ସ୍ୱାସ୍ଥ୍ୟ

ଡାଇବେଟିସ ରୋଗୀ ମାନଙ୍କ ପାଇଁ ଅମୃତ ଅଟେ ଜାମୁ କୋଳି, ଜାଣନ୍ତୁ କେମିତି

ଆଜି ଆମେ ଆପଣଙ୍କୁ ଡାଇବେଟିସକୁ ଦୂର କରିବା ପାଇଁ ଏମିତି ଏକ ଉପାୟ କହିବୁ ଯାହାକୁ ଆପଣ ବ୍ୟବହାର କଲେ ଡାଇବେଟିସ ପରି ମାରାତ୍ମକ ରୋଗରୁ ମୁକ୍ତ ହୋଇପାରିବେ । ସାଧାରଣତଃ ଜାମୁ କୋଳିରେ ଭିଟାମିନ ଓ ଆଇରନ ଆଦି ତତ୍ତ୍ଵର ଭଣ୍ଡାର ରହିଥାଏ । ରକ୍ତହୀନତା ଓ ରକ୍ତରେ ହିମୋଗ୍ଲୋବିନ ମାତ୍ରା କମିଯିବା ଆଦି ପାଇଁ ଜାମୁ କୋଳିର ସେବନ ଲାଭ ଦାୟକ ହୋଇଥାଏ ।

ଜାମୁ କୋଳିକୁ ସେବନ କଲେ ଚେହେରାର ରଙ୍ଗ ଉଜ୍ଵଳ ହୋଇଥାଏ । ଆୟୁର୍ବେଦ ଅନୁସାରେ ଡାଇବେଟିସ ଟାଇପ-୨ କୁ ନିୟନ୍ତ୍ରଣ କରିବା ପାଇଁ ଜାମୁ କୋଳି ବହୁତ ସହାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହାର ଉପାୟ ବିଷୟରେ ।


ଡାଇବେଟିସକୁ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରତିଦିନ ସକାଳ ଖାଦ୍ୟରେ, ଦ୍ଵିପ୍ରହାର ଭୋଜନ ପରେ, ସନ୍ଧ୍ୟା ସମୟରେ ଓ ରାତ୍ରି ଭୋଜନ ପରେ ୫ ଗ୍ରାମ ଜାମୁ କୋଳିର ସେବନ କରନ୍ତୁ । ଏହି ପରି ଡାଇବେଟିସରେ ପୀଡିତ ହୋଇଥିବା ଲୋକମାନେ ଦିନକୁ ୧୫ରୁ ୨୫ ଗ୍ରାମ ଜାମୁକୋଳି ମଞ୍ଜିର ଚୂନା କୁ ସେବନ କରିପାରିବେ । ଜାମୁ କୋଳି ଅସାଧାରଣ ରୂପରେ ରକ୍ତରେ ବଢିଯାଇଥିବା ଶର୍କରାକୁ ନିୟନ୍ତ୍ରିତ କରିଥାଏ ।
୧୦୦ ଗ୍ରାମ ଜାମୁ କୋଳିରେ ୬୨ କିଲୋ କ୍ୟାଲୋରୀ ଊର୍ଜା, ୧.୨ ମିଲି ଗ୍ରାମ ଲୌହ, ୧୫ ମିଲି ଗ୍ରାମ କ୍ୟାଲସିୟମ, ୧୮ ମିଲିଗ୍ରାମ ଭିଟାମିନ C, ୪୮ମାଇକ୍ରୋ ଗ୍ରାମ କ୍ୟାରୋଟିନ, ୫୫ କିଲୋ ଗ୍ରାମ ପୋଟାସିୟମ, ୩୫ ମିଲି ଗ୍ରାମ ମ୍ୟାଗ୍ନେସିୟମ ଓ ୨୫ ମିଲି ଗ୍ରାମ ସୋଡିୟମ ରହିଥାଏ ।


ରୋଗୀମାନଙ୍କୁ ଜାମୁ କୋଳି ଅତ୍ୟଧିକ ସେବନ କରିବା ଉଚିତ ନୁହେଁ । ଏକ ରିସର୍ଚ ଅନୁସାରେ ଜଣାପଡିଛି କି ଜାମୁ କୋଳି ରକ୍ତସ୍ରାବ କୁ ଅଟକାଇବାର ଏକ ଅଦ୍ଭୁଦ କ୍ଷମତା ରଖେ । ଏହା ମାଢିରେ ହେଉଥିବା ରକ୍ତ ସ୍ରାବ ପାଇଁ ବହୁତ ଉପଯୋଗୀ ହୋଇଥାଏ । ତେବେ ଏହି ପରି ଭାବରେ ଜାମୁ କୋଳିର ଉପଯୋଗ କଲେ ଆପଣମାନେ ଡାଇବେଟିସ ରୋଗକୁ ଦୂର କରିପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button