜଣେ ମହିଳା ରହୁଥିଲେ ସେହି ଘରକୁ ଟାର୍ଗେଟ କରୁଥିଲା ରମେଶ। ସେମାନଙ୍କୁ ଜାଲରେ ଫସାଇ ବିବାହ କରୁଥିଲା ଏବଂ ବିବାହ ପରେ ସମସ୍ତ ସମ୍ପତ୍ତି କୁ ନିଜ ନାଁ ରେ ଲେଖି ଦେଉଥିଲା ରମେଶ।

ବର୍ତ୍ତମାନ ସମୟରେ ରସିକିୟା ଡାକ୍ତର ପର୍ଦାଫାର୍ସ ହୋଇଛି। ତେବେ ତା’ର ସମସ୍ତ କଳାକାରନାମା ଲୋକ ଲୋଚନକୁ ଆସିଛି। ୧୪ ନୁହେଁ ବରଂ ୧୭ ଜଣଙ୍କୁ ବିବାହ କରିଥିବା ଜଣା ପଡ଼ିଛି। ତେବେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି। ଏହି ସମୟରେ ପୋଲିସ ତାର ତଦନ୍ତ କରୁଛି ଏବଂ ସେ ଏବେ ମଧ୍ୟ ରିମାଣ୍ଡରେ ରହିଛନ୍ତି ନେଇ ସୂଚନା ମିଳିଛି। ଏହି ରସିକିଆ ଡାକ୍ତରର ପ୍ରେମ ସମ୍ପର୍କ ଚାରିଆଡେ ବ୍ୟାପି ଯାଇଥିଲା ଯାହାକୁ ନେଇ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button